ETV Bharat / bharat

କ୍ୟାମ୍ପସରେ ରାଗିଂ ରୋକିବ ISRO ! ସ୍ବତନ୍ତ୍ର ଟେକ୍ନୋଲୋଜି ମାଗିଲେ ବଙ୍ଗ ରାଜ୍ୟପାଳ - ରାଗିଂ ରୋକିବା ଲାଗି ସ୍ବତନ୍ତ୍ର ଟେକ୍ନୋଲୋଜି

ପଶ୍ଚିମବଙ୍ଗର କଲେଜ କ୍ୟାମ୍ପସ ହେବ ରାଗିଂମୁକ୍ତ । ସ୍ବତନ୍ତ୍ର ଟେକ୍ନୋଲୋଜି ଯୋଗାଇବା ଲାଗି ଇସ୍ରୋର ସହାୟତା ଲୋଡ଼ିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Aug 25, 2023, 4:09 PM IST

କୋଲକାତା: କଲେଜ କ୍ୟାମ୍ପସରେ ରାଗିଂ ଏକ ବିଶେଷ ସମସ୍ୟା ଭାବେ ଉଭା ହେଉଛି । ଏଥିଲାଗି ବିନା କାରଣରେ ବିଶୃଙ୍ଖଳା ସାଙ୍ଗକୁ ଛାତ୍ରଙ୍କ ଆତ୍ମହତ୍ୟା ଭଳି ଖବର ମଧ୍ୟ ଆସିଥାଏ । ତେବେ କ୍ୟାମ୍ପସକୁ ରାଗିଂମୁକ୍ତ କରିବା ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ସହାୟତା ଲୋଡ଼ିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ରାଗିଂକୁ ରୋକିବା ଲାଗି ଏକ ସ୍ବତନ୍ତ୍ର ଟେକ୍ନୋଲୋଜି ଯୋଗାଇବା ଲାଗି ସେ ଇସ୍ରୋକୁ ଅନୁରୋଧ କରିଛନ୍ତି । ରାଜ୍ୟପାଳ ଅନେକ ବିଶ୍ବବିଦ୍ୟାଳୟର କୂଳାଧିପତି ଥିବାରୁ ଏ ନେଇ ଇସ୍ରୋ ଚେୟାରମ୍ୟାନ ଏସ. ସୋମନାଥଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି ।

ନିକଟରେ ବଙ୍ଗଳା ବିଭାଗର ପ୍ରଥମ ବର୍ଷର ଛାତ୍ର ହଷ୍ଟେଲ ବାଲକୋନିରେ ଖସିପଡ଼ିବା ପରେ ତାଙ୍କର ମୃତ୍ୟୁ ଘଟିଥିଲ । ଛାତ୍ରଙ୍କ ମୃତ୍ୟୁ ପରେ ରାଗିଂକୁ ନେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ପୂର୍ବତନ ଓ କଲେଜରେ ପଢୁଥିବା ପ୍ରାୟ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଇଥିଲା । ଏ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏ ନେଇ ଇସ୍ରୋ ମୁଖ୍ୟଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- shri jagannath medical college Ragging issue: ଜୁନିୟରଙ୍କ ନିଶ ଦାଢି କାଟିଦେଲେ ସିନିୟର, ପୁରୀ ପୋଲିସର ପଚରାଉଚରା

ତେବେ ଏ ନେଇ ପଶ୍ଚିମବଙ୍ଗ ରାଜଭବନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, " ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ତଥା ବିଶ୍ବବିଦ୍ୟାଳୟର କୂଳାଧିପତି କ୍ୟାମ୍ପସରେ ରାଗିଂକୁ ରୋକିବା ଲାଗି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କ୍ୟାମ୍ପସକୁ ରାଗିଂ-ଫ୍ରି କରିବା ଲାଗି ଏକ ସ୍ବତନ୍ତ୍ର ଧରଣର ଟେକ୍ନୋଲୋଜି ପ୍ରଦାନ କରିବା ଲାଗି ରାଜ୍ୟପାଳ ଇସ୍ରୋ ମୁଖ୍ୟ ସୋମନାଥଙ୍କ ସହିତ କଥା ହୋଇଛନ୍ତି ।" ଇସ୍ରୋ ବାଦ୍‌ ରାଜ୍ୟପାଳ ହାଇଦ୍ରାବାଦ ସ୍ଥିତ ଏକ ଟେକ୍ନୋଲୋଜି ଫାର୍ମ ଆଡ୍ରିଆନ ସହିତ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି ।

ରାଜଭବନରୁ ମିଳିଥିବା ସୂଚନା ଅନୁସାରେ ଏହି ବାର୍ତ୍ତାଳାପ ପରେ ଇସ୍ରୋ ରାଜ୍ୟପାଳଙ୍କ ଅନୁରୋଧ ରକ୍ଷା କରିଛି । କ୍ୟାମ୍ପସରେ ଦେଖିବାକୁ ମିଳିଥିବା ଏହି ରାଗିଂ ସମସ୍ୟାର ସମାଧାନ ଲାଗି ଇସ୍ରୋ ଏକ ସ୍ବତନ୍ତ୍ର ଧରଣର ଟେକ୍ନୋଲୋଜି ନିର୍ମାଣ କରିବ ବୋଲି କୁହାଯାଉଛି । ଏଥିରେ ରାଗିଂ କରୁଥିବା ଛାତ୍ରଙ୍କ ଫଟୋ ଉତ୍ତୋଳନ କରିବା ସହିତ ଏକ ସେନ୍ସର ମଧ୍ୟ ଲଗାଯିବ । ଯାହାକି ରାଗିଂକୁ ରୋକିବାରେ ସହାୟକ ହେବ ।

ଅନ୍ୟପଟେ ରାଜ୍ୟପାଳ ବୋଷ ଏ ନେଇ ଯାଦବପୁର ୟୁନିଭର୍ସିଟି ବୁଦ୍ଧଦେବ ସାଉର ଆନ୍ତରୀଣ କୂଳପତିଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ବିଶ୍ବବିଦ୍ୟାଳୟର ସିକ୍ୟୁରିଟି ସମସ୍ୟା ଓ ଛାତ୍ରଙ୍କ ମୃତ୍ୟୁକୁ ନେଇ ବସିଥିବା ତଦନ୍ତକାରୀ କମିଟି ଉପରେ ରାଜ୍ୟପାଳ ପ୍ରଶ୍ନ ଉଠାଇଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ରାଜଭବନ ସର୍ବଦା ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି । ଏହାସହ କ୍ୟାମ୍ପସ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବା ଲାଗି ଇସ୍ରୋର ସହାୟତା ଲୋଡ଼ିବାକୁ ସେ କୂଳପତିଙ୍କୁ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.