ETV Bharat / bharat

ପଳାତକ ବ୍ୟବସାୟୀଙ୍କ ସମ୍ପତ୍ତିରୁ ୧୩,୧୦୯ କୋଟି ଆଦାୟ କରିବ ବ୍ୟାଙ୍କ - ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି

ପଳାତକ ବ୍ୟବସାୟୀ ନୀରବ ମୋଦି, ବିଜୟ ମାଲ୍ୟା ଏବଂ ମେହୁଲ ଚୋକ୍ସିଙ୍କ ପାଇଁ ବଢିଲା ଅଡୁଆ । ସମସ୍ତ ପଳାତକ ଠକ ବ୍ୟବସାୟୀଙ୍କ ସମ୍ପତ୍ତି ବିକ୍ରି କରାଯାଇ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିବେ ବ୍ୟାଙ୍କ । ଏ ନେଇ ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ

ପଳତାକ ବ୍ୟବସାୟୀଙ୍କ ସମ୍ପତ୍ତିରୁ ଆଦୟ ହେବ ୧୩,୧୦୯ କୋଟି

author img

By

Published : Dec 21, 2021, 10:36 AM IST

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ନୀରବ ମୋଦି, ବିଜୟ ମାଲ୍ୟା ଏବଂ ମେହୁଲ ଚୋକ୍ସିଙ୍କ ପାଇଁ ବଢିଲା ଅଡୁଆ । ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଏହି ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଦେଶ ଛାଡି ପଳାଇଥିବା ସମସ୍ତ ଠକ ବ୍ୟବସାୟୀଙ୍କ ସମ୍ପତ୍ତି ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆଦାୟ କରିବେ ବ୍ୟାଙ୍କ । ନୀରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କ ଭଳି ପଳାତକଙ୍କ ସମ୍ପତ୍ତି ବିକ୍ରୟ କରାଯାଇ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରାଯିବ । ଲୋକସଭାରେ Supplementary Demands for Grants ଉପରେ ଚର୍ଚ୍ଚା ଅବସରରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୧ ସୁଦ୍ଧା ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କ ସମ୍ପତ୍ତି ବିକ୍ରି କରାଯାଇ ୧୩,୧୦୯.୧୭ ଟଙ୍କା ଆଦାୟ ହେବ । ନିକଟରେ ଏହି ଠକ ବ୍ୟବସାୟୀଙ୍କ ସମ୍ପତ୍ତିରୁ ୭୯୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଗତ ୭ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ସମୁଦାୟ ୫.୯୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ଜବତ ସମ୍ପତ୍ତିର ତାଜା ଲିଷ୍ଟରେ ରହିଛି କିଙ୍ଗଫିସର ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି । ଗତ ଜୁଲାଇ ୧୬ରେ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି ହୋଇ ୭୯୨ କୋଟି ଟଙ୍କା ଏକଜୁଟ କରାଯାଇଛି ।

ଆହୁରିମଧ୍ୟ ଦରଦାମ୍ ବୃଦ୍ଧି ନେଇ ଗୃହରେ ବିରୋଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଖାଇବ ତେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର କମାଇବାକୁ ସରକାର ପଦକ୍ଷେପ ନେଉଛନ୍ତି । କୋଭିଡ ସଙ୍କଟର ମୁକାବିଲା ପାଇଁ ରାଜ୍ୟଗୁଡିକୁ ସହାୟତା ଭାବେ ୧୫ ହଜାର କୋଟିରୁ ଊର୍ଦ୍ଧ୍ବ ଅତିରିକ୍ତ ଅର୍ଥରାଶି ପ୍ରଦାନ କରାଯାଇଥିବା ମଧ୍ୟ ଗୃହରେ ସୀତାରମଣ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.