ETV Bharat / bharat

ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକା - ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକା

ଭାରତରେ କୋରୋନା ବିରୋଧରେ ୬୦ ବର୍ଷରୁ ଅଧିକ ବୟସ ଓ ସହରୁଗଣତା ଥିବା ଲୋକଙ୍କର ଏବେ କୋଭିଡ ଟିକାକରଣ ଚାଲିିଛି । ଟୀକାକରଣ ସୁରୁଖୁରୁରେ ଚାଲିଥିବା ବେଳେ ଆଉ ଏକ ଭଲ ଖବର ଆସିଛି । ଅଧିକ ପଢନ୍ତୁ...

ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକା
ଭାରତ ବାୟୋଟେକ୍‌ର ଇଣ୍ଟ୍ରାନାସାଲ ଟିକା
author img

By

Published : Mar 17, 2021, 5:07 PM IST

ଭାରତରେ କୋରୋନା ବିରୋଧରେ ୬୦ ବର୍ଷରୁ ଅଧିକ ବୟସ ଓ ସହରୁଗଣତା ଥିବା ଲୋକଙ୍କର ଏବେ କୋଭିଡ ଟିକାକରଣ ଚାଲିିଛି । ଟୀକାକରଣ ସୁରୁଖୁରୁରେ ଚାଲିଥିବା ବେଳେ ଆଉ ଏକ ଭଲ ଖବର ଆସିଛି । ଭାରତ ବାୟୋଟେକ୍ କମ୍ପାନୀର ଇଣ୍ଟ୍ରାନାସାଲ ଟିକା ( ବିବିଭି୧୫୪)ର ଫେଜ୍ -୧ ଟ୍ରାଏଲ୍ ହାଇଦ୍ରାବାଦ ଓ ନାଗପୁର ସମେତ ଭାରତର କିଛି ସହରରେ ଆରମ୍ଭ ହୋଇଛି । ଭାରତ ବାୟୋଟେକର କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି ଏହି ମାସ ୩ ତାରିଖରେ ଘୋଷଣା କରାଯାଇଥିଲା । ସେହି ଦିନ ହିଁ କଂପାନିର ଇଂଟ୍ରାନାସାଲ ଟିକାର ଫେଜ୍ -୧ ଟ୍ରାଏଲ ଆରମ୍ଭ ହେବ ବୋଲି କୁହାଯାଇଥିଲା ।

ମାର୍ଚ୍ଚ ୭ ତାରିଖରୁ ସେହି ଟ୍ରାଏଲ ଦେଶର କିଛି ସହରରେ ଆରମ୍ଭ ହୋଇଛି । ତେବେ ଇଣ୍ଟ୍ରାନାସାଲ ଟିକା ପ୍ରକୃତରେ କ’ଣ ଓ ଏହା କିଭଳି କାମ କରେ, ସେ ସଂପର୍କରେ ଆମେ ପ୍ରଥମେ ଜାଣିବା ଦରକାର । ଇଣ୍ଟ୍ରାନାସାଲ ଟିକା ଓ ଏହାର କାର୍ଯ୍ୟପ୍ରଣାଳୀ ଇଂଜେକସନ ଦ୍ୱାରା ଟିକା ନେବା ହେଉଛି ସବୁଠୁ ସାଧାରଣ ଓ ସହଜ ଉପାୟ । କିନ୍ତୁ ଟିକା ନେବାର ଅଲଗା ମାଧ୍ୟମ ବି ରହିଛି । ସେଗୁଡିକ ମଧ୍ୟରେ ଇଂଟ୍ରାଡର୍ମାଲ ଓ ଇଂଟ୍ରାନାସାଲ ରୁଟ୍ ଅନ୍ୟତମ ।

ଭାରତ ବାୟୋଟେକ ଏବେ ଇଂଟ୍ରାନାସାଲ ଟିକା ବିକଶିତ କରିବାରେ ଲାଗିଛି । ଇଂଟ୍ରାନାସାଲ ଟିକା ନନ୍ –ଇନଭାସିଭ ଓ ଛୁଂଚି ବିହୀନ ହୋଇଥାଏ । ଭାଇରସ ସାଧାରଣତଃ ନାକ ଦେଇ ଶରୀରର ପ୍ରବେଶ କରୁଥିବାରୁ ଟିକା ନେଲେ ଇମ୍ୟୁନ ସିଷ୍ଟମ ଦ୍ୱାରା ରକ୍ତ ଓ ନାକରେ ପ୍ରୋଟିନ ସୃଷ୍ଟି ହୁଏ,ଯାହା କି ଭାଇରସ ବିରୋଧରେ ଲଢିଥାଏ । ନାସିକାରନ୍ଧ୍ରରେ ଟିକା ସ୍ପ୍ରେ କରାଯାଏ । ଏଥିପାଇଁ ଛୁଂଚି ବିହୀନ ସିରିଞ୍ଜ୍ ,ନାସାଲ ସ୍ପ୍ରେ, ଲିକ୍ୟୁଡ ମେଡିସିନ ଓ ଏରୋସେଲ ଡେଲିଭରି ସହାୟତାରେ ଇଂଟ୍ରାନାସାଲ ଟିକା ପ୍ରଦାନ ସମ୍ଭବ । ଏ ପ୍ରକାର ଟିକାଦାନ ସହଜ ଓ ସରଳ । ଯେଉଁମାନେ ନିଡଲ୍ ଫୋବିକ, ସେମାନଙ୍କ ପାଇଁ ଇଂଟ୍ରାନାସାଲ ଟିକା ଏକ ଭଳ ବିକଳ୍ପ । ଛୁଂଚି ବ୍ୟବହାର ହେଉ ନ ଥିବାରୁ ସଂକ୍ରମଣ ଆଶଙ୍କା ବି ଦୂର ହୋଇଥାଏ ।

ଅନ୍ୟ ଧରଣର ଟିକାକରଣ ତୁଳନାରେ ଇଂଟ୍ରାନାସାଲ ଟିକା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଅଧିକ ବଢିଥାଏ । ନାସାଲ ଟିକା ନିଜେ ବି ଦେଇହେବ । ଏ ପ୍ରକାର ଟିକା ଦ୍ୱାରା ସିରିଂଜ ଓ ଛୁଂଚି ଭଳି ସାମଗ୍ରୀ ଦରକାର ପଡୁ ନ ଥିବାରୁ ସାମଗ୍ରିକ ଟିକାକରଣ ଖର୍ଚ୍ଚ ବି ହ୍ରାସ ହୋଇପାରିବ । ଇଂଟ୍ରାନାସାଲ ଟିକା ବିଷୟରେ ଭାରତ ବାୟୋଟେକର ଦାବି

  • ଇଂଟ୍ରାନାସାଲ ଟିକା ଦ୍ୱାରା ବ୍ୟାପକ ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି ହୁଏ
  • ଏହା ନନ୍‌-ଇନଭାସିଭ ଓ ଛୁଂଚି ବିହୀନ
  • ଏହି ଟିକା ଗ୍ରହଣ ସହଜ ହୋଇଥାଏ । ଟିକାକରଣ ପାଇଁ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ପଡେ ନାହିଁ
  • ଛୁଂଚି ସହ ଜଡିତ ରିସ୍କ ଦୂର ହୁଏ
  • ଶିଶୁ ଓ ବୟସ୍କଙ୍କ ପାଇଁ ଏହି ଟିକା ଭଲ ବିକଳ୍ପ ଭାରତ ବାୟୋଟେକର ଇଂଟ୍ରାନାସାଲ ଟିକାର ଫେଜ୍‌-୧ ଟ୍ରାଏଲ ପାଟନା, ଚେନ୍ନାଇ, ହାଇଦ୍ରାବାଦ ଓ ନାଗପୁର ଭଳି ସହରରେ ଆରମ୍ଭ ହୋଇଛି ।

ଉପରୋକ୍ତ ଟିକା କଂପାନି ୧୭୫ ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବ ବୋଲି ସେଂଟ୍ରାଲ ଟ୍ରାଏଲ ରେଜିଷ୍ଟ୍ରି ଅଫ ଇଣ୍ଡିଆ –ସିଟିଆରଆଇ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.