ETV Bharat / bharat

ଭାରତ ବାୟୋଟେକର ଦାବି, କୋରୋନାର ନୂଆ ଷ୍ଟ୍ରେନ ବିରୋଧରେ କୋଭାକ୍ସିନ ପ୍ରଭାବଶାଳୀ - କୋଭାକ୍ସିନ

ଭାରତ ଓ ବ୍ରିଟେନରେ ମିଳିଥିବା କୋରୋନା ଭାଇରସର ନୂଆ ରୂପ ବିରୋଧରେ କୋଭାକ୍ସିନ ବେଶ ପ୍ରଭାବଶାଳୀ ବୋଳି ଦାବି କରିଛି ନିର୍ମାତା କମ୍ପାନୀ ଭାରତ ବାୟୋଟେକ । ଅଧିକ ପଢନ୍ତୁ...

ଭାରତ ବାୟୋଟେକର ଦାବି, କୋରୋନାର ନୂଆ ଷ୍ଟ୍ରେନ ବିରୋଧରେ କୋଭାକ୍ସିନ ପ୍ରଭାବଶାଳୀ

author img

By

Published : May 16, 2021, 8:21 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ । ଏପଟେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ବଢୁଛି ଚିନ୍ତା । ଏହାରି ମଧ୍ୟରେ ଭାରତ ବାୟୋଟେକର ଦାବି ଦେଶବାସୀଙ୍କୁ କରିବ ଆଶ୍ବସ୍ତ । ଭାରତ ଓ ବ୍ରିଟେନରେ ମିଳିଥିବା କୋରୋନା ଭାଇରସର ନୂଆ ରୂପ ବିରୋଧରେ କୋଭାକ୍ସିନ ବେଶ ପ୍ରଭାବଶାଳୀ ବୋଲି ଦାବି କରିଛି ନିର୍ମାତା କମ୍ପାନୀ ।

ଏକ ଜଣାଶୁଣା ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଅନୁସନ୍ଧାନକୁ ଦର୍ଶାଇ ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ଭାରତ ବାୟୋଟେକ କହିଛି ଯେ ଯଥାକ୍ରମେ ଭାରତ ଏବଂ ବ୍ରିଟେନରେ B.1.617 ଏବଂ B.1.1.7 ସମେତ କୋରୋନା ଭୂତାଣୁ ବିରୁଦ୍ଧରେ କୋଭାକ୍ସିନ ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।

କମ୍ପାନୀର କହିବାନୁସାରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ସହଯୋଗରେ ଏହି ଗବେଷଣା କରାଯାଇଥିଲା । ଭାରତ ବାୟୋଟେକର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲା ଏକ ଟ୍ବିଟରେ କହିଛନ୍ତି, କୋଭାକ୍ସିନ ପୁଣି ଥରେ ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ବୈଜ୍ଞାନିକ ତଥ୍ୟରେ କୋରୋନାକୁ ମାତ୍‌ ଦେବାରେ ବେଶ ପ୍ରଭାବୀ ବୋଲି ପ୍ରମାଣିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.