ETV Bharat / bharat

BBC Reacts to Survey: ବିବିସି କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ, କର୍ମଚାରୀଙ୍କ ମୋବାଇଲ୍ ଜବତ, ଚିନ୍ତା ବ୍ୟକ୍ତ କଲା EGI - ଚଢାଉ ନେଇ ବିବିସିର ପ୍ରତିକ୍ରିୟା

ଦିଲ୍ଲୀ ଓ ମୁମ୍ବାଇ ବିବିସି କାର୍ଯ୍ୟାଳୟରେ ଚାଲିଛି ଚଢାଉ । ବିବିସି କହିଲା କରାଯାଉଛି ସମ୍ପୂର୍ଣ୍ଣ ସହଯୋଗ । ଖୁବଶୀଘ୍ର ସମାଧାନ ହେବା ନେଇ ଆଶା । କଂଗ୍ରେସ କହିଲା ବିନାଶ କାଳେ ବିପରୀତ ବୁଦ୍ଧି । ଅଧିକ ପଢନ୍ତୁ

ସଂସ୍ଥା କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ
ସଂସ୍ଥା କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ
author img

By

Published : Feb 14, 2023, 6:51 PM IST

ନୂଆଦିଲ୍ଲୀ: ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆୟକର ବିଭାଗ । ତେବେ ଏହି ଯାଞ୍ଚରେ ସରକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ବିବିସି କର୍ତ୍ତୃପକ୍ଷ କହିଛନ୍ତି । ବିବିସିର ନ୍ୟୁଜ ପ୍ରେସ ଟିମ୍‌ ଟ୍ବିଟ୍‌ କରି ସୂଚନା ଦେଇ କହିଛି, ଉଭୟ ମୁମ୍ବାଇ ଓ ଦିଲ୍ଲୀରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି ଆୟକର ବିଭାଗ । ଉଭୟ କାର୍ଯ୍ୟାଳୟରେ ସରକାରୀ ଟିମକୁ ପୂର୍ଣ୍ଣ ସହଯୋଗ କରାଯାଉଛି । ଖୁବଶୀଘ୍ର ଏହା ସମାଧାନରେ ପହଞ୍ଚିବା ନେଇ ସଂସ୍ଥା ଆଶା ରଖିଛି । ଏପଟେ ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କଲା EGI ।

  • EGI is deeply concerned about the IT “surveys” being carried out at the offices of BBC India. Is distressed by the continuing trend of government agencies being used to intimidate and harass news organisations that are critical of ruling establishment. pic.twitter.com/hM7ZkrdOiq

    — Editors Guild of India (@IndEditorsGuild) February 14, 2023 " class="align-text-top noRightClick twitterSection" data=" ">

ଆଜି ପୂର୍ବାହ୍ନରେ ସଂସ୍ଥାର ଉଭୟ ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗର ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । କାର୍ଯ୍ୟାନୁଷ୍ଠାନରେ କ’ଣ ମିଳିଛି ସେ ନେଇ ଆୟକର ବିଭାଗ କିଛି ସୂଚନା ଦେଇନି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ବିବାଦୀୟ ଡକ୍ୟୁମେଣ୍ଚାରୀ ପ୍ରସ୍ତୁତ କରି ପ୍ରସାରିତ କରିବାର ମାତ୍ର ପ୍ରାୟ ଏକ ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଯାହାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳମାନେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରଛନ୍ତି । ବିନାଶ ବେଳେ ବିପରୀତ ବୁଦ୍ଧି ବୋଲି କହିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ:- BBC ଅଫିସରେ ଆୟକର ବିଭାଗର ରେଡ, ବିନାଶ କାଳେ ବିପରୀତ ବୁଦ୍ଧି କହିଲା କଂଗ୍ରେସ

କାର୍ଯ୍ୟାନୁଷ୍ଠାନକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଦାନୀ ପ୍ରସଙ୍ଗର ତଦନ୍ତ ପାଇଁ ବିରୋଧୀ ଦଳ ଯୁଗ୍ମ ସଂସଦୀୟ କମିଟି ଗଠନ (JCP) ପାଇଁ ଦାବି କରୁଥିବା ବେଳେ ସରକାର ବିବିସି ପଛରେ ପଡିଛନ୍ତି । ସଂସଦରେ ବିରୋଧୀଙ୍କୁ ପ୍ରସଙ୍ଗ ଉଠାଇବା ପାଇଁ ଦିଆଯାଉନାହିଁ । ଯାହା ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ଜୟରାମ ରମେଶ କହିଥିଲେ ।

2002 ଗୁଜୁରାଟ ଦଙ୍ଗାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା BBC ନିକଟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ଯାହାକୁ ନେଇ ସମଗ୍ର ବିଶ୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଚର୍ଚ୍ଚା ବଢିଛି । ଏହାକୁ ଏକ ପ୍ରୋପାଗାଣ୍ଡା ଦର୍ଶାଇ ଭାରତରେ ଏହାର ପ୍ରସାରଣକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ । ଅନ୍ୟପଟେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ସହ ଏହାକୁ ପ୍ରଦର୍ଶିତ କରାଯିବା ଫଳରେ ଏକାଧିକ ଶିକ୍ଷାନୁଷ୍ଠାନରେ ହିଂସା ଦେଖିବାକୁ ମିଳିଥିଲା ।

ଏହି ବିବାଦୀୟ ଡକ୍ୟୁମେଣ୍ଟାରୀରେ 2002 ରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଓ ସେଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ତଥା ସାମ୍ପ୍ରଦାୟିକ ଭାବେ ଚିତ୍ରଣ କରାଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଥିଲେ । ବିବାଦୀୟ ଡକ୍ୟୁମେଣ୍ଟାରୀ ପରେ ବିବିସି କାର୍ଯ୍ୟାଳରେ ଆୟକର ରେଡକୁ ନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.