ETV Bharat / bharat

ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଜଗଦୀପ ଧନଖରଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ ତାଙ୍କ ସମ୍ପର୍କରେ

author img

By

Published : Jul 16, 2022, 9:13 PM IST

ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର । ଏବେ ଧନଖରଙ୍କୁ ନେଇ ଚର୍ଚ୍ଚା, କଣ ତାଙ୍କର ରାଜନୈତିକ କ୍ୟାରିୟର ଅଧିକ ପଢନ୍ତୁ

ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଜଗଦ୍ବୀପ ଧନଖରଙ୍କୁ ନେଇ ଚର୍ଚ୍ଚା, ଜାଣନ୍ତୁ ଧନଖରଙ୍କ ସମ୍ପର୍କରେ

ନୂଆଦିଲ୍ଲୀ: ସବୁ ଆକଳନକୁ ପଛରେ ପକାଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ । ଗତ କିଛି ଦିନ ଧରି ଚାଲିଥିବା ଉପରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚାର ପରିସରରେ ନଥିଲେ ଧନଖର । ତେବେ ସମୟ ପାଖେଇବା ସହ ଧନଖର ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ତାଙ୍କ ନାମ ମଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀତ୍ବ ତାଲିକାରେ ଯୋଡି ହୋଇଥିଲା ।

ଅପରାହ୍ନରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବସିଥିବା ବୈଠକ ପରେ ଦଳ ମୁଖ୍ୟ ଜେପି ନଡ୍ଡା ଧନଖରଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତେବେ କାହିଁକି ଧନଖରଙ୍କୁ ପ୍ରାର୍ଥୀ କଲା ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ । ପଶ୍ଚିମବଙ୍ଗ ରାଜ୍ୟପାଳ ବ୍ୟତୀତ ଆଉ କେଉଁ ପାଇଁ ଚର୍ଚ୍ଚିତ ଧନଖର । ରାଜ୍ୟପାଳ ହେବା ପୂର୍ବରୁ କ’ଣ ଥିଲା ତାଙ୍କ ରାଜନୈତିକ କ୍ୟାରିଅର । କଣ ରହିଥିଲା ଜାତୀୟ ରାଜନୀତିରେ ତାଙ୍କର ଭୂମିକା । ତେତେ ଥର ନିର୍ବାଚନ ଲଢିଛନ୍ତି ସେ । ଏମିତି ଅନେକ କିଛି ଚର୍ଚ୍ଚା ଏବେ ଜୋର ଧରିଛି ।

ପ୍ରାରମ୍ଭିକ ଜୀବନ:-

ଧନଖରଙ୍କ ଜନ୍ମ 1951 ମହିହା ମେ’ 18 ତାରିଖରେ ରାଜସ୍ଥାନ କିଥାନାରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା ଶେଷ ପରେ ସେ ରାଜସ୍ଥାନ ବିଶବବିଦ୍ୟାଳୟରୁ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆଇନରେ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ଛାତ୍ର ଜୀବନ ଶେଷ ହେବା ପ୍ରଥମେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଧନଖର ପରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ।

ରାଜନୈତିକ କ୍ୟାରିଅର:-

ଜନତା ଦଳରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରନ୍ତି ଧନଖର । 1989–91 ରେ ଜନତା ଦଳରୁ ସେ 9ମ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ସଂସଦରେ ପହଞ୍ଚିଥିଲେ । ଝୁନଝୁନ ଲୋକସଭା କ୍ଷେତ୍ରରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କ୍ୟାବିନେଟରେ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।ପରେ ସେ 1993–98 ରେ ରାଜସ୍ଥାନ 10ମ ବିଧାନସଭାକୁ ମଧ୍ୟ କିଷାନଗଡ ବିଧାନସଭା ମଣ୍ଡଳୀରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଜଣେ ରାଜନେତା ବ୍ୟତୀତ ଆଇନଜୀବୀ ଭାବେ ପରିଚୟ ହାସଲ କରି ପାରିଥିଲେ ଧନଖର । ସେ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସକ୍ଷାପତି ଭାବେ ଅବସ୍ଥାପିତ ହୋଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଚର୍ଚ୍ଚାରେ:-

ସକ୍ରିୟ ରାଜନୀତିରେ ବେଶ କିଛି ଦିନ ଥିବା ଧନଖର କିନ୍ତୁ 2019 ଜୁଲାଇ 30 ତାରିଖରେ ବିଜେପିର କଠୋର ବିରୋଧୀ ତୃଣମୂଳ କଂଗ୍ରେସ ଶାସିତ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ ହୁଅନ୍ତି । ତେବେ ଏହି ରାଜ୍ୟପାଳ ଭାବେ କାର୍ଯ୍ୟକାଳରେ ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ ଧନଖର । ବିଜେପିର କଠୋର ବିରୋଧୀ ଭାବେ ଜଣାଶୁଣା ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା କୋଲକାତା ମମତା ବାନାର୍ଜୀ ଓ ଧନଖରଙ୍କ ବିବାଦ ଏକାଧିକ ସମୟରେ ଗଣମାଧ୍ୟମ ଶିରୋନାମା ପାଲଟିଥିଲା । ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ 2021 ରେ ମଧ୍ୟରେ ହୋଇଥିଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ବିଜେପି ଏଠାରେ ସମସ୍ତ ଶକ୍ତି ଖଟାଇ ମଧ୍ୟ ମମତାଙ୍କୁ ଗାଦିରୁ ହଟାଇବାରେ ସଫଳ ନହୋଇପାରି ବିରୋଧୀ ଦଳରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲ । ସେତେବେଳେ ଧନଖରଙ୍କ ଭୂମିକା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା ।

ମମତା-ଧନଖର ବିବାଦ:-

ରାଜ୍ୟପାଳ ଧନଖର ବିଜେପି କର୍ମୀ ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ତାଙ୍କୁ ହଟାଇବା ପାଇଁ କେନ୍ଦ୍ରର ଦ୍ବାରସ୍ଥ ହୋଇଥିଲେ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା । ନିର୍ବାଚନୀ ପରବର୍ତ୍ତୀ ହିଂସା ପରେ ମୁଖ୍ୟମନ୍ତ୍ରୀ ମମତା ଓ ରାଜ୍ୟପାଳ ଧନଖରଙ୍କ ମଧ୍ୟରେ ବାକଯୁଦ୍ଧ ଓ ଆରୋପ-ପ୍ରତ୍ୟାରୋପ ମଧ୍ୟ ଜୋର ଧରିଥିଲା । କେତେକ ସ୍ଥାନରେ ଧନଖରଙ୍କୁ ତୃଣମୂଳ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମଧ୍ୟ ମିଳିଥିଲା । ଏସବୁ ମଧ୍ୟରେ ଆଜି ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ସମସ୍ତଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଛି । ଏକାଧିକ ନାମ ଦୌଡରେ ଥିବା ବେଳେ ଧନଖରଙ୍କ ନାମରେ ମୋହର ମାରିଛି ମେଣ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.