ETV Bharat / bharat

Bajrang Dal activist murder case: କର୍ଣ୍ଣାଟକର ଶିବମୋଗାରେ ବୁଧବାର ଯାଏଁ କର୍ଫ୍ୟୁ - କର୍ଣ୍ଣାଟକରେ ହିଂସା

ବଜରଙ୍ଗ ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା ପରେ କର୍ଣ୍ଣାଟକରେ ବଢୁଛି ଉତ୍ତେଜନା । ଶିବମୋଗାରେ ବୁଧବାର ପର୍ଯ୍ୟନ୍ତ ଲାଗିଲା କର୍ଫ୍ୟୁ । ବର୍ତ୍ତମାନ ସୁଦ୍ଧା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

Bajrang Dal activist murder case: କର୍ଣ୍ଣାଟକର ଶିବମୋଗାରେ ବୁଧବାର ଯାଏଁ କର୍ଫ୍ୟୁ

author img

By

Published : Feb 21, 2022, 10:56 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଘଟଣାରେ ପ୍ରଥମେ ୨ ଜଣ ଓ ପରେ ଅନ୍ୟ ଜଣେ ଅଭିଯୁକ୍ତକୁ ମିଶାଇ ମୋଟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସତ୍ତ୍ବେ ମଧ୍ୟ ଉତ୍ତେଜନା ନିୟନ୍ତ୍ରଣକୁ ନଆସିବାରୁ ଶିବମୋଗା ଜିଲ୍ଲାରେ ବୁଧବାର ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛି ସ୍ଥାନୀୟ ପ୍ରଶାସନ ।

ଆଜି (ସୋମବାର) ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ଶିବମୋଗାରେ କର୍ଫ୍ୟୁ ଲାଗୁ କରାଯାଇଛି । ବୁଧବାର ସକାଳ 6ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବା ନେଇ ଶିବମୋଗଗା ଏସ.ପି ​​ଲକ୍ଷ୍ମୀପ୍ରସାଦ ସୂଚନା ଦେଇଛନ୍ତି । ଆସନ୍ତାକାଲି ସହର ସୀମା ମଧ୍ୟରେ ଥିବା ସ୍କୁଲ, କଲେଜ ଏବଂ ଦୋକାନବଜାର ସହ ସମସ୍ତ ସାଧାରଣ କାର୍ଯ୍ୟକଳାପ ବନ୍ଦ ରହିବ । ତେବେ କୌଣସି ଅପ୍ରୀତିକର ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ଶିବାମୋଗାକୁ ଅଣାଯାଉଥିବା ଏସ.ପି କହିଛନ୍ତି ।

ସହରରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଯଦି କେହି ନିୟମ ବାହାରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିବେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ବୋଲି ସେ ସ୍ପଷ୍ଟ କରିଛନ୍ତି । ଗତକାଲି(ରବିବାର) ରାତିରେ ଶିବାମୋଗାରେ ଜଣେ 26 ବର୍ଷୀୟ ହର୍ଷ ନାମକ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏବେ ସୁଦ୍ଧା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.