ETV Bharat / bharat

ଡାକ୍ତରଙ୍କ ମହାନତା, ‘ବାବା କା ଢାବା’ ଦମ୍ପତ୍ତିଙ୍କର ମାଗଣାରେ କଲେ ମୋତିଆବିନ୍ଦୁ ଅସ୍ତ୍ରୋପଚାର

author img

By

Published : Nov 3, 2020, 10:32 AM IST

Updated : Nov 3, 2020, 11:02 AM IST

ରାତାରାତି ସୋସିଆଲ ମିଡିଆର ସେନସେସନ ପାଲଟିଥିବା ‘ବାବା କା ଢାବା’ ଦମ୍ପତ୍ତିଙ୍କର ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରି ପ୍ରଶଂସା ସାଉଁଟିଲେ ଡାକ୍ତରୀଦଳ । ଅଧିକ ପଢନ୍ତୁ...

'Baba ka Dhaba' fame couple to undergo another cataract surgery
‘ବାବା କା ଢାବାର’ ବୃଦ୍ଧ ଦମ୍ପତ୍ତିଙ୍କର ମାଗଣାରେ ମୋତିଆବିନ୍ଦୁ ଆସ୍ତ୍ରୋପଚାର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ‘ବାବା କା ଢାବା’ର ଫେମସ ଦମ୍ପତ୍ତି । ରାତାରାତି ସୋସିଆଲ ମିଡିଆର ସେନସେସନ ପାଲଟିଥିବା ଏହି ବୃଦ୍ଧ ଦମ୍ପତ୍ତିକୁ ବିଭିନ୍ନ ଆଡୁ ଛୁଟୁଛି ସାହାଯ୍ୟର ସୁଅ । ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗରରେ ଥିବା ବହୁ ଚର୍ଚ୍ଚିତ ‘ବାବା କା ଢାବା’ର ମାଲିକ ବୃଦ୍ଧ ଦମ୍ପତି ଜଣଙ୍କର ମଙ୍ଗଳବାର ଜଣେ ଡାକ୍ତର ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଛନ୍ତି ।

କୋରେନା ସମୟରୁ ଲକଡାଉନରେ ଦୁଇମୁଠା ଖାଇବାକୁ ପାଉ ନଥିବା କାନ୍ତ ପ୍ରସାଦ ଓ ବାଦାମି ଦେବୀ ୟୁ଼ଟୁବ୍ୟରେ ଆସିବା ପରେ ତାଙ୍କ ପ୍ରତି ଅନେକ ଲୋକଙ୍କର ସ୍ନେହ, ଶ୍ରଦ୍ଧା ଓ ସାହାଯ୍ୟର ହାତ ବଢିଛି । ତାଙ୍କର ଭାଇରାଲ ଭିଡିଓକୁ ଦେଖି କିଛି ଡାକ୍ତରୀଦଳ ତାଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କ ସହ କଥା ହୋଇ ଡାକ୍ତର ଜଣକ ଜାଣିବାକୁ ପାଇଲେ ଯେ ଦମ୍ପତ୍ତିଙ୍କର ଆଖିରେ ମୋତିଆବିନ୍ଦୁ ହୋଇଛି । ସେମାନେ କେବଳ 30ପ୍ରତିଶତ ଦେଖିପାରୁଛନ୍ତି ।

ଏହା ପରେ ଡାକ୍ତରଖାନାରେ ମଙ୍ଗଳବାର ଦମ୍ପତିଙ୍କର ମାଗଣାରେ ମୋତିଆବିନ୍ଦୁ ଚିକିତ୍ସା ହୋଇଛି । ଚିକିତ୍ସା ପାଇଁ ଦମ୍ପତିଙ୍କଠାରୁ ଗୋଟିଏ ଟଙ୍କା ବି ନିଆଯାଇନାହିଁ । ମାଗଣାରେ ଔଷଧ ଓ ଚଷମା ଦିଆଯାଇଛି ବୋଲି କହିଛନ୍ତି ସାର୍ଫ ସାଇଟ୍ ଚକ୍ଷୁ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସମୀର ସୁଦ । ମୋତିଆବିନ୍ଦୁ ଚିକିତ୍ସା ପରେ ଉଭୟଙ୍କର ଆଖିରେ ଦୃଷ୍ଟିଶକ୍ତି 10ପ୍ରତିଶତ ବୃଦ୍ଧି ପାଇଛି ।

ତେବେ ‘ବାବା କା ଢାବା’ ମାଲିକଙ୍କୁ ସହଯୋଗ କରିଥିବା ୟୁଟ୍ୟୁବର ତାଙ୍କୁ ଠକିଥିବାର ଅଭିଯୋଗ ଆସିଥିବାବେଳେ ଡାକ୍ତରୀଦଳ ତାଙ୍କର ମାଗଣାରେ ଚିକିତ୍ସା କରି ନିଜର ମହାନତା ଦେଖାଇଛନ୍ତି । ଜଣେ ତାଙ୍କୁ ସୂହାନଭୁତି ଆଡରେ ଠକୁଥିବା ବେଳେ ଡାକ୍ତରଙ୍କର ମାଗଣାରେ ଚିକିତ୍ସା କରିବା କାମ ବେଶ ପ୍ରଶଂସନୀୟ ହୋଇଛି ।

@IANS

Last Updated : Nov 3, 2020, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.