ETV Bharat / bharat

Chopper Crash ହୋଇପାରେ ଷଡଯନ୍ତ୍ର, CDSଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ଦାବି

author img

By

Published : Dec 11, 2021, 9:53 PM IST

ବାବା ରାମଦେବଙ୍କ ଆଶଙ୍କା । କହିଲେ ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଥାଏ ପାରେ ଷଡଯନ୍ତ୍ର । ଦେଶବାସୀଙ୍କ ମନରେ ସୃଷ୍ଟି କରିଛି ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ

CDSଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଥାଏ ପରେ ଷଡଯନ୍ତ୍ର: ରାମଦେବ

ଡେରାଡୁନ: ତାମିିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ 13 ଜଣଙ୍କ ମୃତ୍ୟୁ ପରେ ସମଗ୍ର ଦେଶରେ ଶୋକର ଛାୟ ଖେଳିଯାଇଛି । ଅତ୍ୟାଧୁନିକ MI-17 ହେଲିକପ୍ଟଟର ଦୁର୍ଘଟଣାଗ୍ରସ୍ତ ହେବକୁ ମଧ୍ୟ ସହଜରେ ଦେଶବାସୀ ଗ୍ରହଣ କରିପାରୁ ନଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ଷଡଯନ୍ତ୍ରର ଆଶଙ୍କା ମଧ୍ୟ ପ୍ରକାଶ ପାଇପାରେ ଲାଗିଛି । ଏହାରି ମଧ୍ୟରେ 3 ସେନା ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତେବେ ଦୁର୍ଘଟଣାରେ ଷଡଯନ୍ତ୍ର ଥାଇ ପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଯୋଗଗୁରୁ ବାବା ରାମଦେବ ।

ବାବା ରାମଦେବ କହିଛନ୍ତି ଯେ ଏହି ଘଟଣାକୁ ସାଧାରଣରେ କୌଣସି ଦେଶବାସୀ ବିଶ୍ୱାସ କରିପାରୁ ନାହାନ୍ତି । ଯେଉଁ ଅତ୍ୟାଧୁନିକ ବାୟୁସେନା ହେଲିକପ୍ଟରରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଯାତ୍ରା କରୁଛନ୍ତି, ତାହାର ଦୁର୍ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ତେବେ ସିଡିଏସଙ୍କ ଚପର କ୍ରାସରେ ଷଡଯନ୍ତ୍ର ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ରାମଦେବ । ଏଥିସହିତ ସେ ସିଡିଏସ ବିପିନ୍ ରାୱତଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରିବା ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହି ଦୁର୍ଘଟଣାରେ ଜେନେରାଲ ରାୱତ ଦମ୍ପତି ଏବଂ ଅନ୍ୟ 11 ଜଣ ପ୍ରତିରକ୍ଷା କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ବାବା ରାମଦେବ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ କିଛି ଷଡଯନ୍ତ୍ରର ଆଶଙ୍କା ପ୍ରକାଶ କରିଛନ୍ତି ।

ବାବା ରାମଦେବ ଆଜି ହରିଦ୍ବାରସ୍ଥିତ ପତଞ୍ଜଳୀ ଯୋଗପୀଠରେ କାନିଆ ଗୁରୁକୁଲାମର ଭୁମିପୂଜନ କରିଥିଲେ। ଯେଉଁଥିରେ ଶରଣାନନ୍ଦ ମହାରାଜଙ୍କ ସହ ଆଚାର୍ଯ୍ୟ ମହାମଣ୍ଡଳଶ୍ୱର ଅବଦେଶାନନ୍ଦ ମହାରାଜ ଏବଂ ଜୁନା ଆଖଡାର ସାଧବୀ ରିତାମ୍ବରା ମଧ୍ୟ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ତେବେ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମକୁ ଏପରି କହିଥିଲେ ରାମଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.