ETV Bharat / bharat

ବୋରୱେଲରୁ ତନ୍ମୟଙ୍କୁ ବଞ୍ଚାଇବା ପାଇଁ ଚାଲିଛି ପ୍ରୟାସ, ଉଦ୍ଧାର କାମରେ ପଥର ବାଧା

ବୋରୱେଲର ଗଭୀର ୪ ଶହ ଫୁଟ ହୋଇଥିବାବେଳେ ତନ୍ମୟ ୫୦ ଫୁଟରେ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ଉଦ୍ଧାର କାମ ଜାରି ରଖିଛି । ବୋରୱେଲ୍ ଭିତରେ ତନ୍ମୟ ଅଚେତ୍ ହୋଇଯାଇଥିବା କଥା ଏବେ ସାମ୍ନାକୁ ଆସୁଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

author img

By

Published : Dec 7, 2022, 2:07 PM IST

ତନ୍ମୟ
ତନ୍ମୟ

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ ଏକ ବୋରଓ୍ବେଲରେ ଜଣେ 6 ବର୍ଷୀୟ ବାଳକ ତନ୍ମୟ ଖସିପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା SDRF ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ବାଳକ ତନ୍ମୟକୁ ଉଦ୍ଧାର କରିବା ପାଇଁ ୨ପୋକଲେନ୍ ଏବଂ ଗୋଟିଏ ଜେସିବି ଲାଗିଛି ।

ତେବେ ସୂଚନାନୁସାରେ ଶିଶୁଟିର ହାତକୁ ବାନ୍ଧି ଉପରକୁ ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଶିଶୁଟି 12 ଫୁଟ ଉପରକୁ ଆସିବା ମାତ୍ରେ ଦଉଡିଟି ଖସି ଯାଇଥିଲା । ବର୍ତ୍ତମାନ ଶିଶୁ ସହ କୌଣସି ଯୋଗାଯୋଗ ହୋଇପାରିନଥିବା ନେଇ ସୂଚନା ରହିଛି (Not getting response child after coming up 12 feet)। ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି ।

  • बैतूल के आठनेर ब्लॉक के मांडवी गांव में 8 साल के मासूम के बोरवेल में गिरने की घटना दुखद है।मैंने स्थानीय प्रशासन को जरूरी कदम उठाने के निर्देश दिए हैं। मैं प्रशासन के सतत संपर्क में हूं। रेस्क्यू टीम बच्चे को सुरक्षित बचाने हेतु प्रयासरत है। मासूम की कुशलता की प्रार्थना करता हूं।

    — Shivraj Singh Chouhan (@ChouhanShivraj) December 6, 2022 " class="align-text-top noRightClick twitterSection" data=" ">

ପୋକଲେନ୍ ଏବଂ ଜେସିବି ମେସିନ୍ ସାହାଯ୍ୟରେ ବୋରଓ୍ବେଲ ଠାରୁ 30 ଫୁଟ ଦୂରରେ ସମାନ୍ତରଳ ଭାବେ ଗାତ ଖୋଳାଯାଉଛି । ଗତକାଲି ବାପାଙ୍କର ଶେଷଥର ପାଇଁ ତନ୍ମୟଙ୍କ ସହ କଥା ହୋଇଥିଲା । ସେତେବେଳେ ତନ୍ମୟ କହିଥିଲେ," ଏଠାରେ ବହୁତ ଅନ୍ଧକାର | ମୁଁ ଭୟଭୀତ । ମୋତେ ଶୀଘ୍ର ବାହାରକୁ ବାହାର କରିଦିଅ ।"

ଏହା ମଧ୍ୟ ପଢନ୍ତୁ: ବୋରଓ୍ବେଲରେ ଫସିଛି 6 ବର୍ଷର ବାଳକ, ରେସକ୍ୟୁ ଅପରେସନ ଜାରି

ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟ କରି କହିଛନ୍ତି ଯେ, ‘‘ବୋରଓ୍ବେଲରେ ଖସିପଡିଥିବା ଜଣେ 6ବର୍ଷୀୟ ବାଳକ ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଛୁଆକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପରିବାର ଲୋକେ ଉପସ୍ଥିତ ରହିଛନ୍ତି । ଛୁଆର ସୁରକ୍ଷା ପାଇଁ ମୁଁ ଭଗବାନ ନିକଟରେ ପ୍ରାର୍ଥନା କରୁଛି ।"

ଏନେଇ ଜିଲ୍ଲାପାଳ ଅମାନବୀର ବୈଁସ କହିଛନ୍ତି,"ତନ୍ମୟକୁ ବୋରୱେଲରୁ ବାହାର କରିବା ପାଇଁ ହାତରେ ଏକ ଦଉଡି ବାନ୍ଧି ତାଙ୍କୁ ଟାଣିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । ଏହି କାରଣରୁ ପିଲାଟି ମଧ୍ୟ 12 ଫୁଟ ଉପରକୁ ଆସିଥିଲା । କିନ୍ତୁ ଦଉଡି ଖୋଲିବା ପରେ ପିଲାଟି ସେଠାରେ ଅଟକି ଯାଇଥିଲା । ରାତି 12 ଟାରୁ ପାର୍ଶ୍ୱରେ ଏକ ନୂତନ ଗାତ ଖୋଳିବା କାର୍ଯ୍ୟ ଆରମ୍ଭ କରି ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗର୍ତ୍ତ 30 ଫୁଟ ପର୍ଯ୍ୟନ୍ତ ଖୋଳା ଯାଇଛି(Digging Up to 30 Feet) । ବୋରୱେଲ ନିକଟରେ ପ୍ରାୟ 15 ଫୁଟ ଗଭୀରତା ପରେ ପଥର ମାଟି ହେତୁ ଖୋଳିବା କଷ୍ଟକର ହୋଇପଡୁଛି(Difficult to Dig Due to Stony Ground) । ତନ୍ମୟ 35 ରୁ 40 ଫୁଟ ମଧ୍ୟରେ ରହିଥିବାରୁ ପହଞ୍ଚିବା ପାଇଁ ୭ ଘଣ୍ଟା ଲାଗିପାରେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.