ETV Bharat / bharat

Bharat Gaurav tourist train: ଶ୍ରଦ୍ଧାଳୁ କରିପାରିବେ ପୁରୀରୁ କାଶୀ ବିଶ୍ବନାଥ ପର୍ଯ୍ୟନ୍ତ ଦର୍ଶନ

28 ଏପ୍ରିଲରୁ ଗଡିବ ଭାରତ ଗୌରବ ଟ୍ରେନ୍ । ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଲକାତାର କାଳୀଘାଟି ଏବଂ ଗଙ୍ଗାସାଗର ଦର୍ଶନ କରିପାରିବେ ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ

author img

By

Published : Apr 23, 2023, 10:41 PM IST

Updated : Apr 24, 2023, 10:06 AM IST

Bharat Gaurav tourist train
Bharat Gaurav tourist train

ନୂଆଦିଲ୍ଲୀ: ତୀର୍ଥଯାତ୍ରୀଙ୍କ ପାଇଁ ବଡ ଅବସର ଆଣିଛି ଭାରତୀୟ ରେଳବାଇ । ଦେଶର ପ୍ରମୁଖ ଆଧ୍ୟାତ୍ମିକସ୍ଥଳୀର ଏକକାଳୀନ ପରିଭ୍ରମଣ ପାଇଁ ଚଳିତ 28 ତାରିଖରୁ ଗଡିବ ପର୍ଯ୍ୟଟନ ସ୍ବତନ୍ତ୍ର ‘ଭାରତ ଗୌରବ ଏକ୍ସପ୍ରେସ’ । ଭାରତୀୟ ରେଳବାଇର ଏହି ପ୍ରୟାସ ଫଳରେ ଦେଶର ବିଭିନ୍ନ ପ୍ରାନ୍ତର ତୀର୍ଥଯାତ୍ରୀମାନେ ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଲକାତାର କାଳୀଘାଟି ଏବଂ ଗଙ୍ଗାସାଗର, ଗୟା ସ୍ଥିତ ବିଷ୍ଣୁପଦ ମନ୍ଦିର , ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ଏବଂ ତ୍ରିବେଣୀ ସଙ୍ଗମ ଇତ୍ୟାଦି ପରିଦର୍ଶନ କରିପାରିବେ । 28 ଏପ୍ରିଲରୁ ଏହି 9 ରାତ୍ର 10 ଦିନ ଅବଧି ବିଶିଷ୍ଟ ପର୍ଯ୍ୟଟନ ସ୍ବତନ୍ତ୍ର ଯାତ୍ରା ପୁଣେରୁ ଆରମ୍ଭ ହେବାକୁ ଯାଉଛି ।

Bharat Gaurav tourist train
Bharat Gaurav tourist train

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଏହି 9 ରାତି ଓ 10 ଦିନିଆ ଭ୍ରମଣରେ ପୁରୀ, କୋଲକାତା, ଗୟା, ବାରାଣାସୀ ଏବଂ ପ୍ରୟାଗରାଜର ପ୍ରମୁଖ ଧାର୍ମିକ ସ୍ଥାନକୁ ପର୍ଯ୍ୟଟକମାନେ ପରିଦର୍ଶନ କରିପାରିବେ । ଏଠାରେ ରେଳବାଇ ଯାତ୍ରୀମାନଙ୍କୁ ସର୍ବତ୍ତୋମ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛି । ଏହି ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନରେ,7ଟି ସ୍ଲିପର୍ କ୍ଲାସ୍ କୋଚ୍, ଏସି 3 ଟାୟାର୍ ଏବଂ ପ୍ରଥମ ଏସି, ଏ ଏସି 2ୟ ଶ୍ରେଣୀ କୋଚ୍ ରହିଛି । ଏଥିରେ ଯାତ୍ରାଙ୍କ ପାଇଁ ଅନବୋର୍ଡ ଓ ଅଫ ବୋର୍ଡ ଭୋଜନ ମଧ୍ୟ ରହିବ । ସେହିପରି ରେଳ ଯାତ୍ରା ବ୍ୟତୀତ ଆରାମଦାୟକ ବସରେ ସଡ଼କ ପରିବହନ ଏବଂ ଦର୍ଶନୀୟ ସ୍ଥାନରେ ଦର୍ଶନ ସହ ରହିବା ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏହା ବ୍ୟତୀତ ଅଂଶଗ୍ରହଣ କରୁଥିବା ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ଭ୍ରମଣ ବୀମା ସୁବିଧା ମଧ୍ୟ ରଖାଯାଇଛି ।

କେନ୍ଦ୍ର ସରକାର ଆରମ୍ଭ କରିଥିବା 'ଦେଖୋ ଅପନା ଦେଶ' ଏବଂ 'ଏକ ଭରତ ଶ୍ରେଷ୍ଟ ଭାରତ'ର ପର୍ଯ୍ୟଟନ ମିଶନକୁ ସଫଳ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ପ୍ରମୁଖ ଆଧ୍ୟାତ୍ମିକ ସ୍ଥାନକୁ ଏହି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ପୁଣେରୁ ପୁରୀ ଆସିବାକୁ ଥିବା ଭାରତ ଗୌରବ ଏକ୍ସପ୍ରେସ 28 ରେ ପୁଣେରୁ ଯାତ୍ରା ଆରମ୍ଭ କରିବ । ଭାରତୀୟ ରେଳବାଇର ଏହି ପଦକ୍ଷେପ ଭାରତୀୟ ପର୍ଯ୍ୟଟକଙ୍କ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଭାରତର ସମୃଦ୍ଧ ସାଂସ୍କୃତିକ ତଥା ଐତିହ୍ୟ ସହିତ ପରିଚିତ କରାଇବାର ବଡ ଅବସର ସୃଷ୍ଟି କରିଛି । ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2023, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.