ETV Bharat / bharat

ଭୋଜପାଲି ବାବାଙ୍କୁ ଅଯୋଧ୍ୟା ନିମନ୍ତ୍ରଣ, ରାମ ମନ୍ଦିର ପାଇଁ ନେଇଥିଲେ ଅଜବ ଶପଥ

author img

By ETV Bharat Odisha Team

Published : Dec 23, 2023, 10:11 PM IST

Ram Bhakta Baba Resolution Fulfilled: ଜାନୁଆରୀ ୨୨ ତାରିଖରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୋଜପାଲି ବାବାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଜାଣନ୍ତୁ କିଏ ଏହି ବାବା...

ବାବାଙ୍କୁ ଅଯୋଧ୍ୟା ନିମନ୍ତ୍ରଣ
ବାବାଙ୍କୁ ଅଯୋଧ୍ୟା ନିମନ୍ତ୍ରଣ
ବାବାଙ୍କୁ ଅଯୋଧ୍ୟା ନିମନ୍ତ୍ରଣ

ଭୋପାଳ: ପୂରଣ ହେଲା ଭୋଜପାଲି ବାବାଙ୍କ ସଂକଳ୍ପ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ବୋଲି ସଂକଳ୍ପ ନେଇଥିଲେ ବାବା । ଜାନୁଆରୀ ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭୋଜପାଲି ବାବାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଆମେ କହୁଛୁ ବେତୁଲରେ ଜଣେ ବାବାଙ୍କ କଥା । ଯିଏ ମାତ୍ର 21 ବର୍ଷ ବୟସରେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ବିବାହ ନକରିବାକୁ ଶପଥ ନେଇଥିଲେ । ତେବେ ବାବାଙ୍କ ଏହି ସଂକଳ୍ପ 22 ଜାନୁଆରୀରେ ପୂରଣ ହେବାକୁ ଯାଉଛି । ଯେଉଁଥିପାଇଁ ତାଙ୍କୁ ଅଯୋଧ୍ୟାରୁ ପ୍ରଭୁ ରାମଙ୍କ ନୂତନ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛି । ଏନେଇ ଅଯୋଧ୍ୟାରୁ ବାବାଙ୍କ ନିକଟକୁ ପଠାଯାଇଛି ନିମନ୍ତ୍ରଣ ପତ୍ର । ଯାହାକୁ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ବାବା ।

ବେତୁଲର ମିଲାନପୁରରେ ରହୁଥିବା ଭୋଜପାଲି ବାବାଙ୍କ ପ୍ରକୃତ ନାମ ହେଉଛି ରବିନ୍ଦ୍ର ଗୁପ୍ତା । ସେ ମଧ୍ୟପ୍ରଦେଶ ଭୋପାଳର ହୋଇଥିବାବେଳେ 1992 ରେ ବାବ୍ରି ମସଜିଦ ବିବାଦ ବେଳେ ଅଯୋଧ୍ୟା ଯାଇଥିଲେ । ପ୍ରଭୁ ରାମଙ୍କ ଉପରେ ବାବାଙ୍କର ଗଭୀର ବିଶ୍ବାସ ରହିଛି । ସେ 21 ବର୍ଷ ବୟସରେ ଶପଥ ନେଇଥିସେ ଯେ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ନହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ...ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଔଷଧରେ ସ୍ନାନ କରିବେ ରାମଲଲା, ଜାଣନ୍ତୁ କାରଣ

ଏହା ମଧ୍ୟ ପଢନ୍ତୁ...ରାମ ମନ୍ଦିର ପ୍ରତିଷ୍ଠା; 108 ଫୁଟର ଧୂପକାଠିରେ ମହକିବ ଅଯୋଧ୍ୟା

ଏପରିକି ତାଙ୍କ ବିବାହ କରାଇବାକୁ ପରିବାର ଲୋକେ ବହୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଥିଲେ । ବାବାଙ୍କୁ ବୁଝାସୁଝା କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସବୁ କିଛି ତାଙ୍କର ଜିଦ୍ ଆଗରେ ଫେଲ୍ ମାରିଥିଲା । ଏହାରି ଭିତରେ ଅନେକ ବର୍ଷ ବିତିଯାଇଛି । ବାବାଙ୍କୁ ବୟସ ବର୍ତ୍ତମାନ ୫୨ ବର୍ଷ । ହେଲେ ବିଳମ୍ବର ହେଲେ ମଧ୍ୟ ତାଙ୍କର ମନସ୍କାମନା ପୂରଣ ହୋଇଛି । ତେବେ ଜୀବନର ଅବଶିଷ୍ଟ ସମୟ ସନ୍ୟାସୀ ଭାବେ ବିତାଇବାକୁ ସେ ମନସ୍ଥ କରିଛନ୍ତି । ସନାତନ ଧର୍ମର ପ୍ରଚାର ପ୍ରସାର କରିବା ସହ ହିନ୍ଦୁବାଦୀ ସଂଗଠନ ମାଧ୍ୟମରେ ସନାତନ ଧର୍ମର ରକ୍ଷା କରିବାକୁ ସେ ପ୍ରୟାସ ଚଳାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.