ETV Bharat / bharat

Darul Uloom Deoband: ଦାଢି କାଟି କଲେଜରୁ ବିଦାହେଲେ 4 ଛାତ୍ର, ଜାରି ହେଲା ଫତଓ୍ୱା - ବିଶ୍ବ ପ୍ରସିଦ୍ଧ ଇସଲାମୀ ଶିକ୍ଷା ସଂସ୍ଥା

ବିଶ୍ବ ପ୍ରସିଦ୍ଧ ଇସଲାମୀ ଶିକ୍ଷା ସଂସ୍ଥା ଦାରୁଲ ଉଲୁମରେ ଶିକ୍ଷା ଗ୍ରହଣ କରିବାକୁ ହେଲେ ଛାତ୍ରଙ୍କୁ ଆବଶ୍ୟକ ଦାଢି । ଦାଢି ନଥିବା ଛାତ୍ରଙ୍କୁ ଏଠାରେ ଆଡମିଶନ ନ ମିଳିବା ସହ ଦାଢି କାଟିଲେ ଅନୁଷ୍ଠାନରୁ ବହିଷ୍କୃତ କରାଯିବ ବୋଲି ଘୋଷଣା ହୋଇଛି । ଅଧିକ ପଢନ୍ତୁ

Darul Uloom Deoband
Darul Uloom Deoband
author img

By

Published : Feb 21, 2023, 10:39 PM IST

ଲକ୍ଷ୍ନୌ: ବିଶ୍ବ ପ୍ରସିଦ୍ଧ ଇସଲାମୀ ଶିକ୍ଷା ସଂସ୍ଥା ଦାରୁଲ ଉଲୁମର ବଡ଼ ଘୋଷଣା । ଏହି ସଂସ୍ଥାରେ ଶିକ୍ଷା ଗ୍ରହଣ କରିବାକୁ ହେଲେ ସମସ୍ତ ଛାତ୍ରଙ୍କୁ ଦାଢି ରଖିବା ବାଧ୍ୟତାମୂଳକ କରାଯାଇଛି । ଏପରିକି ଦାଢି କାଟି ଦେଇଥିବା ୪ଜଣ ଛାତ୍ରଙ୍କୁ ଶିକ୍ଷାନୁଷ୍ଠାନରୁ ବାହାର କରିଦେଇଥିବା ଜଣାପଡ଼ିଛି । ଦାରୁଲ ଉଲୁମର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ମଦ୍ରାସା ଛାତ୍ରଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଏହି ଶିକ୍ଷାନୁଷ୍ଠାନ ପୁଣି ଚର୍ଚ୍ଚାରେ ରହିଛି ।

ଏହି ଇସଲାମୀ ଶିକ୍ଷା ସଂସ୍ଥା ଦାରୁଲ ଉଲୁମ ପକ୍ଷରୁ ନୋଟିସ ଜାରି କରି ଏହି ନୂଆ ନିୟମ ଅନୁସାରେ ଛାତ୍ରମାନଙ୍କୁ ଅବଗତ କରାଯାଇଛି । ଏହି ନୋଟିସରେ ଉଲ୍ଲେଖ କରାଯାଇଛି ଯେ ଯଦି କେହି ଛାତ୍ର ନିୟମ ଉଲ୍ଲଘଂନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଛାତ୍ରଙ୍କ ସମ୍ବନ୍ଧରେ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି । ସୂଚନା ଥାଉ କି ବିଶ୍ବପ୍ରସିଦ୍ଧ ଏହି ଇସଲାମୀ ସଂସ୍ଥାରେ ମୁସଲିମ ଧର୍ମାବଲମ୍ବୀ ଛାତ୍ରମାନେ ଇସଲାମ ଧର୍ମ ସମ୍ବନ୍ଧୀୟ ତାଲିମ ନେଇଥାନ୍ତି । ଏପରିକି ଦାରୁଲ ଉଲୁମର ନିଷ୍ପତ୍ତିକୁ ସମସ୍ତେ ପାଳନ କରିଥାନ୍ତି । ଏଥିଲାଗି ମଦ୍ରାସା ଛାତ୍ରମାନେ ଏହି ନୂଆ ନିୟମକୁ ବିରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ବେଙ୍ଗାଲୁରୁରୁ ପୁରୁଷ ବନ୍ଧୁଙ୍କ ସହ ଗିରଫ ପାକିସ୍ତାନୀ ଯୁବତୀ

ଉତ୍ତରପ୍ରଦେଶର ଦେବବନ୍ଦକୁ ଫତୱା ନଗରୀ କୁହାଯାଏ । ଶିକ୍ଷା ବିଭାଗର ପ୍ରଭାରୀ ମୌଲାନା ହୁସେନ ଅହମ୍ମଦ ହରିଦ୍ବାରୀଙ୍କ ମତରେ ଏହି ନୂଆ ନିୟମ ଦ୍ବାରା ଛାତ୍ରମାନେ ଅନୁଶାସନ ମଧ୍ୟରେ ରହିବେ । ବିଶେଷ କରି ଦାଢି କାଟୁଥିବା ଛାତ୍ରମାନଙ୍କୁ ଏହି ଦିଗରେ ଧ୍ୟାନ ଦେବା ଲାଗି କୁହାଯାଇଛି । ଯଦି କେହି ଦାଢି କାଟେ, ତେବେ ସେମାନଙ୍କୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଅନୁସାରେ ଶିକ୍ଷାନୁଷ୍ଠାନରୁ ବହିଷ୍କାର କରାଯିବ । ଏହାସହ ଦାଢି ନଥିବା ଯଦି କେହି ଛାତ୍ର ଏଠାରେ ଆଡମିଶନ ପାଇଁ ଆସେ, ତେବେ ତାକୁ ଆଡମିଶନ ମିଳିବ ନାହିଁ ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି ।

ଗତ ୧୫ ଦିନ ପୂର୍ବରୁ ଏହି ନୂଆ ନିୟମ ଲାଗୁ ହୋଇଥିବା ବେଳେ ୪ଜଣ ଛାତ୍ରଙ୍କୁ ବହିଷ୍କୃତ କରାଯାଇଛି । ଏ ନେଇ ଛାତ୍ରମାନେ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଏହାକୁ ଅସ୍ବୀକାର କରାଯାଇଥିବା ସୂଚନା ମିଳିଛି । ଏଠାରେ ସୂଚନା ଥାଉ କି ଦାରୁଲ ଉଲୁମ ଇସଲାମିକ୍‌ ସେମିନାରୀ ଅଟେ । ଏଠାରେ ଆଡମିଶନ ନେଇଥିବା ମୁସଲିମ ଧର୍ମୀ ଛାତ୍ରଙ୍କୁ ଇସଲାମି ଗୁରୁ ସହ ଇସଲାମ ଧର୍ମ ଓ ଏହାର କାନୁନ ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.