ଶ୍ରୀନଗର: ଖୋଲା ସ୍ଥାନରେ ନମାଜ ପାଠ ଉପରେ ହରିୟାଣା ସରକାରଙ୍କ ନିଷେଧାଦେଶ ଉପରେ ପ୍ରତିକ୍ରିୟା ରଖିଛନ୍ତି ନ୍ୟାସନାଲ କନଫରନେନ୍ସର ଉପାଧ୍ୟକ୍ଷ ତଥା ଜମ୍ମୁୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଓମାର କହିଛନ୍ତି ହରିୟାଣା ସରକାରଙ୍କ ଏପରି ନିଷ୍ପତ୍ତି ଅନ୍ୟାୟ ଏବଂ ଦେଶର ଗଣତନ୍ତ୍ର ବିରୋଧୀ । ଏପରି ସାମ୍ପ୍ରଦାୟିକ ନିଷ୍ପତ୍ତି ଧର୍ମନିରପେକ୍ଷ ଭାରତର ପ୍ରତୀକ ନୁହେଁ ।
ଆହୁରି ମଧ୍ୟ ଓମାର କହିଛନ୍ତି, ଯେ ଏପରି ନିଷ୍ପତ୍ତିରୁ ଜଣାପଡୁଛି ଯେ, ସରକାର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଦେଶରେ ଶାସନରେ ଥିବା ଦଳମାନେ PAGDକୁ ବିଭାଜନ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ଏକତାର ଆବଶ୍ୟକତା ଥିବା କହିଛନ୍ତି ଓମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ