ETV Bharat / bharat

ମହିଳା ସାମ୍ବାଦିକଙ୍କ ଉପରେ ଆକ୍ରମଣ କଲେ ସୁରକ୍ଷାବାହିନୀ

author img

By

Published : Apr 29, 2021, 1:56 PM IST

ପଶ୍ଚିମବଙ୍ଗର ମୋହିତ ମୈତ୍ର ମଞ୍ଚ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଛନ୍ତି କେନ୍ଦ୍ରୀୟ ସୁରକ୍ଷାବାହୀନି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କ ଉପରକୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ସାମ୍ବାଦିକାଙ୍କୁ ସୁରକ୍ଷା ବାହୀନି ଧକ୍କା ମାରିବା ସହିତ ତାଙ୍କୁ ପିଟିଥିବା ଅଭିଯୋଗ ହୋଇଛି ।

ସୂଚନାଅନୁସାରେ, ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଅମିତ ଘୋଷ ବେଲଘାଚିଆର ମୋହିତ ମୈତ୍ର ମଞ୍ଚକୁ ଆସିଥିଲେ । ସେଠାରେ କିପରି ଚାଲିଛି ଭୋଟ ଗ୍ରହଣ ତାହା ତଦାରଖ କରିବାକୁ ଆସିଥିଲେ । ସେହି ସମୟରେ ବୁଥରେ କିପରି ଭୋଟ ଚାଲିଛି ଏ ନେଇ ପ୍ରାର୍ଥୀଙ୍କୁ ପଚାରିଥିଲେ ସାମ୍ବାଦିକ । ହଠାତ୍ ସେହି ସମୟରେ ସୁରକ୍ଷାବାହୀନି ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହା ସହିତ ମହିଳା ସାମ୍ବାଦିକ ଓ ଫଟୋ ସାମ୍ବାଦିକଙ୍କୁ ବାଡିରେ ବାଡେଇବାର ଦେଖିବାକୁ ମିଳିଥିଲା ।

ସାମ୍ବାଦିକ ଜଣଙ୍କ ନିଜ ଫୋନରେ ଫଟୋ ଉଠାଉଥିବା ବେଳେ ସୁରକ୍ଷାବାହିନୀ ତାଙ୍କ ଉପରକୁ ଆକ୍ରମଣ କରିବା ସହିତ ମୋବାଇଲ ଛଡାଇବାରୁ ଉଦ୍ୟମ କରିଥିଲେ । ନିର୍ବାଚନ କମିଶନଙ୍କ ଉପସ୍ଥିତି ପରେ ବି କେନ୍ଦ୍ରୀୟ ଫୋର୍ସ ବିନା ଦ୍ବନ୍ଦରେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିଲେ ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ । ସାମ୍ବାଦିକଙ୍କ ଉପରୁକ ଏଭିଳି ଆକ୍ରମଣକୁ ନିନ୍ଦା କରାଯିବା ସହିତ ବିରୋଧ କରାଯାଇଛି । ଘଟଣାସ୍ଥଳରେ ତାଳ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.