ETV Bharat / bharat

ପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲା, ଅମ୍ରିତପାଲ ସିଂ ଏବେ ବି ଫେରାର

ଅମ୍ରିତପାଲ ସିଂ ଏବେ ବି ଫେରାର । ପଳାତକ ଘୋଷଣା କରି ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

author img

By

Published : Mar 19, 2023, 5:21 PM IST

ପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲା, ଅମ୍ରିତପାଲ ସିଂ ଏବେ ବି ଫେରାର
ପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲା, ଅମ୍ରିତପାଲ ସିଂ ଏବେ ବି ଫେରାର

ଚଣ୍ଡିଗଡ: ଖଲିସ୍ତାନୀ ଗୋଷ୍ଠୀ ନେତା ଅମ୍ରିତପାଲଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୋଲିସ ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ବ୍ୟାପକ ଅପରେସନ ସତ୍ତ୍ବେ ଅମ୍ରିତପାଲ ସିଂ ଏବେ ମଧ୍ୟ ଫେରାର ରହିଛି । ଗତକାଲିଠାରୁ ପଞ୍ଜାବରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିବା ବେଳେ ଏବେ ଏହି କଟକଣା ଅବଧିକୁ ବଢାଯାଇଛି । ପ୍ରାଥମିକ ଭାବେ ଆଜି(ରବିବାର) ମଧ୍ୟାହ୍ନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ଥିବା ବେଳେ ଏହାକୁ ଆଜି ଆଉ ଦୁଇ ଦିନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେବଳ ଇଣ୍ଟରନେଟ ସେବା ନୁହେଁ ବରଂ ମୋବାଇଲ ଏସଏମଏସ ସେବା ମଧ୍ୟ ବନ୍ଦ ରଖାଯାଇଛି । ପୋଲିସର କାର୍ଯ୍ଯାନୁଷ୍ଠାନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବା ନେଇ ଅନୁମାନ କରାଯାଉଛି ।

ପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲା
ପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲାପଞ୍ଜାବରେ ଇଣ୍ଟରେନେଟ ସେବା ବନ୍ଦ ଅବଧି ବଢିଲା

ଗତକାଲିଠାରୁ ପୋଲିସ ଅମ୍ରିତପାଲ ସିଂକୁ ଧରିବା ପାଇଁ ଅପରେସନ ଜାରି ରଖିଛି । ପଞ୍ଜାବର ବିଭିନ୍ନ ସ୍ଥାନରୁ ତାର ପ୍ରାୟ 70ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇ ସାରିଲାଣି । ତଥାପି ମୁଖ୍ୟ ଅଭିଯୁକ୍ତ ଅମ୍ରିତପାଲକୁ ଗିରଫ କରାଯାଇପାରିନି । ଅମ୍ରିତପାଲ ଜଳନ୍ଧର କିମ୍ବା ଅମୃତସରରେ ଲୁଚିଥିବା ସନ୍ଦେହ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲିଠାରୁ କ୍ରମାଗତ ଚଢାଉ କରାଯାଉଛି । ହେଲେ ଏଯାବତ୍ ତାର କୌଣସି ପତ୍ତା ମିଳିନଥିବାରୁ ପଞ୍ଜାବ ପୋଲିସ ତାକୁ ପଳାତକ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ :-ଅମ୍ରିତପାଲ ସିଂହଙ୍କୁ ପଳାତକ ଘୋଷିତ କଲା ପୋଲିସ, ପଞ୍ଜାବରେ ସୁରକ୍ଷା କଡାକଡି

ଫେବୃଆରୀ 23 ତାରିଖରେ ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ଅମ୍ରିତପାଲ ସିଂ ଓ ତାହ ଶତାଧିକ ସହଯୋଗୀ । ଏକାଧିକ ପୋଲିସ ଅଧିକାରୀ ମାରାଣାସ୍ତ୍ର ଆକ୍ରମଣରେ ଗୁରୁତର ହୋଇଥିଲେ । ପରେ ତାର ଜଣେ ସହଯୋଗୀଙ୍କୁ ସେ ଆକ୍ରମଣ କରି ପୋଲିସ ଥାନାରୁ ଛଡାଇ ନେଇଥିଲା । ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅନୁମାନ କରାଯାଉଥିଲା । ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ । ପଞ୍ଜାବରେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି । ଗତକାଲିଠାରୁ ଏହି ଅପରେସନ ଜାରି ରହିଥିଲେ ସୁଦ୍ଧା ଅମ୍ରିତପାଲ ସିଂକୁ ଗିରଫ କରାଯାଇପାରନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.