ନୂଆଦିଲ୍ଲୀ: ଭଗବତ ଗୀତା ମଣିଷର ସବୁ ସମସ୍ୟାର ସମାଧାନ କରିଥାଏ । ମଣିଷକୁ ପ୍ରଶ୍ନ କରିବାକୁ, ମନକୁ ଖୋଲା ରଖିବାକୁ ପ୍ରେରଣା ଯୋଗାଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାଗବତ ଗୀତା ଜଣଙ୍କୁ ଚିନ୍ତନ ପ୍ରଦାନ କରିଥାଏ । ଆମକୁ ପ୍ରଶ୍ନ କରିବାକୁ ପ୍ରେରଣା ଯୋଗାଇଥାଏ । ଗୀତା ଆମକୁ ମାନବିକତା ଶିକ୍ଷା ଦେଇଥାଏ । ବିର୍ତକକୁ ଉତ୍ସାହିତ କରିବା ସହିତ ମନକୁ ଖୋଲା ରଖିଥାଏ ଗୀତା । ଗୀତା ଦ୍ବାରା ଅନୁପ୍ରାଣିତ ହୋଇଥିବା ବ୍ୟକ୍ତିର ପ୍ରକୃତି ସବୁବେଳେ ଶାନ୍ତ ଦୟାଳୁ ହୋଇଥାଏ ବୋଲି ସ୍ବାମୀ ଚିଦଭବନ୍ଦନ ଭଗବତ ଗୀତାର କିଣ୍ଡଲ ସଂସ୍କରଣକୁ ଉନ୍ମୋଚିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି ।
ଭଗବତ ଗୀତାର ସୌନ୍ଦର୍ଯ୍ୟ ଏହାର ଗଭୀରତା, ବିବିଧତା ଓ ନମନିୟତା ମଧ୍ୟରେ ରହିଛି । ଆଚାର୍ଯ୍ୟ ବିନୋବା ଭାବେ ଗୀତାକୁ ମାଆ ଭଳି ବର୍ଣ୍ଣନା କରିଛନ୍ତି ଯିଏକି ସେ କେବେ ଝୁଣ୍ଟି ପଡିଲେ ତାଙ୍କୁ କୋଳରେ କୋଳେଇ ନେବେ । ମହାନ ମହାନ ବ୍ୟକ୍ତିତ୍ବ ଯେପରି ମହାତ୍ମା ଗାନ୍ଧୀ, ଲୋକମାନ୍ୟ ତିଲକ, ମହାକବି ସୁ୍ବ୍ରମଣିଆ ଭାରତୀ ଗୀତା ଦ୍ବାରା ଅନୁପ୍ରାଣିତ ହୋଇଛନ୍ତି ବୋଲି କହିଛନ୍ତି ମୋଦି ।
ସେ ଆହୁରି କହିଛନ୍ତି, ବିଶେଷ କରି ଯୁବକଙ୍କ ଭିତରେ ଇ-ବୁକର ଚାହିଦା ରହିଛି । ଯାହା ଗୀତାରୁ ଡିଜିଟାଇଜେସନ କରିବାରେ ପ୍ରୟାସ ଆରମ୍ଭ କରିଛି । ଏହା ଅଧିକରୁ ଅଧିକ ଯୁବକଙ୍କୁ ସଂଯୋଗ କରିବ । ଏହା ସହିତ ତାମିଲନାଡୁର ତିରୁଚିରାପଲ୍ଲୀରେ ଶ୍ରୀ ରାମକୀଷ୍ଣ ତପୋବନ ଆଶ୍ରମର ପ୍ରତିଷ୍ଠାତା ତଥା ଯାହାଙ୍କ ଗୀତା ଉପରେ ବିଦ୍ବାନ କାର୍ଯ୍ୟ ଏହି ବିଷୟର ଅନ୍ୟତମ ପୁସ୍ତକ ସ୍ବାମୀ ଚିଦଭବନ୍ଦନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଗୀତାର ତାମିଲ ସଂସ୍କରଣ 1951 ମସିହାରେ ପ୍ରକାଶିତ ହୋଇଥିଲା । ଏହା ପରେ 1965ରେ ଇଂରାଜୀରେ ପ୍ରକାଶିତ ହୋଇଥିଲା । ଏହା ପରେ ତେଲୁଗ, ଓଡିଆ,ଜର୍ମାନ ଓ ଜାପାନୀଜର ଭକ୍ତମାନଙ୍କ ଦ୍ବାରା ଅନୁବାଦ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ