ETV Bharat / bharat

ଶପଥ ନେଲେ ବାସବରାଜ ବୋମାଇ; ଆଗରେ ରହିଛି ଅନେକ ଆହ୍ବାନ

author img

By

Published : Jul 28, 2021, 12:27 PM IST

ଆଜି (ବୁଧବାର) ପୂର୍ବାହ୍ନ ୧୧ ଟାରେ କର୍ଣ୍ଣାଟକ ବିଜେପି ବିଧାୟକ ଦଜ ନେତା ବାସବରାଜ ବୋମାଇ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନ ଗ୍ଲାସ ହାଉସ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ ବାସବରାଜ ବୋମାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅଧିକ ପଢନ୍ତୁ...

Basavaraj Bommai
Basavaraj Bommai

ବେଙ୍ଗାଲୁର: ଆଜି (ବୁଧବାର) ପୂର୍ବାହ୍ନ ୧୧ ଟାରେ କର୍ଣ୍ଣାଟକ ବିଜେପି ବିଧାୟକ ଦଜ ନେତା ବାସବରାଜ ବୋମାଇ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନ ଗ୍ଲାସ ହାଉସ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ ବାସବରାଜ ବୋମାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ବାସବରାଜ ବୋମାଇ ୟେଦିରୁପ୍ପାଙ୍କ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ଠାରୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । ବାସବରାଜ ବୋମାଇ ଲିଙ୍ଗାୟତ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଛନ୍ତି । ଏହାପୂର୍ବରୁ ବାସବରାଜ ବୋମାଇଙ୍କ ପିତା ଏସଆର ବୋମାଇ ୧୯୮୮ ରେ ୨୮୧ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

ୟେଦିଙ୍କ ଭରଷାଯୋଗ୍ୟ ବାସବରାଜ ବୋମାଇ...

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ମନ୍ତ୍ରୀ ମଣ୍ଡଳରେ ବାସବରାଜ ବୋମାଇ ଗୃହମନ୍ତ୍ରୀ ଥିଲେ । ଏହାସହ ସେ ସରକାରରେ ନମ୍ବର ୨ ମନ୍ତ୍ରୀ ଥିଲେ । ୨୮ ଜାନୁୟାରୀ ୧୯୬୦ ଦଶକରେ ଜନ୍ମିତ ବାସବରାଜ ବୋମାଇ ଲିଙ୍ଗାୟତ ନେତା ଭାବେ ରାଜ୍ୟରେ ଯଥେଷ୍ଟ ପ୍ରଭାବ ରହିଛି । ଏହାସହ ସେ ବିଏସ ୟେଦିରୁପ୍ପାଙ୍କ ନିକଟ ତଥା ବିଶ୍ବସ୍ତ ଭାବେ ପରିଚିତ ।

JDU ରୁ ରାଜନୈତିକ ଜୀବନ ଆରମ୍ଭ...

ବାସବରାଜ ବୋମାଇ ନିଜର ରାଜନୈତିକ ଜୀବନ ଜନତା ଦଳ (ୟୁନାଇଟେଡ) ଦଳରୁ ଆରମ୍ଭ କରିଥିଲେ । ୨୦୦୮ ରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ୨ ଥର ଏମଏଲସି(MLC) ଓ ୩ ଥର ବିଧାୟକ ହୋଇଛନ୍ତି ।

ରାଜ୍ୟ ବିଜେପି ଶାଖାରେ ଉତ୍ସବ...

ବାସବରାଜ ବୋମାଇଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବା ପରେ ରାଜ୍ୟ ବିଜେପି ଶାଖାରେ ପ୍ରବଳ ଉତ୍ସାହ । ଖାଲି ବିଜେପି ନୁହେଁ । ଲିଙ୍ଗାୟତ ସମ୍ପ୍ରଦାୟରେ ମଧ୍ୟ ଉତ୍ସବ ଜାରି ରହିଛି । ଏହାସହ ରାଜ୍ୟ ଶାଖା ନେତା ମାନେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.