ହାଇଦ୍ରାବାଦ: ସାରା ଦେଶରେ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ ମାତ୍ର 3ଦିନ ବାକି ରହିଛି । ଏହାଭିତରେ ଗୁରୁବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ରିଲିଫ ବିମାନରେ ଆମେରିକୀୟ ନାଗରିକଙ୍କ ଆଉ ଏକ ବ୍ୟାଚ୍ ସ୍ବଦେଶକୁ ଉଡାଣ ଭରିଛନ୍ତି ।
ଏହି ବିମାନ ଆମେରିକୀୟ ନାଗରିକମାନଙ୍କୁ ମୁମ୍ବାଇରେ ପହଞ୍ଚାଇବା । ସେଠାରୁ ସମସ୍ତେ ସ୍ବଦେଶ ଅଭିମୁଖେ ଯାତ୍ରା କରିବେ । ଏହି ବ୍ୟାଚରେ ମୋଟ 101 ଆମେରେକୀୟ ନାଗରିକ ରହିଛନ୍ତି ।
ଆମେରିକାର କନସୁଲେଟ୍, ହାଇଦ୍ରାବାଦ ଏବଂ ତେଲେଙ୍ଗାନା ସରକାରଙ୍କ ସହଯୋଗ ଆମେରିକାର ନାଗରିକମାନେ ସହରର ବିଭିନ୍ନ ସ୍ଥାନରୁ ବିମାନବନ୍ଦରରେ ପହଞ୍ଚିଥିଲେ ।
କୋଭିଡ -19 ସତର୍କତା ପଦକ୍ଷେପରେ ବିମାନ ପରିଚାଳନା ସମୟରେ ସ୍ବତନ୍ତ୍ର ସ୍କ୍ରିନିଂ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଯେଉଁଥିରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ, ବାଧ୍ୟତାମୂଳକ ସାମାଜିକ ଦୂରତା ଅବଲମ୍ବନ ଅନ୍ତର୍ଭୁକ୍ତ ରହିଥିଲା ।
@IANS