ETV Bharat / bharat

କାଳିଆଗଞ୍ଜ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ହିଂସା: ଥାନା ଜାଳି ଦେଲେ ଆନ୍ଦୋଳନକାରୀ

author img

By

Published : Apr 25, 2023, 9:36 PM IST

ପଶ୍ଚିମବଙ୍ଗ କାଳିଆଗଞ୍ଜ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ହିଂସା । ଆଜି ଥାନା ଜାଳି ଦେଲେ ଆନ୍ଦୋଳନକାରୀ । 23 ତାରିଖରେ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ଆଦିବାସୀ ନାବାଳିକାଙ୍କ ମୃତଦେହ । ଅଧିକ ପଢନ୍ତୁ

କାଳିଆଗଞ୍ଜ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଥାନା ଜାଳିଦେଲେ ଆନ୍ଦୋଳନକାରୀ

କୋଲକାତା: ପଶ୍ଟିମବଙ୍ଗର ଦିନାଜପୁର ଜିଲ୍ଲା କାଳିଆଗଞ୍ଜରେ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଥମିବାର ନାଁ ନେଉନାହିଁ ହିଂସା । କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ପୁଣି ହିଂସାକାଣ୍ଡ ଘଟିଛି । ଆଜି ଆନ୍ଦୋଳନକାରୀମାନେ କାଳିଆଗଞ୍ଜ ପୋଲିସ ଷ୍ଟେସନରେ ନିଆଁ ଲାଗାଇ ଦେଇଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ମୃତଦେହ ଘୋଷାଡି ନେଲା ପୋଲିସ, କାଳିଆଗଞ୍ଜରେ ବ୍ୟାପକ ହିଂସା

ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ ଆୟୋଜନ କରାଯାଇଥିଲା । ସ୍ଥାନୀୟ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ବିଜେପି କର୍ମୀମାନେ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ସେମାନଙ୍କ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିବା ସହ ଲୁହବୁଗା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଉତ୍ୟକ୍ତ ବିଜେପି କର୍ମୀ ଥାନାରେ ନିଆଁ ଲଗାଇ ଦେଇଥିଲେ ।

23 ତାରିଖରେ ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲା କାଳିଆଗଞ୍ଜ ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ନାବାଳିକାର ମୃତଦେହ ସନ୍ଦେହଜନକ ଅବସ୍ଥାରେ ପୋଖରୀ କୂଳରୁ ଉଦ୍ଧାର କରାଯାଇଥିଲା । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ମୃତଦେହକୁ ଅମାନୁଷିକ ଭାବେ ରାସ୍ତାରେ ଟାଣି ଟାଣି ନେଇ ଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥିତି ଆହୁରି ଅଧିକ ଉତ୍ତେଜିତ ହୋଇପଡିଥିଲା ।

ଭାରତୀୟ ଜନତା ପାର୍ଟି ଏହାକୁ ଦୁଷ୍କର୍ମ ଓ ହତ୍ୟା ବୋଲି ଅଭିଯୋଗ କରୁଥିବା ବେଳେ ପୋଲିସ କିନ୍ତୁ ଏକଥା ସିଧା ସ୍ବୀକାର କରିବାକୁ ନାରାଜ । ଅନ୍ୟପଟେ ପୀଡିତା ଏକ ଆଦିବାସୀ ସମ୍ପ୍ରଦାୟର ହୋଇଥିବା କାରଣରୁ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି । ବିଜେପି ଅଭିଯୋଗ କରିଛି ଯେ, ପୋଲିସ ଜାଣିଶୁଣି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛି । ପୋଲିସ ନାବାଳିକାର ମୃତଦେହକୁ ରାସ୍ତାରେ ଅମାନବୀୟ ଭାବେ ଘୋଷାଡି ନେଇଯିବା ଭିଡିଓକୁ ଏକାଧିକ ବିଜେପି ନେତା ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ପୋଲିସର କାର୍ଯ୍ୟଶୈଳୀ ଉପରେ ବର୍ଷିଛନ୍ତି । ଆଜି ପୁଣି ଏହି ଘଟଣାରେ ହିଂସା ଦେଖିବାକୁ ମିଳିଛି । ଥାନାରେ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ଆନ୍ଦୋଳନକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.