ଅମରାବତୀ: ମହାମାରୀ କୋରୋନାକୁ ହରାଇଛନ୍ତି 101 ବର୍ଷିୟ ବୃଦ୍ଧା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କୋରୋନା ମହାମାରୀ ଦିନକୁ ଦିନ ଶହ ଶହ ମୁଣ୍ତ ନେଉଥିବା ବେଳେ ଏହାକୁ ପ୍ରତିହତ କରିଛନ୍ତି ଜଣେ ବୃଦ୍ଧା । ଯାହାଙ୍କ ବୟସ 101 ହେବ । ଆନ୍ଧ୍ରପ୍ରଦେଶର ଚିତାରୋ ଜିଲ୍ଲାର ଜଣେ ବୃଦ୍ଧା ମାଙ୍ଗାମା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କୁ ତିରୁପତି ସୁଇମସ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଉତ୍ତମ ଚିକିତ୍ସା ଯୋଗୁଁ ସେ ଆରୋଗ୍ୟ ଲାଭ କରିଛନ୍ତି ।
ସେ ସୁସ୍ଥ ହୋଇଥିବାରୁ ଶନିବାର ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ତେବେ, ଏହି ବୃଦ୍ଧା ଜଣକ କୋରୋନାରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି,ଯେ ଠିକ ସମୟରେ ଉତ୍ତମ ଚିକିତ୍ସା କଲେ କୋରୋନାକୁ ପ୍ରତିହତ କରାଯାଇପାରିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ