ETV Bharat / bharat

ସନ୍ଥ ତୁକାରାମଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଧିରେନ୍ଦ୍ର ଶାସ୍ତ୍ରୀ - dhirendra shastri apologised for sant tukaram

ସନ୍ଥ ତୁକାରାମଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ବୟାନ ମାମଲରେ ନରମ ଆଭିମୁଖ୍ୟ ଦେଖାଇଲେ ବାଗେଶ୍ବର ପୀଠ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀ । କହିଲେ ମୋ ଶବ୍ଦ ପାଇଁ ମୁଁ ଦୁଃଖିତ । ଅଧିକ ପଢନ୍ତୁ

ସନ୍ଥ ତୁକାରାମଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଧିରେନ୍ଦ୍ର ଶାସ୍ତ୍ରୀ

author img

By

Published : Feb 2, 2023, 8:15 AM IST

ସନ୍ଥ ତୁକାରାମଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଧିରେନ୍ଦ୍ର ଶାସ୍ତ୍ରୀ

ହାଇଦ୍ରାବାଦ: ସନ୍ଥ ତୁକାରାମ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ୟୁ-ଟର୍ଣ୍ଣ ନେଇଛନ୍ତି ଗତ କିଛି ମାସ ହେବ ବିବାଦ ଓ ଚର୍ଚ୍ଚାରେ ଥିବା ମଧ୍ୟ ପ୍ରଦେଶର ବାଗେଶ୍ବର ପୀଠ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀ । ନିଜର ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି । ବାଗେଶ୍ୱର ପୀଠେଶ୍ୱର କହିଛନ୍ତି ଯେ, ‘‘ମୋ ଶବ୍ଦ ଦ୍ୱାରା ଯାହାଙ୍କ ଭାବନା ଆଘାତ ପାଇଛି, ମୁଁ ସେମାନଙ୍କୁ ଯୋଡୋ ହସ୍ତରେ କ୍ଷମା ପ୍ରାର୍ଥନା କରୁଛି ଏବଂ ମୁଁ ପ୍ରକାଶ କରିଥିବା ମନ୍ତବ୍ୟକୁ ଫେରାଇ ମଧ୍ୟ ନେଉଛି ।’’

କିଛି ଦିନ ପୂର୍ବରୁ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ସନ୍ଥ ତୁକାରାମଙ୍କ ଉପରେ ଏପରି ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସନ୍ଥ ତୁକାରାମ ତାଙ୍କ ପତ୍ନୀଙ୍କୁ ମାଡ ମାରୁଥିଲେ ବୋଲି ଶାସ୍ତ୍ରୀ କହିଥିଲେ । ଯାହାକୁ ନେଇ ସେ ବେଶ ବିବାଦୀୟ ହୋଇପଡିଥିଲେ । ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଇଥିଲା । ଯାହା ଫଳରେ ସେ ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସହ କ୍ଷମା ମଧ୍ୟ ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ନିଜର ଅତି ଆକ୍ରାମକ ଶବ୍ଦ ପାଇଁ ବେଶ ବିବାଦ ଓ ଚର୍ଚ୍ଚାରେ ଥାନ୍ତି ବାଗେଶ୍ବର ପୀଠର ମୁଖ୍ୟ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ।

କ’ଣ ଥିଲା ଧିରେନ୍ଦ୍ର ଶାସ୍ତ୍ରୀ ବୟାନ: ସନ୍ତ ତୁକାରାମଙ୍କ ସମ୍ପର୍କରେ ଶାସ୍ତ୍ରୀ କହିଥିଲେ, ତୁକାରାମ ତାଙ୍କ ପତ୍ନୀଙ୍କୁ ପ୍ରତିଦିନ ମାଡ ମାରୁଥିଲେ । ଯାହାର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା । ଏପରି ମନ୍ତବ୍ୟ ପାଇଁ ତାଙ୍କୁ ସମାଲୋଚିତ ହେବାକୁ ପଡିଥିଲା । ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ବିବୃତ୍ତି ଭାଇରାଲ ହେବା ପରଠାରୁ ଏନସିପି କ୍ରମାଗତ ଭାବରେ ବିରୋଧ କରିଆସୁଥିଲା । କେବଳ ରାଜନୈତିକ ଦଳ ନୁହେଁ ମହାରାଷ୍ଟ୍ରବାସୀ ମଧ୍ୟ ଏହାକୁ ବିରୋଧ କରିଥିଲେ । ଯାହା ପରେ ଶାସ୍ତ୍ରୀଙ୍କ ନରମ ଆଭିମୁଖ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ଶାସ୍ତ୍ରୀ କ୍ଷମା ପ୍ରାର୍ଥନାରେ କହିଛନ୍ତି ‘‘ ସନ୍ଥ ତୁକାରାମ ଜଣେ ମହାନ୍ ସାଧୁ ଏବଂ ସେ ମଧ୍ୟ ଆମର ଆଦର୍ଶ । ମୋର ଶବ୍ଦ କଷ୍ଟ ଦେଇଥିଲେ ହାତ ଯୋଡି କ୍ଷମା ପ୍ରାର୍ଥନା କରୁଛି । ’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.