କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସର ବର୍ବରତା । ଜନତାଙ୍କ ଉପରେ ଅତ୍ୟାଚାରର ସମସ୍ତ ସୀମା ଟପିଛି ଟିଏମସି । ଜଣେ ମହିଳାଙ୍କୁ କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ଏକ ଗୋଷ୍ଠୀ ରାସ୍ତାରେ ଘୋଷାଡି ଘୋଷାଡି ନେଉଥିବାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି ।
ମହିଳା ଜଣଙ୍କ ଭଉଣୀ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ତଳେ ଗଡାଇ ଅସଦାଚରଣ କରାଯାଇଛି । ତେବେ କ୍ଷମତାସୀନ ତୃଣମୂଳ କଂଗ୍ରେସର ସରପଞ୍ଚଙ୍କ ନେତୃତ୍ବରେ ଏଭଳି ଅମାନୁଷିକ ଘଟଣା ଘଟିଥିବା ହୋଇଛି ଅଭିଯୋଗ । ପୀଡିତା ଜଣକ ବୃତ୍ତିରେ ଜଣେ ଶିକ୍ଷୟତ୍ରୀ ।
ଏକ ରାସ୍ତା ନିର୍ମାଣ ପାଇଁ ଟିଏମସି ଅଧିନରେ ଥିବା ପଞ୍ଚାୟତ ମହିଳାଙ୍କ ଜମିକୁ ଦଖଲ କରିବାରୁ ସେମାନେ ବିରୋଧ କରିଥିଲେ। ରବିବାର ଜିଲ୍ଲାପାଳ ଅର୍ପିତା ଘୋଷ ସରପଞ୍ଚ ଅମଲ ସରକାରଙ୍କୁ ତାଙ୍କ କାର୍ଯ୍ୟାଳୟରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାର ଫେରା ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।