ETV Bharat / bharat

ଭାରତ ଯୋଡ଼ ଯାତ୍ରା: ଆଜି କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ - କର୍ଣ୍ଣାଟକରେ ଭାରତ ଯୋଡୋ ଯାତ୍ରା

ବିଜେପି ଶାସିତ କର୍ଣ୍ଣାଟକରେ ଜାରି ରହିଛି ଭାରତ ଯୋଡ଼ ଯାତ୍ରା । ଆଜି ବଲ୍ଲାରୀ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ ।

ଭାରତ ଯୋଡୋ ଯାତ୍ରା: ଆଜି କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ

author img

By

Published : Oct 15, 2022, 11:59 AM IST

ବେଙ୍ଗାଲୁରୁ: ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା(Bharat Jodo Yatra) ଏବେ କର୍ଣ୍ଣାଟକରେ ଜାରି ରହିଛି । ୩୮ ଦିନରେ ଏହି ପଦଯାତ୍ରା ମଧ୍ୟରେ କଂଗ୍ରେସ ନେତା ଦୀର୍ଘ ୧,୦୦୦ କିଲୋମିଟର ପଥ ଅତିକ୍ରମ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକ ବଲ୍ଲାରୀ ଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟା ସମୟରେ ବଲ୍ଲାରୀ ମ୍ୟୁନିସପାଲ ଗ୍ରାଉଣ୍ଡରେ ଏହି ଜନସଭା ଆୟୋଜିତ ହେବ । ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାବେଳେ ଆଜି ଏଠାରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ ।

ଭାରତ ଯୋଡ଼ ଯାତ୍ରା: ଆଜି କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ

ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନ ୨ଟା ସମୟରେ କଂଗ୍ରେସ ବଲ୍ଲାରୀ ଠାରେ ରାଲି କରିବ । ଏହାପରେ ଅପରାହ୍ନ ୪ଟା ବେଳକୁ ରାହୁଲ ଗାନ୍ଧୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, କମଲ ନାଥ, ସେଲଜା କୁମାରୀ, ରଣଦୀପ ସିଂହ ସୁରଜୱାଲା, ଦିଗବିଜୟ ସିଂହ ପ୍ରମୁଖ ପାୱାରଫୁଲ ନେତା ସାମିଲ ହେବେ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ୬ ମାସ ବାକି ରହିଛି । ଏପରି ସ୍ଥଳେ ରାଜ୍ୟରେ ଭାରତ ଯୋଡୋ ଯାତ୍ରାକୁ ନେଇ ବେଶ୍ ଆଶାବାଦୀ ରହିଛି କଂଗ୍ରେସ । କାରଣ ପୂର୍ବରୁ ୨୦୧୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଜେପି ସରକାରଙ୍କ ବିରୁଦ୍ଧରେ ବେଙ୍ଗାଲୁରୁରୁ ବଲ୍ଲାରୀ ଯାଏଁ ୩୨୦ କିମିର ଏକ ପଦଯାତ୍ରା କରିଥିଲେ । ଯାହାକି କର୍ଣ୍ଣାଟକ ରାଜନୀତିକୁ ନୂଆ ମୋଡ ଦେଇଥିଲା । କଂଗ୍ରେସର ଯାତ୍ରା ସଫଳ ହୋଇଥିଲା । ୨୦୧୩ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାରୁ ହଟିବା ସହିତ କଂଗ୍ରେସ ଶାସନ ଗାଦିରେ ବସିଥିଲା । ତେଣୁ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ଏହି ପଦଯାତ୍ରା ଏଥର ମଧ୍ୟ ସଫଳ ସାବ୍ୟସ୍ତ ହେବ ବୋଲି ଆଶା ରଖିଛି କଂଗ୍ରେସ ।

ରାହୁଲ ଗାନ୍ଧୀଙ୍କ(Congress leader Rahul Gandhi) ନେତୃତ୍ବାଧୀନ ଭାରତ ଯୋଡ଼ ଯାତ୍ରା ତାମିଲନାଡୁ, କେରଳ ପରେ ସେପ୍ଟେମ୍ବର ୩୦ରେ ବିଜେପି ଶାସିତ କର୍ଣ୍ଣାଟକରେ ପହଞ୍ଚିଥିଲା । ଏହି ପଦଯାତ୍ରାକୁ ସଫଳ କରିବାକୁ ଅନେକ ଟାଣୁଆ ନେତା ଏଥିରେ ସାମିଲ ହୋଇଛନ୍ତି । ଶୁକ୍ରବାର କଂଗ୍ରେସ ନେତାମାନେ କର୍ଣ୍ଣାଟକ ହଲାକୁନ୍ଧି ମଠଠାରେ ରାତ୍ରିଯାପନ କରିବା ପରେ ଆଜି ସକାଳୁ ପୁଣିଥରେ ବଲ୍ଲାରୀ ଅଭିମୁଖେ ବାହାରିଛନ୍ତି ।

ଏହା ଯାତ୍ରା ସମୟରେ ଆଜି ସକାଳେ ଶହ ଶହ ଲୋକେ ରାସ୍ତାର ଉଭୟ ପାର୍ଶ୍ବରେ ଛିଡା ହୋଇ ଢୋଲ ବାଜା ସହ ରାହୁଲ ଗାନ୍ଧୀଙ୍କୁ ଅଭିବାଦନ ଜଣାଇଛନ୍ତି । ଲୋକମାନେ ରାହୁଲଙ୍କ ସହ ହାତ ମିଶାଇଛନ୍ତି । କେହି କେହି ତାଙ୍କୁ ଆଲିଙ୍ଗନ କରିବା ସଙ୍ଗେ ସଙ୍ଗେ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ତାଙ୍କର ପଦଯାତ୍ରା ମାର୍ଗରେ ଦଳୀୟ ପତାକା, ମାଳ ମାଳ ପୋଷ୍ଟର, ବ୍ୟାନର ଲଗାଯାଇ ସ୍ବାଗତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କୋଇଲା ଖଣିରେ ବିସ୍ଫୋରଣ: ୨୮ ଶ୍ରମିକ ମୃତ, ଫସିଛନ୍ତି ଅନେକ

ଗତ ସେପ୍ଟେମ୍ବର ୩୦ରୁ କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସ ଯାତ୍ରା ୫୧୧ କିଲୋମିଟର ଓ ୨୧ ଦିନ ପରେ ଅକ୍ଟୋବର ୨୦ରେ ଶେଷ ହେବ । ଏହି ଯାତ୍ରା ୧୫୦ ଦିନରେ ୧୦ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚିବ । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ କୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.