ETV Bharat / bharat

ନାକରେ ଦିଆଯିବ କୋରୋନା ଟିକା, ଆସନ୍ତା ଜାନୁଆରୀରେ ହେବ ଟ୍ରାଏଲ - ଭ୍ୟାକ୍ସିନର ଟ୍ରାଏଲ

ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକା ପରିକ୍ଷଣ । ଏଥି ପାଇଁ ଆହୁରି 2 ୟୁନିଟ ନିୟୋଜିତ ହୋଇଛନ୍ତି । ଅଧିକ ପଢନ୍ତୁ...

କୋଭିଡ-19: ଜାନୁଆରୀରେ ଆରମ୍ଭ ହେବ ନାକରେ ଦିଆଯିବାକୁ ଥିବା ଭ୍ୟାକ୍ସିନର ଟ୍ରାଏଲ

author img

By

Published : Dec 9, 2020, 12:14 PM IST

ହାଇଦ୍ରାବାଦ: ଭାରତ ବାୟୋଟେକ ଦ୍ବାରା ନାକରେ ଦିଆଯିବାକୁ ଥିବା କୋଭିଡ-19 ଟିକା ବିକଶିତ କରିବ । ଯାହାର ପ୍ରଥମ ଚରଣ ପରୀକ୍ଷା ଆସନ୍ତା ମାସରେ ଆରମ୍ଭ ହୋଇପାରେ । ଟିକା ନିର୍ମାତା କମ୍ପାନୀର ଚେୟାରମ୍ୟାନ କୃଷ୍ଣା ଏଲ୍ଲା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

କୃଷ୍ଣା ଏଲ୍ଲା ତିନି ଦିନିଆ ଟାଇ ଗ୍ଲୋବାଲ ସମିଟ (ଟିଜିଏସ)କୁ ସମ୍ବୋଧିତ କରିବା ସମୟରେ କହିଛନ୍ତିଯେ, ଭାରତ ବାୟୋଟେକ କୋଭାକ୍ସିନ ସମେତ ଅନ୍ୟ ଟିକାର ଉତ୍ପାଦନ ପାଇଁ ଆଉ 2ଟି ୟୁନିଟ ନିୟୋଜିତ ହୋଇଛି ।

ବେଙ୍ଗାଲୁରୁର ଏକ କମ୍ପାନୀ ବାୟକୋନ ଲିମିଟେଡର ଅଧ୍ୟକ୍ଷ କିରଣ ମଜୁମଦାର ଶାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବାବଳେ କହିଛନ୍ତି ଯେ,'ମତେ ଲାଗୁଛି ଟିକାର ପ୍ରଥମ ଚରଣ ଆସନ୍ତା ମାସରେ ଆରମ୍ଭ ହେବ, କାରଣ ଏହା ଗୋଟିଏ ଥର ଦିଆଯାଉଥିବା ଟିକା ଅଟେ'। କ୍ଲିନିକାଲ ଟ୍ରାଏଲ ପ୍ରକ୍ରିୟା ମଧ୍ୟ ଅପେକ୍ଷାକୃତ ଶୀଘ୍ର କରାଯିବ।

ଏଲ୍ଲା ଆହୁରି କହିଛନ୍ତି ଯେ, କୋଭିଡ-19 ର ଆସିବାକୁ ଥିବା ଟିକାକୁ ଇଞ୍ଜେକ୍ସନ ମାଧ୍ୟମରେ ଦୁଇଥର ନେବାକୁ ପଡିବ । ଆଉ ଭାରତ ପରି ଦେଶରେ 2.6 ଅରବ ସିରିଞ୍ଜ ତଥା ଛୁଞ୍ଚିର ଆବଶ୍ୟକତା ହେବ। ଯେଉଁଥିରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ତାଙ୍କ କହିବାନୁସାରେ, ଭାରତ ବାୟୋଟେକ ଅନେକ ଘଟଣାକୁ ଧ୍ୟାନରେ ରଖି ନୂଆ 'ଚିପ-ଏଡିନୋଭାଇରସ' ଟିକା ପାଇଁ ସେଣ୍ଟ ଲୁଇର୍ସରେ ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ ସହିତ ମିଳିତ ଭାବେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.