ଥିରୁଅନନ୍ତପୁରମ୍: ସାଉଦି ଆରବରେ କୋରୋନା ଭୟ । ହଜ୍ ଯାତ୍ରା ପାଇଁ ଚଳିତ ବର୍ଷ ଯିବାକୁ ଥିବା ପ୍ରାୟ 10,000 ତୀର୍ଥଯାତ୍ରୀଙ୍କ ଭିସା ରଦ୍ଦ କଲା ସାଉଦି ଆରବ । ଚଳିତ ବର୍ଷ କେରଳର ଇସଲାମିକ ଧର୍ମର ଲୋକେ ହଜ୍ ଯାତ୍ରା ପାଇଁ ଅପେକ୍ଷା କରିଥିଲେ ମାତ୍ର ଭିସା ରଦ୍ଦ ହେବା ପରେ ସେମାନେ ନିରାଶ ହୋଇଛନ୍ତି ।
ଅନ୍ୟପକ୍ଷେ କେରଳର ହଜ୍ କମିଟିର ଅଧ୍ୟକ୍ଷ ମହମ୍ମଦ ଫୈଜି ଏହାକୁ ନେଇ ଚିନ୍ତା ପ୍ରକାଶ ନ କରିବାକୁ କହିଛନ୍ତି ଓ ଯଥାଶୀଘ୍ର ଏହାର ସମାଧାନ କରାଯିବା ନେଇ ସୂଚନା ଦେଇଛନ୍ତି । ଏହାସହ ସାଉଦି ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସେ । କୋରୋନା ଆତଙ୍କ ବିଶ୍ବରେ ବର୍ତ୍ତମାନ ଆତଙ୍କ ଜାରି ରଖିଛି, ଯଦି ଜଣକୁ ବି ଭାଇରାସ ଆକ୍ରାନ୍ତ କରିବ, ତେବେ ସମ୍ପୂର୍ଣ୍ଣ ଦଳକୁ ଏହାର ପ୍ରଭାବ ପଡିପାରେ ବୋଲି ସେ ପ୍ରକାଶ କରିଛନ୍ତି ।
ହଜ୍ ଯାତ୍ରା ସାଧାରଣତଃ ରମଜାନ୍ ପରେ ଜୁନରୁ ଅଗଷ୍ଟ ଯାଏଁ ହୋଇଥାଏ ମାତ୍ର କୋରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାର ସମୟରେ ପରିବର୍ତ୍ତନ ହୋଇପାରେ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ