ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଜେଲରେ ଅନ୍ତେବାସୀମାନଙ୍କୁ ଭୁଲ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି । ଭୁଲ ଔଷଧ ସେବନ କରି 100 ଜଣ କଏଦୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ବେଳେ 22 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରମାନଙ୍କୁ ଜେଲରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏନେଇ କାରାଗାର ଡିଜି ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ସେଟିରିଯାଇନ ବଦଳରେ ଫାର୍ମାସିଷ୍ଟ ଆନନ୍ଦ କୁମାର କଏଦୀମାନଙ୍କୁ ହାଲୋପେରିଡୋଲ ଆଣ୍ଟିସାଇକୋଟିକ ଔଷଧ ଦେଇଥିଲେ । ଏହାକୁ ଖାଇବା ପାରେ କଏଦୀମାନେ ନିଦ୍ରାହୀନତା ଓ ଦୁର୍ବଳ ଅନୁଭବ କରିଥିଲେ । ତେବେ ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁଲ ଔଷଧ ଦେବା ଯୋଗୁଁ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାପଡିଛି ।