ETV Bharat / bharat

କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କଲା ଭାରତ ବାୟୋଟେକ - Bharat Biotech shares full data

ଦେଶର ପ୍ରଥମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ କ୍ଲିନିକାଲ ପରୀକ୍ଷଣ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କଲା। ଅଧିକ ପଢନ୍ତୁ...

କ୍ଲିନିକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କଲା ଭାରତ ବାୟୋଟେକ

author img

By

Published : Jun 12, 2021, 11:01 PM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ନିଜ ପ୍ରସ୍ତୁତ ଟିକା କୋଭ୍ୟାକ୍ସିନ ଗବେଷଣାର ସମସ୍ତ ତଥ୍ୟ ସାର୍ବଜନୀନ କରିଛି । ଟିକା ଉତ୍ପାଦନ ଆରମ୍ଭ କରିବା ପୂର୍ବରୁ ସଂସ୍ଥା ଦ୍ବାରା କରାଯାଇଥିବା ସମସ୍ତ କ୍ଲିନିକାଲ ପ୍ରକ୍ରିୟା ଓ ପରୀକ୍ଷଣର ସମସ୍ତ ତଥ୍ୟ ସାର୍ବଜନୀନ କରିଛି ସଂସ୍ଥା ।

ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ସମସ୍ତ ତଥ୍ୟ ଭାରତୀୟ ସରକାରଙ୍କ ଦ୍ବାରା ପ୍ରତ୍ୟକ୍ଷ ତତ୍ବବଧାନରେ ସମାପ୍ତ ହୋଇଥିବା କହିଛି ସଂସ୍ଥା । ଏନେଇ ସଂସ୍ଥା ପକ୍ଷରୁ ଏକ ପତ୍ରିକା ମଧ୍ୟ ପ୍ରକାଶନ କରାଯାଇଛି । ହ୍ୟୁମାନ କ୍ଲିନାକାଲ ଟ୍ରାଏଲ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିଥିବା ଏକ ମାତ୍ର ସଂସ୍ଥା ହେଉଛି କୋଭ୍ୟାକ୍ସିନ । ସେମାନେ ପାରଦର୍ଶିତାରେ ବିଶ୍ବାସ କରନ୍ତି ବୋଲି ସଂସ୍ଥା ନିଜ ବିବୃତ୍ତିରେ କହିଛି । ସଂସ୍ଥା ପକ୍ଷରୁ ମୁଖ୍ୟତଃ 3 ସ୍ତରୀୟ ପରୀକ୍ଷଣ କରାଯାଇଛି । କମ୍ପାନୀ ମଧ୍ୟ ଚିହ୍ନଟ ହୋଇଥିବା ଭାଇରସର ଡେଲ୍ଟା ଓ ବିଟା ଭ୍ୟାରିଏଣ୍ଟ ଉପରେ ମଧ୍ୟ ପରୀକ୍ଷଣ କରାଯାଇଥିବା କମ୍ପାନୀ କହିଛି ।

ତେବେ ସମସ୍ତ ପ୍ରକ୍ରିୟା ଅନୁସରଣ ପରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭ୍ୟାକ୍ସିନକୁ ଭାରତ ସରକାର ଜରୁରୀକାଳୀନ ବ୍ୟବହାରିକ ଅନୁମତି ଦେଇଥିଲେ । ତେବେ ଜାନୁଆରୀ 16 ତାରିଖରୁ ଦେଶରେ କୋଭିଡ ଟିକାକରଣ ଆରମ୍ଭ କରିଥିଲା । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭ୍ୟାକ୍ସିନ ଓ ସେରମ ଇଂଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଦୁଇ ଟିକାକୁ ନେଇ ଟୀକାକରଣ ଅଭିଯାନ କରିଥିଲା ଭାରତ ସରକାର । ତେବେ ପରବର୍ତ୍ତୀ ସ୍ଥିତିରେ କିଛି ପଡୋଶୀ ଦେଶ କୋଭ୍ୟାକ୍ସିନକୁ ଅନୁମତି ଦେଇ ନଥିଲେ ।ତେବେ ଏବେ ସୁଦ୍ଧା ମଧ୍ୟ କୋଭ୍ୟାକ୍ସିନର ଦୁଇଟି ଡୋଜ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ବିଦେଶ ଗସ୍ତ କରିବା ଅନୁମତି ନାହିଁ । ତେବେ ଏନେଇ ସଂସ୍ଥା ପକ୍ଷରୁ ସମସ୍ତ ପରୀକ୍ଷଣ ତଥ୍ୟ ସାର୍ବଜନୀନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.