ETV Bharat / bharat

ପଶ୍ଚିମବଙ୍ଗରେ ଦଶହରା, ଛୁଟିରେ ୱାର୍କ ଫ୍ରମ୍‌ ହୋମ୍‌ କରିବେ ସରକାରୀ କର୍ମଚାରୀ

author img

By

Published : Oct 6, 2022, 11:03 PM IST

ପଶ୍ଚିମବଙ୍ଗରେ ସରକାରୀ କର୍ମଚାରୀ ଭର୍ଚୁଆଲ୍‌ରେ କାମ ଆରମ୍ଭ କରିବେ (Officials to work from home in West Bengal )। ଅକ୍ଟୋବର ୧୧ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଦଶହରା ଛୁଟି ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

Before reopening govt office officials to work from home in West Bengal
ପଶ୍ଚିମବଙ୍ଗରେ ଚାଲିଛି ଦଶହରା ଛୁଟି, ୱାର୍କ ଫ୍ରମ୍‌ ହୋମ୍‌ କରିବେ ସରକାରୀ କର୍ମଚାରୀ

କୋଲକାତା: ପଶ୍ଚିମବଙ୍ଗରେ ଅକ୍ଟୋବର ୧୧ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କୁ ଦଶହରା ଛୁଟି ପ୍ରଦାନ କରାଯାଇଛି । ଏହାସତ୍ତ୍ବେ ସରକାରୀ କର୍ମଚାରୀ ଭର୍ଚୁଆଲ୍‌ରେ କାମ ଆରମ୍ଭ କରିବେ (Officials to work from home in West Bengal)। ଆସନ୍ତା ଶନିବାରଠାରୁ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି କରାଯାଇଛି ।

ଲମ୍ବା ଛୁଟି ଯୋଗୁଁ କୌଣସି ସରକାରୀ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ଏଥିପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ହରି କ୍ରୀଷ୍ଣା ଦ୍ବବେଦୀ ଲଗାତାର କାମ କରୁଛନ୍ତି । ଏହି ସମୟରେ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ସରାକାରଙ୍କ e-ଅଫିସ ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ମେଣ୍ଟାନାନ୍ସ କାର୍ଯ୍ୟ ଶେଷ ହେବାପରେ ସରକାରୀ କର୍ମଚାରୀ ଭର୍ଚୁଆଲୀ କାମ ଆରମ୍ଭ କରିବେ । ଏଥିପାଇଁ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ ନାହିଁ ।

ବର୍ତ୍ତମାନ ପଶ୍ଚିମବଙ୍ଗରେ e-ଅଫିସ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ କୌଣସି କର୍ମଚାରୀଙ୍କୁ ଅଫିସ୍‌ରେ ଉପସ୍ଥିତ ରହିବା ଅନିବାର୍ଯ୍ୟ କରାଯାଇନାହିଁ । ଯିଏ ଯେଉଁଠି ରହି ଅନଲାଇନ୍‌ ମାଧ୍ୟମରେ ଅଫିସ କାର୍ଯ୍ୟ ଶେଷ କରି ପାରିବେ । ବିଶେଷ କରି ପ୍ରଶାସନିକ ଅଧିକାରୀଙ୍କ ପାଇଁ ଏହି ମଡେଲ ବିକଶିତ କରାଯାଇଛି । ଏହାଦ୍ବାରା କୌଣସି କାର୍ଯ୍ୟ କେବଳ ଫାଇଲରେ ରହିବ ନାହିଁ ।

ଛୁଟି କୌଣସି ସରକାରୀ ଅଫିସ୍‌ରେ କାମ ହେବା କ୍ବଚିତ୍‌ ଦେଖାଯାଏ । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଛୁଟିରେ ବି ସରକାରୀ କର୍ମଚାରୀ କାମ କରିବେ । ସରକାରୀ ଅଫିସ୍‌ରେ କାମ ସଂସ୍କୃତିରେ ନିଶ୍ଚୟ ଏହାଦ୍ବାରା ସଂସ୍କାର ଆସିବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.