ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଔଷଧରେ ସ୍ନାନ କରିବେ ରାମଲଲା, ଜାଣନ୍ତୁ କାରଣ

Lord Ram Medicines Bath: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଔଷଧରେ ସ୍ନାନ କରିବେ ରାମଲଲା । ଜାନୁଆରୀ ୧୮ ତାରିଖରୁ ପୂଜାବିଧି ଆରମ୍ଭ ହେବାକୁ ଥିବା ବେଳେ ଏହି ବିଶେଷ ସ୍ନାନ ପରେ ହିଁ ରାମଲଲାଙ୍କ ମୂର୍ତ୍ତିକୁ ସ୍ଥାପିତ କରାଯିବ । ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

author img

By ETV Bharat Odisha Team

Published : Dec 19, 2023, 10:01 PM IST

Lord Ram Medicines Bath
Lord Ram Medicines Bath
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଔଷଧରେ ସ୍ନାନ କରିବେ ରାମଲଲା

ଲକ୍ଷ୍ନୌ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏହାର ୨ ଦିନ ପୂର୍ବରୁ ୧୮ ତାରିଖରୁ ପୂଜାବିଦ୍ଧି ଆରମ୍ଭ ହେବ । ଏହି ଭବ୍ୟ ସମାରୋହରେ ୧୫୦ରୁ ଅଧିକ ବିଦ୍ବାନ ସାମିଲ ହେବେ । ଲୋକାରଣ୍ୟ ହେବ କାଶୀ । ତେବେ ପୂଜା ପୂର୍ବରୁ ରାମଲଲାଙ୍କୁ ଔଷଧରେ ସ୍ନାନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ରାମ ମନ୍ଦିରର ସହକାରୀ ପୂଜାରୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ ।

କାହିଁକି ଔଷଧରେ ସ୍ନାନ କରିବେ ରାମଲଲା ? :- ପୂଜାରୀ ଜଣକ ଏହି ସୂଚନା ଦେବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ପୂଜାରୀଙ୍କ କହିବାନୁସାରେ ମୂର୍ତ୍ତି ନିର୍ମାଣ ସମୟରେ ବିଭିନ୍ନ ଧରଣର ସ୍ପର୍ଶ ସହିତ କିଛି ଦୋଷ ମଧ୍ୟ ରହିଥାଏ । ମୂର୍ତ୍ତିକୁ ସମ୍ପୂର୍ଣ୍ଣ ସୁଦ୍ଧ କରିବା ଲାଗି ବିଭିନ୍ନ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ଔଷଧ ଲେପରେ ରାମଲଲାଙ୍କୁ ସ୍ନାନ କରାଯିବ । ଏହି ବିଶେଷ ସ୍ନାନ ସମୟରେ ଯେଉଁ ଜଳର ବ୍ୟବହାର କରାଯିବ ତାହାକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ମହତ୍ତ୍ବପୂର୍ଣ୍ଣ ସ୍ଥାନରୁ ସଂଗ୍ରହ କରାଯିବ । ଏଥିରେ ସପ୍ତ ସାଗରର ଜଳ ରହିବ । ଏହି ସ୍ନାନ କରାଯିବା ପରେ ରାମଲଲା ନିଜ ସ୍ଥାନରେ ବିରାଜିବେ ।

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଆଡଭାନୀ ଏବଂ ଯୋଶୀ ! ନିମନ୍ତ୍ରଣ କଲେ ଭିଏଚପି ସଭାପତି

୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ଉତ୍ସବ:- ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ମୁହୂର୍ତ୍ତିକୁ ସନାତନ ଧର୍ମାବଲମ୍ବୀ ଦୀର୍ଘ ୫୦୦ରୁ ଅଧିକ ବର୍ଷ ଧରି ଅପେକ୍ଷା କରିଥିଲେ । ତେବେ ଆଉ କିଛିଟା ଦିନ ପରେ ଅନେକ ଋଷି, ମୁନିଋଷି ଓ ରାମଭକ୍ତଙ୍କ ଇଚ୍ଛା ପୂର୍ଣ୍ଣ ହେବ । ରାମ ଜନ୍ମଭୂମି ଅଯୋଧ୍ୟାରେ ବିଶାଳ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମନ୍ଦିରର ପ୍ରଥମ ମହଲାରେ ରାମଲଲାଙ୍କ ମୂର୍ତ୍ତିକୁ ସ୍ଥାପିତ କରାଯିବ । ଏହି ଉତ୍ସବରେ ପ୍ରାୟ ୧୫୦ ଜଣ ବିଦ୍ବାନ ସାମିଲ ହେବାକୁ ଥିବା ବେଳେ ଏମାନଙ୍କ ପ୍ରତିନିଧିତ୍ବ କରିବେ ସହକାରୀ ପୂଜାରୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଓ ପୁଅ ସୁନୀଲ ଦୀକ୍ଷିତ ।

ସହକାରୀ ପୂଜାରୀ ଲକ୍ଷ୍ମୀକାନ୍ତ ଦୀକ୍ଷିତ କିଏ ? :- କାଶୀର ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଛତ୍ରପତି ମହାରାଜା ଶିବାଜୀଙ୍କ ରାଜାଭିଷେକ କରିଥିବା ବ୍ରାହ୍ମଣଙ୍କ ବଂଶଜ । ଆଜକୁ ୩୫୦ ପୂର୍ବରୁ ଛତ୍ରପତି ମହାରାଜା ଶିବାଜୀଙ୍କ ରାଜାଭିଷେକ କରିଥିବା ମହାପଣ୍ଡିତ ଗାଗାଭଟ୍ଟଙ୍କ ବଂଶଜ । ଦୀର୍ଘ ବର୍ଷ ଧରି ପିଢି ପରେ ପିଢି ତାଙ୍କ ବଂଶ ପୂଜାପାଠ କରିଆସୁଚନ୍ତି । ସେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ବେଳେ ତାଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.