ETV Bharat / bharat

ଶହେ ବର୍ଷରେ ଜାଲିଆନୱାଲା ବାଗ୍‌ ହତ୍ୟାକାଣ୍ଡ: ରକ୍ତାକ୍ତ ପାଲଟିଥିଲା ରଙ୍ଗର ପର୍ବ - punjab

ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ । ଆଜି ଏହି ଗଣହତ୍ୟାକୁ ପୁରିଛି 100 ବର୍ଷ । ଆଉ ସମସ୍ତେ ମନେ ପକାଉଛନ୍ତି ସେହି ନରସଂହାରକୁ । କେମିତି ଥିଲା ସେହି ଅପରାହ୍ଣର ଘଟଣା ? ଯେଉଁ ଦାଗକୁ ଦେଶର ଇତିହାସରୁ ଲିଭାଇବାକୁ ଇଚ୍ଛୁକ ପ୍ରତିଟି ଭାରତୀୟ ।

ଫାଇନ ଫଟୋ
author img

By

Published : Apr 13, 2019, 9:04 PM IST

ନୂଆଦିଲ୍ଲୀ: 13 ଏପ୍ରିଲ 1919 । ଭାରତୀୟଙ୍କ ପାଇଁ ଅଭୁଲା ଦିନ । ଭାରତୀୟ ଇତିହାସର ଏକ କଳା ଦିନ । ସ୍ବାଧୀନତା ସଂଗ୍ରାମର ଅମାନବୀୟ ଓ ନିନ୍ଦନୀୟ ଅଧ୍ୟାୟ । ସାମନାକୁ ଆସିଥିଲା ତତ୍କାଳୀନ ବ୍ରିଟିଶ ଶାସକଙ୍କର ନିଷ୍ଠୁର ଓ କ୍ରୁର ସ୍ବଭାବର ଖୁଲମଖୁଲା ଚିତ୍ର । ଇଂରେଜୀ ସେନା ଗୁଳିରେ ଟଳିପଡିଥିଲେ ଶହ ଶହ ନିରୀହ ଜନତା ।

ଭିଡିଓ ସୌଜନ୍ୟ: ଭିଡିଓ, ବ୍ୟୁର ଇନପୁଟ, ଇଟିଭି ଭାରତ

ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ । ଆଜି ଏହି ଗଣହତ୍ୟାକୁ ପୁରିଛି 100 ବର୍ଷ । ଆଉ ସମସ୍ତେ ମନେ ପକାଉଛନ୍ତି ସେହି ନରସଂହାରକୁ । କେମିତି ଥିଲା ସେହି ଅପରାହ୍ନର ଘଟଣା ? ଯେଉଁ ଦାଗକୁ ଦେଶର ଇତିହାସରୁ ଲିଭାଇବାକୁ ଇଚ୍ଛୁକ ପ୍ରତିଟି ଭାରତୀୟ ।

1919 ମାର୍ଚ୍ଚରେ ପାସ ହୋଇଥିଲା ରୋଲଟ୍‌ ଆକ୍ଟ । ଭାରତୀୟଙ୍କ ରାଷ୍ଟ୍ରୀୟ ପ୍ରେମକୁ ବନ୍ଦ କରିବାକୁ ଏହା ଥିଲା ବ୍ରିଟିଶ ସରକାରଙ୍କ କଡା ଆଭିମୁଖ୍ୟ । ଏହି ଆକ୍ଟ ଆଧାରରେ ଏପ୍ରିଲ 10- 1919ରେ ଡ. ସତ୍ୟପାଲ ଓ ଡ. କିଚ୍‌ଲୁଙ୍କୁ ଗିରଫ କରିଥିଲା ଇଂରେଜ ସେନା । ସ୍ବାଧୀନତା ସଂଗ୍ରାମୀଙ୍କୁ ଏହା କରିଥିଲା ଉତକ୍ଷିପ୍ତ । ଇଂରେଜ ସରକାର ବିରୋଧରେ ତାତି ଉଠିଥିଲେ ଲୋକେ ।

ବ୍ରିଟିଶ ସରକାରଙ୍କ ପକ୍ଷରୁ ଜେନେରାଲ ଡାୟାର ଜାରି କରିଥିଲେ ଏକ ଇସ୍ୟୁ । ଯାହା ଅମ୍ରିତସରରେ ସର୍ବସାଧାରଣ ସ୍ଥାନରେ ଏକାଠି ହେବା ଓ ମିଟିଂ କରିବାକୁ ବ୍ୟାନ କରିଥିଲା । କିନ୍ତୁ ଏପ୍ରିଲ 13ରେ ପଞ୍ଜାବୀ ନବ ବର୍ଷ ବୈଶାଖୀ ଉପଲକ୍ଷେ ଜାଲିଆନାୱାଲା ବାଗରେ ଏକ ସଭା ହେବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ବ୍ରିଟିଶ ସରକାର ଏହାର ସୂଚନା ପାଇଥିଲା । କିନ୍ତୁ ଦେଖାଇଥିଲା ନିଜର ପ୍ରକୃତ ନିଷ୍ଠୁର ଚିତ୍ର ।

ସଭାରେ 6000ରୁ 10000 ଲୋକ ସାମିଲ ଥିଲେ । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିଲେ । ଜାଲିଆନାୱାଲା ବାଗ୍‌ ପାଚେରୀ ଦ୍ବାରା ଘେରା ହୋଇଥିଲା ଯାହାର ମାତ୍ର ଗୋଟିଏ ସଂକୀର୍ଣ୍ଣ ମୁଖ୍ୟ ଦ୍ବାର ଥିଲା । ଆଉ ଏହାର ଫାଇଦା ଉଠାଇଥିଲେ ଜେନେରାଲ ଡାୟାର । ପୈଶାଚିକ ମନୋବୃତ୍ତିର ପରିଚୟ ଦେଇ ଡାୟାର ବନ୍ଦ କରିଥିଲେ ପ୍ରସ୍ତାନ ରାସ୍ତାକୁ । ଆଉ ଉପସ୍ଥିତ ହଜାର ହଜାର ଜନତାଙ୍କ ଉପରକୁ ଆଖିବୁଜା ଗୁଳିବର୍ଷଣର ନିର୍ଦ୍ଦେଶ ଦେଇଥିଲେ ।

କିଛି ବୁଝିବା ଆଗରୁ ଟଳି ପଡିଥିଲେ ଶହ ଶହ ଜନତା । ଦଳାଚକଟାରେ ଓ କୂଅ ଭିତରେ ବୁଡିଯାଇ ଆହୁରି ଅଧିକ ଜୀବନ ହାରିଥିଲେ । ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ହେବା ପର୍ଯ୍ୟନ୍ତ ଗୁଳିମାଡ ଚାଲିଥିଲା । ଏହି ନରସଂହାର ନେଇଥିଲା 120 ଜୀବନ । ଆହୁରି ଅନେକ ହୋଇଥିଲେ ଆହତ । କେତେକ ସାରା ଜୀବନ ପାଇଁ ପାଲଟିଥିଲେ ଦିବ୍ୟାଙ୍ଗ ।

ଆବାଳବୃଦ୍ଧାବନିତାଙ୍କ ରକ୍ତରେ ହୋରି ଖେଳିଥିଲା ବ୍ରିଟିଶ ସେନା । ରକ୍ତାକ୍ତ ପାଲଟିଥିଲା ରଙ୍ଗର ପର୍ବ । ଭାରତୀୟଙ୍କ ତୀବ୍ର ବିରୋଧ ପରେ ବ୍ରିଟିଶ ସରକାର ସୈତାନ ଡାୟାରଙ୍କୁ ବ୍ୟାନ କରି ସ୍ବଦେଶ ଫେରାଇଥିଲା । ଭାରତ ସରକାର ମୃତକଙ୍କ ସ୍ମୃତିରେ ଏକ ସ୍ତମ୍ଭ ତିଆରି କରିଥିଲେ । ଏହାକୁ 1961ରେ ଉଦ୍‌ଘାଟନ କରିଥିଲେ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ । ଏହି ନରସଂହାରର ଶହେ ବର୍ଷ ଫୂର୍ତ୍ତି ଉପଲକ୍ଷେ ଇଟିଭି ଭାରତ ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.