ବେଙ୍ଗାଲୁରୁ: ନକଲି ଭାରତୀୟ ମୁଦ୍ରା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ବେଙ୍ଗାଲୁରୁର ସ୍ବତନ୍ତ୍ର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)। ଏହି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ 6 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ 15,000 ଟଙ୍କା ଜୋରିମାନା କରାଯାଇଛି। ଦୁଇ ଅଭିଯୁକ୍ତ ହେଲେ ଗଙ୍ଗାଧର ଖୋଲକର ଏବଂ ସବିରୁଦ୍ଦିନ। ସୂଚନାମୁତାବକ, 2018 ରେ ନକଲି ଇଣ୍ଡିଆନ ମୁଦ୍ରା ନୋଟ (FICN) ଛପା କାରଖାନା ବିରୋଧରେ ଅପରେସନ ଆରମ୍ଭ କରିଥିଲା ଏନଆଇଏ ଟିମ । ଏହା ପରେ ମଦନୟାକାନାହଲ୍ଲୀ ଷ୍ଟେସନ ପରିସରରୁ 3 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ 64 ଲକ୍ଷ 84 ହଜାର ନକଲି ଭାରତୀୟ ମୁଦ୍ରା ଜବତ କରିଥିଲା । ଏବଂ ମଦନୟାକାନାହଲ୍ଲୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ କରିଥିଲା ।
ଏହି ମାମଲାର ତଦନ୍ତରୁ ଜଣାପଡିଛି ଯେ, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ତିନିଜଣ ନକଲି ଭାରତୀୟ ମୁଦ୍ରା ଯୋଗାଣକାରୀଙ୍କ ସମେତ ଆଉ ଚାରି ଜଣଙ୍କ ସମ୍ପୃକ୍ତି ରହିଛି। ଏନଆଇଏ ଏହି 7 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ତେବେ ଫେରାର ଥିବା ଅଭିଯୁକ୍ତ ଜାହିରୁଦ୍ଦିନଙ୍କ ବିରୋଧରେ ଅଧିକ ତଦନ୍ତ ଚାଲିଛି ବୋଲି ଏନଆଇଏ କହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ