ETV Bharat / bharat

ରାହୁଲଙ୍କ ପୂର୍ବରୁ ଇନ୍ଦିରା ହରାଇଥିଲେ ସାଂସଦ ପଦ, ସେତେବେଳେ କଣ ଘଟିଥିଲା ଜାଣନ୍ତୁ - କଂଗ୍ରେସ ନେତା ରାହୁଲ ଗାନ୍ଧୀ

ସାଂସଦ ପଦ ରଦ୍ଦ ଘଟଣା ଗାନ୍ଧୀ ପରିବାର ପାଇଁ ନୂଆ ନୁହେଁ । ଏହା ପୂର୍ବରୁ ରାହୁଲଙ୍କ ଜେଜେମା' ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ହରାଇଛନ୍ତି ନିଜ ସାଂସଦ ପଦ । ଅଧିକ ପଢନ୍ତୁ

Indira Gandhi also lost her parliament membership

author img

By

Published : Mar 24, 2023, 5:30 PM IST

ନୂଆଦିଲ୍ଲୀ: ମାନହାନି ମକଦ୍ଦମାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଶୁକ୍ରବାର ଏହି ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଲୋକସଭା ସଦସ୍ୟତା ହରାଇଛନ୍ତି ରାହୁଲ । ତେବେ ଗାନ୍ଧୀ ପରିବାର ପ୍ରତି ଏହା ନୂଆ ଘଟଣା ନୁହେଁ । ପୂର୍ବରୁ ରାହୁଲଙ୍କ ଜେଜେମା' ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ସାଂସଦ ପଦ ହରାଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟଙ୍କ ଜଷ୍ଟିସ ଜଗମୋହନଲାଲ ସିହ୍ନାଙ୍କ ରାୟ ଅନୁସାରେ ୧୯୭୫ ମସିହା ଜୁନ ୧୨ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ସାଂସଦ ପଦ ହରାଇଥିଲେ । ୧୯୭୧ ନିର୍ବାଚନରେ ରାଜ ନରେନଙ୍କୁ ପରାସ୍ତ କରି ଇନ୍ଦିରା ଗାନ୍ଧୀ ଉତ୍ତରପ୍ରଦେଶର ବରେଲି ଲୋକସଭା ଆସନ ଜିତିଥିଲେ। ଏହି ବିଜୟ ନିଶ୍ଚିତ ହେବା ପରେ ନରେନ ଇନ୍ଦିରାଙ୍କ ବିରୋଧରେ ନିର୍ବାଚନୀ ହେରଫେର ଅଭିଯୋଗ ଆଣିଥିଲେ । ଏହି ମାମଲା ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲା । ଏହି ମାମଲାରେ ଇନ୍ଦିରା ଦୋଷୀ ସାବ୍ୟସ୍ତ ହେବା ପରେ ୧୯୭୫ ମସିହା ଜୁନ ୧୨ ତାରିଖରେ ଇନ୍ଦିରା ନିଜର ଲୋକସଭା ସଦସ୍ୟତା ହରାଇଥିଲେ ।

ଏହା ବି ପଢନ୍ତୁ- ସାଂସଦ ପଦ ହରାଇଲେ ରାହୁଲ, ୱାୟନାଡରେ ହେବ ଉପନିର୍ବାଚନ !

ଏବେ ସମାନ ଦଶା ଭୋଗିଛନ୍ତି ନାତି ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ରାହୁଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୪ବର୍ଷ ତଳେ ଅର୍ଥାତ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ କହିଥିଲେ ଯେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁକି ? ଏହାପରେ ସେ ଲଳିତ ମୋଦି, ନୀରବ ମୋଦିଙ୍କ ଉଦାହରଣ ଦେଇଥିବା ବେଳେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଏହା ବିରୋଧରେ ଗୁଜୁରାଟର ବିଜେପି ବିଧାୟକ ପୂର୍ଣ୍ଣେଶ କୋର୍ଟଙ୍କ ଦ୍ବାରସ୍ଥ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

ଏହା ବି ପଢନ୍ତୁ- Rahul Gandhi Disqualified: ରାହୁଲଙ୍କୁ ଶକ୍ତ ଝଟକା, ରଦ୍ଦ ହେଲା ସାଂସଦ ସଦସ୍ୟତା

ଗୁରୁବାର ଏହି ମାମଲା ଉପରେ ଶୁଣାଣି କରିଥିଲେ ସୁରଟ ସେସନ କୋର୍ଟ । ସେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରାଇ ୨ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରଠୁ ରାହୁଲଙ୍କ ସଦସ୍ୟତା ସଙ୍କଟରେ ପଡ଼ିଥିଲା । କାଲି ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ସେ ନିଜ ସଦସ୍ୟତା ପଦ ହରାଇଛନ୍ତି । ଫଳରେ ନିର୍ବାଚନ ପୂର୍ବରୁ ଏବେ କେରଳ ୱାୟନାଡ ନିର୍ବାଚନ ମଣ୍ଡଳୀ ଖାଲି ପଡ଼ିଥିବା ବେଳେ ଏଠାରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.