ETV Bharat / bharat

ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ଆତଙ୍କୀ ସହଯୋଗୀ ଗିରଫ

author img

By ETV Bharat Odisha Team

Published : Aug 29, 2023, 11:36 AM IST

Updated : Aug 29, 2023, 1:12 PM IST

ବେଙ୍ଗାଲୁରୁରୁ ଆଉ ଜଣେ ସନ୍ଦିଗ୍ଧ ଆତଙ୍କୀ ସହଯୋଗୀ ଗିରଫ । କିଛି ସପ୍ତାହ ପୂର୍ବରୁ ଧରାପଡିଥିଲେ ୫ ସନ୍ଦିଗ୍ଧ ଆତଙ୍କୀ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରୁ ଆଉ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ଆତଙ୍କୀ ସହଯୋଗୀ ଧରାପଡ଼ିଛି । ଆତଙ୍କୀ ଲିଙ୍କ୍‌ ଘଟଣାରେ ବେଙ୍ଗାଲୁରୁ ପୋଲିସ ଆରଟି ନଗର ଥାନା ଅଞ୍ଚଳରୁ ଏହି ସନ୍ଦିଗ୍ଧକୁ ଗିରଫ କରିଛି । ତା' ନାମ ଅରସାଦ ଖାନ । କିଛି ସପ୍ତାହ ପୂର୍ବରୁ ସହରରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ବେଳେ ପୋଲିସ ଏହାକୁ ପଣ୍ଡ କରିଦେଇଥିଲା । ସନ୍ଦିଗ୍ଧଙ୍କ ପାଖରୁ ବନ୍ଧୁକ ସମେତ ଗ୍ରେନେଡ୍‌ ଜବତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ସହରରୁ ଆଉ ଜଣେ ସନ୍ଦିଗ୍ଧକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।

ଆରଟି ନଗର ଅଞ୍ଚଳରୁ ଧରା ପଡ଼ିଥିବା ସନ୍ଦିଗ୍ଧ ଆତଙ୍କୀ ସହଯୋଗୀ ଅରସାଦ ବିରୋଧରେ ପୂର୍ବରୁ ଲୁକଆଉଟ୍ ନୋଟିସ୍ ଜାରି ହୋଇଥିଲା । ରିପୋର୍ଟ ଅନୁସାରେ, ପୋଲିସ ଅରସାଦକୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ନିଜର ଗଳା କଟିବା ପାଇଁ ଉଦ୍ୟମ କରିଥିଲା । ହେଲେ ପୋଲିସ ତାଙ୍କୁ ଧରି ହସ୍ପିଟାଲ ନେଇଯାଇଥିଲା । ପରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଅରସାଦ ଜୁନେଦ ଅହମ୍ମଦ ନାମକ ଜଣେ ବ୍ୟକ୍ତି ସହ ଲାଗାତାର ଯୋଗାଯୋଗରେ ଥିଲା, ଯିଏକି ରାଜ୍ୟରେ ଆତଙ୍କୀ ମଡ୍ୟୁଲ ସକ୍ରିୟ କରିବା ପଛରେ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରୁଛି । ଜୁନେଦ ଏବେ ମଧ୍ୟ ପୂର୍ବ ଦେଶରେ ରହିଥିବାର କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ଆତଙ୍କୀଙ୍କ ଟାର୍ଗେଟରେ ଥିଲା ବିରୋଧୀଙ୍କ ବେଙ୍ଗାଲୁରୁ ସମ୍ମିଳନୀ ! 5 ସନ୍ଦିଗ୍ଧ ଆତଙ୍କୀ ଗିରଫ ପରେ ମିଳିଲା ସୁରାକ

ପ୍ରାପ୍ତ ସୂଚନା ଅନୁସାରେ, ବେଙ୍ଗାଲୁରୁ ପୋଲିସ ଗୁପ୍ତ ସୂଚନା ପାଇ ଅଗଷ୍ଟ ୨୭ରେ ଆରଟି ନଗର ସ୍ଥିତ ଏକ ଘରେ ଚଢାଉ କରିଥିଲା । ଏହି ସମୟରେ ଅରସାଦ ପୋଲିସ ହାତରେ ଧରା ନପଡିବାକୁ ନିଜର ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପୋଲିସ ତାକୁ ଅଟକାଇବାରୁ ସେ ଦୁଇ ମହଲା କୋଠାରୁ ଡେଇଁ ଫେରାର୍ ହେବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଏହି ସନ୍ଦିଗ୍ଧକୁ ଧରିବାରେ ସକ୍ଷମ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ବିହାରରେ ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ, ପାଣ୍ଡ୍ରା ପାହାଡ଼ରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

୨୦୧୭ ରିଏଲ ଇଷ୍ଟେଟ ବ୍ୟବସାୟୀ ନୂର ଅହମ୍ମଦ ହତ୍ୟା ମାମଲାରେ ଅରସାଦ ଖାନ୍‌ର ସମ୍ପୃକ୍ତି ଥିଲା । ପୂର୍ବରୁ ଗିରଫ ହୋଇଥିବା ୫ ଜଣ ସନ୍ଦିଗ୍ଧ ମଧ୍ୟ ସମାନ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ । ମାତ୍ର ୧୭ ବର୍ଷୟରେ ଅରସାଦ ହତ୍ୟା ମାମଲାରେ ଗିରଫ ହୋଇଥିଲା । କିନ୍ତୁ ଜାମିନରେ ମୁକୁଳିବା ପରେ ଚୋରି, ହତ୍ୟା ଉଦ୍ୟମ ଭଳି ଅନେକ ଅପରାଧିକ କାଣ୍ଡ ଘଟାଇଥିଲା । ସହରର ବିଭିନ୍ନ ଥାନାରେ ତା' ନାଁରେ ୧୭ଟି ମାମଲା ପଡିଛି । ଏବେ ଆତଙ୍କୀ ଲିଙ୍କରେ ପୋଲିସ ତାକୁ ଗିରଫ କରି ପଚରାଉଚରା କରୁଛି ।

Last Updated : Aug 29, 2023, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.