ETV Bharat / bharat

ରାତାରାତି ମାଲେମାଲ ବଙ୍ଗାଳୀ ଶ୍ରମିକ, ଲଟେରୀରେ ଜିତିଲେ ୧ କୋଟି

author img

By

Published : Jun 30, 2023, 3:30 PM IST

ରାତାରାତି ମାଲେମାଲ ହେଲେ ବଙ୍ଗାଳୀ ପ୍ରବାସୀ ଶ୍ରମିକ । କେରଳରେ ଲଟେରୀରେ ଜିତିଲେ ୧ କୋଟି ପୁରସ୍କାର ରାଶି । ଅଧିକ ପଢନ୍ତୁ

Etv Bharat
Etv Bharat

କୋଲକାତା: ରାତିରାତି ଲକ୍ଷପତି ପାଲଟିଛନ୍ତି ବଙ୍ଗାଳୀ ଶ୍ରମିକ । ଲଟେରୀ ଜିତି ହୋଇଛନ୍ତି ମାଲେମାଲ । ପ୍ରବାସୀ ବଙ୍ଗାଳୀ ଶ୍ରମିକ ଜଣକ ଲଟେରୀରେ ୧ କୋଟି ପୁରସ୍କାର ରାଶି ଜିତିବା ପରେ ସୁରକ୍ଷା ଲାଗି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏତେ ଟଙ୍କା ତାଙ୍କ ନିକଟରେ ଥିବାରୁ କେହି ତାଙ୍କଠୁ ହଡ଼ପ କରିବ କିମ୍ବା ଅର୍ଥ ଲୋଭରେ ତାଙ୍କ ଜୀବନ ନେଇଯିବା ଆଶଙ୍କାରେ ସେ ପୋଲିସକୁ ସୁରକ୍ଷା ଯୋଗାଇବା ଲାଗି ଅନୁରୋଧ କରିଛନ୍ତି । କେରଳ ଥିରୁଅନନ୍ତପୁରମଠାରେ ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ।

କେରଳରେ କେହି ଜଣେ ହିନ୍ଦୀରେ 'ମୋତ ବଚାନ୍ତୁ' କହୁଥିବା ଶୁଣିବାକୁ ପାଇଥିଲେ ଥାମ୍ପାନୁର ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ଆର ପ୍ରକାଶ । ସେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିବା ବେଳେ ଜଣେ ବ୍ୟକ୍ତି ଏପରି କହି ଥାନା ନିକଟକୁ ଆସୁଥିବା ଦେଖିବାକୁ ପାଇଥିଲେ । ପଶ୍ଚିମବଙ୍ଗର ଶ୍ରମିକ ବ୍ରିଶୁ ରାମ୍ବା ପୋଲିସ ସୁରକ୍ଷା ଲୋଡ଼ି ଥାନାକୁ ଆସିଥିବା ବେଳେ ସେପଟେ ପୋଲିସ ତାଙ୍କୁ ପ୍ରଥମେ ଚୋର ବୋଲି ଭାବିଥିଲା । ହେଲେ ତଦନ୍ତ ପରେ ସେ ସୁରକ୍ଷା ପାଇଁ ଆସିଥିବା ଜାଣିବାକୁ ପାଇଥିଲା ପୋଲିସ । ସେ ନିଜ ପୁରସ୍କାର ରାଶିର ସହାୟତା ଲୋଡୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ଏହା ବି ପଢନ୍ତୁ- ମାଲେମାଲ ହେଲେ ତେଲେଙ୍ଗାନା ଡ୍ରାଇଭର, ଲଟେରୀରେ ଜିତିଲେ ୩୦କୋଟି

ମିଳିଥିବା ସୂଚନା ଅନୁସାରେ କେରଳରେ ଆୟୋଜିତ 'ଫିଫ୍ଟି ଫିଫ୍ଟି କେରଳ ଲଟେରୀ' (Fifty Fifty Kerala Lottery)ରେ ସେ ୧ କୋଟି ଜିତିଥିବା ଜଣାପଡ଼ିଛି । ଏନେଇ ଅବଗତ ହେବା ପରେ ମଧ୍ୟ ପୋଲିସ ମନରେ ସନ୍ଦେହ ଜାତ ହୋଇଥିଲା । ଏହାପରେ SHO ବ୍ରିଶୁଠାରୁ ଲଟେରୀ ଟିକେଟ ନେଇ ଯାଞ୍ଚ କରିଥିଲେ । ଯାହାକି ସତ୍ୟ ପ୍ରମାଣିତ ହୋଇଥିଲା । ବାସ୍ତବରେ ଲଟେରୀରେ ବ୍ରିଶୁ ୧ କୋଟି ଟଙ୍କା ଜିତିଥିବା ଜଣାପଡ଼ିଥିଲା । ଏହି ଲଟେରୀ ପାଇଁ ବ୍ରିଶୁ ଗତ ସୋମବାର ଥାମ୍ପାନୁରର ଜଣେ ଦୋକାନୀଙ୍କଠାରୁ ଟିକେଟ କିଣିଥିଲେ । ବୁଧବାର ଏହି ଲଟେରୀର ଆୟୋଜନ ହୋଇଥିଲା ।

ବ୍ରିଶୁଙ୍କୁ ଟିକେଟ୍‌ ଦେଇଥିବା ଦୋକାନୀ ଜଣକ ଲଟେରୀ ବିଜେତାଙ୍କ ତାଲିକା ଯାଞ୍ଚ ପାଇଁ ଗତ ବୁଧବାର ସନ୍ଧ୍ୟାରେ ପ୍ରତିଯୋଗିତା ହେଉଥିବା ସ୍ଥାନରେ ପହଞ୍ଚିଥିଲେ । ଏହାପରେ ସେଠାରେ ସେ ବ୍ରିଶୁଙ୍କ ନାମ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଏହାପରେ ସେ ହିଁ ବ୍ରିଶୁଙ୍କୁ ସୁରକ୍ଷା ଲାଗି ପୋଲିସର ସହାୟତା ନେବାକୁ ଉପଦେଶ ଦେଇଥିଲେ । ଏହାପରେ ବ୍ରିଶୁ ଥାନାକୁ ଆସିଥିଲେ । ତେବେ SHO ଆର. ପ୍ରକାଶ ଫେଡେରାଲ ବ୍ୟାଙ୍କ ମ୍ୟାନେଜରଙ୍କୁ ଯୋଗାଯୋଗ କରି ଉକ୍ତ ପୁରସ୍କାର ରାଶିକୁ ତାଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ବ୍ରିଶୁଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଛି ପୋଲିସ । ଏ ସମସ୍ତ ଘଟଣାକୁ କେରଳ ପୋଲିସ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.