ETV Bharat / bharat

କୋଲକାତାରୁ ୫୫ କୋଟିର ଡ୍ରଗ୍ସ ଜବତ, ୪ ଜଣଙ୍କୁ ଗିରଫ କଲା STF

author img

By

Published : Aug 16, 2021, 10:31 AM IST

ପଶ୍ଚିମବଙ୍ଗରୁ ୫୫କୋଟି ଟଙ୍କାର ଡ୍ରଗ୍ସ ଜବତ ସହ ୪ ଗିରଫ, କୋଲକାତା ପୋଲିସ ସୂଚନା । ଅଧିକ ପଢନ୍ତୁ...

୫୫କୋଟିର  ଡ୍ରଗ୍ସ  ଜବତ ସହ ୪ଜଣଙ୍କୁ ଗିରଫ କଲା କୋଲକାତା STF

କୋଲକାତା: କୋଲକାତାର ସ୍ପେସିଆଲ ଟାକ୍ସ ଫୋର୍ସ ପଞ୍ଝାରେ ଡ୍ରଗ୍ସ ବେପାରୀ । ପଶ୍ଚିମବଙ୍ଗରୁ ୫୫ କୋଟି ଟଙ୍କାର ଡ୍ରଗ୍ସ ଜବତ ସହ ୪ ଜଣଙ୍କୁ ଗିରଫ କଲା କୋଲକାତା STF । ଏନେଇ କୋଲକାତା ପୋଲିସ ସୂଚନା ଦେଇ କହିଛି ଯେ, ମାଲଦା ଜିଲ୍ଲାର ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଏବଂ ମଣିପୁରର ଜଣେ ବ୍ୟବସାୟୀଙ୍କୁ ଶୁକ୍ରବାର ପଶ୍ଚିବଙ୍ଗ ବିମାନବନ୍ଦରରୁ ଗିରଫ କରିଥିଲା କୋଲକାତାର ସ୍ପେସିଆଲ ଟାକ୍ସ ଫୋର୍ସ । ସେମାନଙ୍କ ଠାରୁ ୨.୨୯ କିଲୋଗ୍ରାମର ଆମ୍ଫୋଟାମାଇନ ଟାବଲେଟ ଜବତ କରାଯାଇଥିଲା ।

ତେବେ ୨ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଡ୍ରଗ୍ସ ରାକେଟ ସହ ଜଡିତ ଅନ୍ୟ ବ୍ୟବସାୟୀଙ୍କ ବିଷୟରେ ପୋଲିସ ଜାଣିବା ପରେ ଗତକାଲି ମାଲଦା ଜିଲ୍ଲାର ଗାଜୋଲର ଏସୀୟ ମୋର୍ ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ ପୋଲିସ ଗିରଫ କରିଥିବା କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ସେମାନଙ୍କ ଠାରୁ ୫୦ କୋଟି ଟଙ୍କାର ହିରୋଇନ ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.