ETV Bharat / bharat

ସଞ୍ଜୟ ଝାଙ୍କ ବଡ ଦାବି, ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ଅନେକ କଂଗ୍ରେସ ନେତା

author img

By

Published : Aug 17, 2020, 4:02 PM IST

କଂଗ୍ରେସର ଅନେକ ନେତା ଦଳର ସର୍ବୋଚ୍ଚ ନେତୃତ୍ବ ଉପରେ ରାଗିଛନ୍ତି ଏବଂ ସେମାନେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ବୋଲି ସଞ୍ଜୟ ଝା ଦାବି କରିଛନ୍ତି। ତେବେ ଦଳ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଛି।

ସଞ୍ଜୟ ଝାଙ୍କ ବଡ ଦାବି, ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ଅନେକ କଂଗ୍ରେସ ନେତା
ସଞ୍ଜୟ ଝାଙ୍କ ବଡ ଦାବି, ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ଅନେକ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ରହିବେ ବୋଲି ଦଳ କିଛି ଦିନ ପୂର୍ବରୁ ଘୋଷଣା କରିଥିଲା ​​। ସେପଟେ କଂଗ୍ରେସ ଦଳରୁ ବରଖାସ୍ତ ହୋଇଥିବା ସଞ୍ଜୟ ଟ୍ବିଟ୍ କରି ଏକ ବଡ ଦାବି କରିଛନ୍ତି। କଂଗ୍ରେସର ଅନେକ ନେତା ଦଳର ସର୍ବୋଚ୍ଚ ନେତୃତ୍ବ ଉପରେ ରାଗିଛନ୍ତି ଏବଂ ସେମାନେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ବୋଲି ସଞ୍ଜୟ ଝା ଦାବି କରିଛନ୍ତି। ତେବେ ଦଳ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଛି।

ସଞ୍ଜୟ ଝା ତାଙ୍କ ଟ୍ବିଟରେ ଦାବି କରିଛନ୍ତି ଯେ, 'ସାଂସଦଙ୍କ ସମେତ ପ୍ରାୟ 100 ଜଣ କଂଗ୍ରେସ ନେତା ରାଜ୍ୟର ସ୍ଥିତିକୁ ନେଇ ଦୁଃଖୀତ ଅଛନ୍ତି । ଏହି ନେତାମାନେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ସେମାନେ ରାଜନୈତିକ ନେତୃତ୍ବ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ଏଥି ସହିତ ନେତାମାନେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସ୍ବଚ୍ଛ ନିର୍ବାଚନ ପାଇଁ ମଧ୍ୟ ଦାବି କରିଛନ୍ତି।'

କଂଗ୍ରେସ ବିରୋଧୀ କାର୍ଯ୍ୟକଳାପ ପାଇଁ ସଞ୍ଜୟ ଝାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ଦିନ ପୂର୍ବରୁ ସଞ୍ଜୟ ଟ୍ବିଟ ଜରିଆରେ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, 3 ଥର ମୁଖ୍ୟମନ୍ତ୍ରୀ ରହିଥିବା ଅଶୋକ ଗେହଲଟଙ୍କୁ କଂଗ୍ରେସ ଦୁର୍ବଳ ଥିବା ରାଜ୍ୟଗୁଡିକର ଦାୟିତ୍ବ ଦିଆଯିବା ଉଚିତ୍। ଏଥିସହ ରାଜସ୍ଥାନ ପ୍ରଦେଶ କଂଗ୍ରେସ ପାଇଁ ଜଣେ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେବା ଉଚିତ୍ ବୋଲି ସେ କହିଥିଲେ । ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପ୍ରସ୍ତାବ ପରେ ପାର୍ଟି ବିରୋଧୀ କାର୍ଯ୍ୟକଳାପ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଞ୍ଜୟ ଝାଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି।

ଅନ୍ୟପକ୍ଷରେ ଫେସବୁକ ସହ ବିଜେପିର ସମ୍ପର୍କ ଥିବା ମାମଲାରୁ ଧ୍ୟାନ ହଟାଇବା ପାଇଁ ଏହା ବିଜେପିର ଏକ ଷଡଯନ୍ତ୍ର ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.