ETV Bharat / bharat

ମାର୍କ ଜୁକରବର୍ଗ-ଷ୍ଟିଭ ଜବ୍ସଙ୍କ ଭାଗ୍ୟ ବଦଳାଇଥିଲେ ଉତ୍ତରାଖଣ୍ଡ ବାବା, ଜାଣନ୍ତୁ କିଏ ସେ ?

ଫେସବୁକ ସିଇଓ ମାର୍କ ଜୁକରବର୍ଗ ଏବଂ ଆପଲ ସଂସ୍ଥାପକ ଷ୍ଟିଭ ଜବ୍ସଙ୍କ ଭାଗ୍ୟ ବଦଳାଇ ଦେଇଥିଲେ ବାବା ନୀମ କରୋଲି । ବାବାଙ୍କ ପ୍ରିୟ ଫଳ ସେଓ ହୋଇଥିବାରୁ ଷ୍ଟିଭ ଜବ୍ସ ନିଜ ବ୍ରାଣ୍ଡ ନାଁ ଆପଲ ରଖିଥିଲେ । ଅଧିକ ପଢନ୍ତୁ

author img

By

Published : Jun 16, 2022, 12:20 PM IST

ଉତ୍ତରାଖଣ୍ଡ ବାବାଙ୍କ ଭକ୍ତ ମାର୍କ ଜୁକରବର୍ଗ-ଷ୍ଟିଭ ଜବ୍ସ, ଜାଣନ୍ତୁ କିଏ ସେ ?

ଡେରାଡୁନ: ଆସ୍ଥା ଓ ବିଶ୍ବାସର କେନ୍ଦ୍ରସ୍ଥଳ ଭାରତ । ଏଠାରେ ଅନେକ ଧାର୍ମିକ ପୀଠ ରହିଛି, ଯାହାର ଗାରିମା କେବଳ ଦେଶରେ ନୁହେଁ, ସମଗ୍ର ବିଶ୍ବରେ ବ୍ୟାପିଛି । ତନ୍ମଧ୍ୟରୁ ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ସ୍ଥିତ କୈଞ୍ଚି ଧାମ ମନ୍ଦିର(Kainchi Dham Temple of Nainital) ଅନ୍ୟତମ । ଏହି ମନ୍ଦିରର ସଂସ୍ଥାପକ ହେଉଛନ୍ତି ବାବା ନୀମ କରୋଲି । ବାବା କରୋଲିଙ୍କୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ । ଦେଶବିଦେଶରେ ବାବାଙ୍କ ହଜାର ହଜାର ଭକ୍ତ ରହିଛନ୍ତି । କେବଳ ଭାରତ କାହିଁକି, ସାରା ବିଶ୍ବରେ ନୀମ କରୋଲି ବାବାଙ୍କ ମହିମାର ଗୁଣାଗାନ ହୁଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଫେସବୁକ ମାଲିକ ମାର୍କ ଜୁକରବର୍ଗ ଏବଂ ଆପଲ କମ୍ପାନୀ ସଂସ୍ଥାପକ ଷ୍ଟିଭ ଜବ୍ସ ମଧ୍ୟ ବାବାଙ୍କ ପରମ ଭକ୍ତଙ୍କ ଅଟନ୍ତି ।

କୁହାଯାଏ, ବାବା ନୀମ କରୋଲିଙ୍କ ଆଶୀର୍ବାଦ ଯୋଗୁଁ ଦିନେ ଆପଲ ସିଇଓ ଷ୍ଟିଭ ଜବ୍ସ (Apple CEO Steve Jobs)ଙ୍କ ଭାଗ୍ୟଙ୍କ ବଦଳି ଥିଲା । ପୂର୍ବରୁ ଷ୍ଟିଭ୍ ଅନେକ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରୁଥିଲେ । ସେହି ସମୟରେ କେଉଁଠାରୁ ସେ ବାବାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଷ୍ଟିଭ ଜବ୍ସ ବାବାଙ୍କ ଶରଣକୁ ଆସି ସାଧନା କରିଥିଲେ ଏବଂ ତାଙ୍କର ଆଶୀର୍ବାଦ ଷ୍ଟିଭଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । ଏହାମଧ୍ୟ ଶୁଣିବାକୁ ମିଳେ ଯେ, ବାବା ନୀମ କରୋଲିଙ୍କ ପ୍ରିୟ ଫଳ ସେଓ ଥିଲା, ତେଣୁ ଷ୍ଟିଭ ଜବ୍ସ ନିଜ ବ୍ରାଣ୍ଡର ନାମ ଆପଲ ରଖିଛନ୍ତି । ମାର୍କ ଜୁକରବର୍ଗ ମଧ୍ୟ ବାବାଙ୍କ ଆଶୀର୍ବାଦରେ ସଫଳ ବ୍ୟକ୍ତିତ୍ବ ହୋଇପାରିଛନ୍ତି ବୋଲି କୁହାଯାଏ ।

ବାବା ନୀମ କରୋଲିଙ୍କ ଚମତ୍କାରିତା ସମ୍ପର୍କରେ ଅନେକ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ଥରେ ଆଶ୍ରମରେ ଏକ ବିଶାଳ ଭୋଜନର ଆୟୋଜନ ହେଉଥିଲା । ଏହି ସମୟରେ ଖାଦ୍ୟ ପ୍ରସ୍ତୁତ ପାଇଁ ଘିଅ ନିଅଣ୍ଟ ପଡିଲା । ବାବାଙ୍କ ନିର୍ଦ୍ଦେଶକ୍ରମେ ଲୋକେ ଆଶ୍ରମ ନିକଟରେ ପ୍ରବାହିତ ନଦୀ ଜଳକୁ ଖାଦ୍ୟରେ ବ୍ୟବହାର କରିଥିଲେ, ଯାହାକି ଘିଅ ରୂପେ କାମ କରିଥିଲା । ବାବାଙ୍କ ନିକଟରେ ଦୈବୀଶକ୍ତି ଥିଲା ବୋଲି କୁହାଯାଏ । ବାବା ନିଜ ଇଚ୍ଛାରେ କେଉଁଠାରେ ବି ପ୍ରକଟ ଓ ଗାଏବ ହୋଇଯାଉଥିଲେ । ତାଙ୍କ ଭକ୍ତ ଅନେକ ଥର ଏହିସବୁ ଚମତ୍କାର ଦେଖିଛନ୍ତି । ଯିଏ ବି ବାବାଙ୍କୁ ଆସ୍ଥା ସହକାରେ ପ୍ରାର୍ଥନା କରନ୍ତି, ତାଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ନୈନିତାଲ ସ୍ଥିତ କୈଞ୍ଚି ଧାମରେ ବାବା ନୀମ କରୋଲିଙ୍କ ଏକ ବିରାଟ ଆଶ୍ରମ ରହିଛି । କୁହାଯାଏ, ଉତ୍ତରପ୍ରଦେଶ ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ଆକବରପୁର ଗାଁର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଲକ୍ଷ୍ମୀ ନାରାୟଣ ଶର୍ମା ନୀମ କରୋଲି ଗାଁରେ କଠିନ ତପସ୍ୟା କରି ସିଦ୍ଧି ହାସଲ କରିଥିଲେ । ଏହାପରଠୁ ସେ ନୀମ କରୋଲି ବାବା ନାମରେ ଜଣାଗଲେ । ବାବା ପ୍ରଥମେ ନୈନିତାଲରେ ଆଶ୍ରମ ତିଆରି କରିଥିଲେ । ତାଙ୍କର ଦ୍ବିତୀୟ ଆଶ୍ରମ ବୃନ୍ଦାବନ ମଥୁରାରେ ରହିଛି । ଏହାବ୍ୟତୀତ ବାବାଙ୍କ ଅନେକ ଛୋଟ ବଡ ଆଶ୍ରମ ରହିଛି ମଧ୍ୟ । ୧୯୬୧ ମସିହାରେ ବାବା ପ୍ରଥମ ଥର ନୈନିତାଲ ଯାଇଥିଲେ । ସେଠାରେ ସେ ୧୯୬୪ ମସିହାରେ ମନ୍ଦିର ନିର୍ମାଣ କରିଥିଲେ । ଆଜି ଏହି ମନ୍ଦିରକୁ ଦେଶ ବିଦେଶକୁ ଅନେକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି । ୧୯୭୩ ମସିହାରେ ବାବା ନୀମ କରୋଲି ଦେହତ୍ୟାଗ କରିଥିଲେ । ସେ ବୃନ୍ଦାବନରେ ସମାଧି ନେଇଥିଲେ । ପ୍ରତିବର୍ଷ ଜୁନ ୧୫ ତାରିଖରେ ବାବାଙ୍କ ପୀଠରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.