ETV Bharat / bharat

ଏକାସଙ୍ଗେ ୪୪ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ, ଛାନଭିନ କଲା ସନ୍ଧାନୀ କୁକୁର - କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର

ବେଙ୍ଗାଲୁରୁର ୪୪ରୁ ଅଧିକ ସ୍କୁଲକୁ ଏକାସାଙ୍ଗରେ ବିସ୍ଫୋରଣରେ ଉଡାଇଦେବାକୁ ଧମକ ମିଳିଛି । ଘଟଣାସ୍ଥଳରେ ବମ୍ ସ୍କ୍ବାର୍ଡ ଟିମର ଯାଞ୍ଚ । ଅଧିକ ପଢନ୍ତୁ

ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ
ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ
author img

By ETV Bharat Odisha Team

Published : Dec 1, 2023, 11:26 AM IST

Updated : Dec 1, 2023, 5:03 PM IST

ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ

ବେଙ୍ଗାଲୁରୁ: ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ । ଆଜି ବେଙ୍ଗାଲୁରୁର ୪୪ରୁ ଊର୍ଦ୍ଧ୍ବ ସ୍କୁଲକୁ ଏକାସାଙ୍ଗରେ ବୋମା ବିସ୍ଫୋରଣର ଧମକ ମିଳିଛି । ଇ-ମେଲ ଜରିଆରେ ଏହି ଧମକପୂର୍ଣ୍ଣ ମେସେଜ ଆସିବା ପରେ ସ୍କୁଲଗୁଡିକୁ ଖାଲି କରାଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ବାର୍ଡ ଟିମ ପହଞ୍ଚି ଯାଞ୍ଚ କରୁଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଯାଇଛି । ତେବେ ଏଭଳି ଧମକ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍କୁଲ ନିକଟରେ ଅଭିଭାବକମାନେ ପହଞ୍ଚିଛନ୍ତି । ସ୍କୁଲ ସାମ୍ନାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ ଓ ସନ୍ଧାନୀ କୁକୁର ସହ ଏକାଧିକ ସ୍କୁଲରେ ଚାଲିଛି ଛାନିଭିନ ।

ଏହାମଧ୍ୟ ପଢନ୍ତୁ... 'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ

ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ
ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ

ଆଜି ସକାଳ ସମୟରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁୁରୁର ୪୪ଟି ସ୍କୁଲ ମ୍ୟାନେଜମେଣ୍ଟ ଇମେଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା । ମେସେଜରେ ଉଲ୍ଳେଖଥିଲା ଯେ, ସ୍କୁଲ ପରିସରରେ ବୋମା ଖଞ୍ଜାଯାଇଛି । ଖୁବଶୀଘ୍ର ବ୍ଲାଷ୍ଟରେ ସ୍କୁଲ ଉଡାଇ ଦିଆଯିବ । ତେବେ ଏହି ବିଦ୍ୟାଳୟଗୁଡିକ ମଧ୍ୟରେ ନ୍ୟାସନାଲ, ବିଦ୍ୟାଶିଳ୍ପ, ଏନପିଏସ ଓ ଏବନାଇଜେର ସ୍କୁଲ ସାମିଲ ରହିଛି । ଆଜି ସକାଳ କ୍ଲାସ ଆରମ୍ଭ ହେବା ପରେ ଏକ ଅଜ୍ଞାତ ଆଇଡିରୁ ସ୍କୁଲର ଇ-ମେଲକୁ ଏହି ମେସେଜ ଆସିଥିଲା । ମେସେଜ ଦେଖିବା ପରେ ତୁରନ୍ତ ସ୍କୁଲଗୁଡିକୁ ବନ୍ଦ କରାଯିବା ସହ ପିଲାମାନଙ୍କୁ ନିଜ ଘରକୁ ପଠାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ହାଇଦ୍ରାବାଦ-ଦୁବାଇ ବିମାନକୁ ହାଇଜାକ କରିବାକୁ ଧମକପୂର୍ଣ୍ଣ ମେଲ୍‌: ଉଡାଣ ବାତିଲ, 3 ଅଟକ

ଏଭଳି ଧମକପୂର୍ଣ୍ଣ ମେସେଜ ଆସିବା ନେଇ ଖବର ପ୍ରଚାର ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍କୁଲ ବାହାରେ ଅଭିଭାବକମାନଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ସ୍କୁଲଗୁଡିକୁ ତୁରନ୍ତ ଖାଲି କରାଯିବା ସହ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ଯାଞ୍ଚ ଜାରି ରଖିଛି । ପୋଲିସ ମଧ୍ୟ ସ୍କୁଲ ପରିସରରେ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛି । କିଏ ଏହି ଧମକପୂର୍ଣ୍ଣ ମେସେଜ ପଠାଇଛି ସେନେଇ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ ।

ଅନ୍ୟପଟେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ବୋମା ଧମକ ମିଳିଥିବା କିଛି ସ୍କୁଲକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ଅଧିକାରୀଙ୍କ ସହ ସ୍ଥିତି ସମ୍ବନ୍ଧରେ ପଚାରି ବୁଝିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Dec 1, 2023, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.