ETV Bharat / bharat

ମୁମ୍ବାଇରେ ଭିକ ମାଗିବା ଅପରାଧ, ସ୍ପେଶାଲ ଡ୍ରାଇଭ ଆରମ୍ଭ କଲା ପୋଲିସ - beggar free

ଭିକ୍ଷାବୃତ୍ତି ସମାଜ ପାଇଁ ଅପରାଧ । ଯିଏ ବି ଭିକ୍ଷା ମାଗିବ ତାଙ୍କୁ ଉଠାଇବ ନେବ ମୁମ୍ବାଇ ପୋଲିସ । ମାୟାନଗରୀକୁ ଭିକାରୀ ମୁକ୍ତ କରିବାକୁ ମୁମ୍ବାଇ ପୋଲିସ ଆରମ୍ଭ କରିଛି ଏହି ଅଭିଯାନ । ଅଧିକ ପଢନ୍ତୁ...

‘ସମାଜ ପାଇଁ ଭିକ୍ଷାବୃତ୍ତି ଏକ ଅପରାଧ’
‘ସମାଜ ପାଇଁ ଭିକ୍ଷାବୃତ୍ତି ଏକ ଅପରାଧ’
author img

By

Published : Feb 15, 2021, 8:06 AM IST

ମୁମ୍ବାଇ:ଭିକ୍ଷାବୃତ୍ତି କଲେ ଏଣିକି ଉଠାଇ ନେବ ପୋଲିସ । ଭିକ୍ଷା ବୃତ୍ତିକୁ ସମାଜ ପାଇଁ ଏକ ଅପରାଧ ଦର୍ଶାଇ ଏଭଳି ଭିକାରୀ ଶୂନ୍ୟ କରିବାକୁ ଅଣ୍ଟା ଭିଡିଛି ମୁମ୍ବାଇ ପୋଲିସ । ସ୍ବପ୍ନ ନଗରୀକୁ ଭିକାରୀ ମୁକ୍ତ କରିବାକୁ ଏକ ଅଭିଯାନ ଆରମ୍ଭ ହୋଇଛି ।

ଯୁଗ୍ମ ପୋଲିସ କମିଶନର ବିଶ୍ବ ନାଗ୍ର ପାଟିଲଙ୍କ ଦ୍ବାରା ସମସ୍ତ ଜୋନାଲ ଡିସିପିଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଏହି ମାସରେ ‘ଜିରୋ ବେଗର୍ସ’ ଡ୍ରାଇଭ କରାଯିବ । ଏହି ନିର୍ଦ୍ଦେଶ ବମ୍ବେ ନିବାରଣ ଆଇନ 1959 ଅନୁସାରେ ଜାରି ହୋଇଛି ।

ଭିକ୍ଷା ବୃତ୍ତି ସମାଜ ପାଇଁ ଏକ ଅପରାଧ । ତେଣୁ ରାସ୍ତାଘାଟେ ଯିଏ ବି ଭିକ୍ଷା ମାଗିବ ତାଙ୍କୁ ଉଠାଇ ଆଣିବାକୁ ସମସ୍ତ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୋର୍ଟରୁ ମଧ୍ୟ ଅନୁମତି ଅଣାଯାଇଛି । ଏହାପରେ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯାଇ ଚେମ୍ବୁରରେ ଏକ ଆଶ୍ରୟସ୍ଥଳରେ ରଖାଯିବ ।

ଏହି ଅଭିଯାନ ଦ୍ବାରା ପିଲାମାନଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଥିବା ଅଭ୍ୟାସକୁ ଶେଷ କରିବ । ଭିକ୍ଷା ମାଗିବା ଏକ ଅପରାଧ ହୋଇଥିବା ବେଳେ, ମୁମ୍ବାଇ ଭଳି ସହରର ଭାବମୂର୍ତ୍ତିକୁ ଖରାପ କରୁଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସେପଟେ, ଭିକାରୀଙ୍କୁ ରଖାଯିବା ସ୍ଥାନକୁ ନେଇ ବିଶେଷଜ୍ଞ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭିକାରୀଙ୍କ ଆବଶ୍ୟକୀୟ ସୁବିଧା ରଖାଯାଇଛି ନାହିଁ ସେନେଇ ପ୍ରଶ୍ନ କରିଛନ୍ତି ।

ଶୁକ୍ରବାର ସୁଦ୍ଧା ମୁମ୍ବାଇ ପୋଲିସ 14 ଜଣଙ୍କୁ ଉଠାଇ ଆଣିଛି । ସମସ୍ତଙ୍କୁ ଚାମ୍ବରରେ ରଖାଯାଇଛି । ଗତ ବର୍ଷ ନଭେମ୍ବରରେ ବିଏମସି 29 ହଜାର ଲୋକଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରେ ମହିଳା, ପିଲାମାନେ ମଧ୍ୟ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.