ETV Bharat / bharat

Ram Mandir: କାଲି ରାମ ଜନ୍ମଭୂମି ପଥ ଶୁଭାରମ୍ଭ, ଓଡିଆ ଶିଳ୍ପୀଙ୍କ ଯାଦୁଗରୀରେ ଜୀବନ୍ତ ହେଉଛନ୍ତି ପ୍ରତିମୂର୍ତ୍ତୀ

author img

By

Published : Jul 29, 2023, 10:01 PM IST

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରେଷ୍ଟର ମହାସଚିବ ଚମ୍ପତ୍ତ ରାୟ କହିଛନ୍ତି,‘‘ଆସନ୍ତା 2024 ଜାନୁୟାରୀରେ ଗର୍ଭଗୃହରେ ରାମାଲାଲା ବିରାଜମାନ ହେବେ । ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଜାନୁୟାରୀ 15 ରୁ 27 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ହେବ । 10 ହଜାର ଅତିଥୀ ସାମିଲ ହେବେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ । ସାରା ଦେଶରୁ ସାଧୁସନ୍ଥ ଆସିବେ । ଚାରିଧାମର ଜଗତଗୁରୁଙ୍କୁ ନିମନ୍ତ୍ରଣ କରାଯିବ ।" ଅଧିକ ପଢନ୍ତୁ

କାଲି ରାମ ଜନ୍ମଭୂମି ପଥ ଶୁଭାରମ୍ଭ, ଓଡିଆ ଶିଳ୍ପୀଙ୍କ ଯାଦୁଗରୀରେ ଜୀବନ୍ତ ହେଉଛନ୍ତି ପ୍ରତିମୂର୍ତ୍ତୀ

ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟାକୁ ଜୋଡୁଥିବା ତିନ ପଥ ମଧ୍ୟରୁ ଗୋଟିଏ ରାମ ଜନ୍ମଭୂମି ପଥକୁ ଆସନ୍ତାକାଲି (ରବିବାର) ଶ୍ରଦ୍ଧାଳୁଙ୍କ ପାଇଁ ଶୁଭାରମ୍ଭ କରାଯିବ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ ଚମ୍ପତ୍ତ ରାୟ ଆଜି ଶନିବାର ଏହି ସୂଚନା ଦେଇଛନ୍ତି । ଚମ୍ପତ୍ତ ରାୟ କହିଛନ୍ତି, ‘‘ଅତ୍ୟନ୍ତ ଭବ୍ୟ ସୌନ୍ଦର୍ଯ୍ୟ 100 ଫୁଟ ଚଉଡା, 800 ମିଟର ଲମ୍ବ ରାମ ଜନ୍ମଭୂମି ମାର୍ଗକୁ ଆସନ୍ତାକାଲି ରବିବାର ଅପରାହ୍ନ 1.30 ରେ ଏକ ଭବ୍ୟ କାର୍ଯ୍ୟକ୍ରମ ପରେ ଶୁଭାରମ୍ଭ କରାଯିବ । ଏହା ଶୁଭାରମ୍ଭ ହେବା ପରେ ରାମ ଜନ୍ମଭୂମିକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ସୁବିଧା ଓ ସହଜ ହେବ ।’’

ଏହାବି ପଢନ୍ତୁ- Ram Mandir: ସରିଲାଣି ତଳ ମହଲାର 90% କାର୍ଯ୍ୟ, ଫଟୋରେ ନିଅନ୍ତୁ ଅପଡେଟ

ମିଳିଥିବା ସୂଚନା ଅନୁସାରେ ରାମ ଜନ୍ମଭୂମି ମାର୍ଗକୁ ନୂଆ ରୂପ ଦିଆଯାଇଛି । ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ସ୍ବତନ୍ତ୍ର ଟାଇଲ ସମେତ ଷ୍ଟ୍ରିଟ ଲାଇଟ ଲଗାଯାଇଛି । ଏହି ମାର୍ଗ ବିର୍ଲା ମନ୍ଦିର ଆଗରୁ ସୁଗ୍ରୀବ କିଲା ଓ ଆମାୱା ମନ୍ଦିରକୁ ସଂଯୋଗ କରି ରାମ ଜନ୍ମଭୂମିକୁ ସଂଯୋଗ କରୁଛି । ଏହି ମାର୍ଗରେ ଶ୍ରଦ୍ଧାଳୁ ମାନେ ଯିବାବେଳେ ରାମାୟଣ କାଳ ସମୟର ଅନୁଭବ ହେବ । ଏନେଇ ଅଯୋଧ୍ୟା କମିଶନର ଗୌରବ ଦୟାଲ କହିଛନ୍ତି ଯେ ରାମ ପଥ ଓ ଭକ୍ତି ପଥ ନିର୍ମାଣ ତୀବ୍ରଗତିରେ ଚାଲିଛି । ରାମ ପଥ 14 କିମି ଦୂରତା ଥିବାବେଳେ, ଏହା ଅଯୋଧ୍ୟା ସହରରୁ ଅଯୋଧ୍ୟାଧାମକୁ ଯୋଡୁଛି । ଆସନ୍ତା ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଭକ୍ତି ପଥର ନିର୍ମାଣ କାର୍ଯ୍ୟ କିନ୍ତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏହାବି ପଢନ୍ତୁ - Ayodhya: ଆସନ୍ତାବର୍ଷ ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ, ପ୍ରଧାନମନ୍ତ୍ରୀଙ୍କୁ ଗଲା ନିମନ୍ତ୍ରଣ

ଅନ୍ୟପଟେ ଗତ ଗୁରୁବାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରେଷ୍ଟର ମହାସଚିବ ଚମ୍ପତ୍ତ ରାୟ କହିଛନ୍ତି,‘‘ଆସନ୍ତା 2024 ଜାନୁୟାରୀରେ ଗର୍ଭଗୃହରେ ରାମାଲାଲା ବିରାଜମାନ ହେବେ । ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଜାନୁୟାରୀ 15 ରୁ 27 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ହେବ । 10 ହଜାର ଅତିଥୀ ସାମିଲ ହେବେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବ । ସାରା ଦେଶରୁ ସାଧୁସନ୍ଥ ଆସିବେ । ଚାରିଧାମର ଜଗତଗୁରୁଙ୍କୁ ନିମନ୍ତ୍ରଣ କରାଯିବ । ସେହିପରି ଟ୍ରଷ୍ଟର ଅଧ୍ୟକ୍ଷ ତଥା ମହନ୍ତ ନୃତ୍ୟ ଗୋପାଳ ଦାସ ବିଦ୍ଧିବଧ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାଣ ପ୍ରତିଷ୍ଠା ମହତ୍ସୋବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି । ନିମନ୍ତ୍ରଣ ପତ୍ରରେ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ କହିଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯଦି ପ୍ରଧାନମନ୍ତ୍ରୀ ସାମିଲ ହୁଅନ୍ତି ଏହା ଦେଶ ଧର୍ମର ଶୋଭାବର୍ଦ୍ଧନ କରିବ । ପ୍ରଧାନମନ୍ତ୍ରୀଙ୍କୁ 15 ରୁ 24 ତାରିଖ ମଧ୍ୟରେ ଆସିବାକୁ ପ୍ରସ୍ତାବ ଦିଆଯାଇଛି । ଚୂଡାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ ।’’

ଏହାବି ପଢନ୍ତୁ- Ayodhya Ram Mandir: ଭଗବାନ ରାମଲାଲାଙ୍କ ପ୍ରତିମା ପାଇଁ ଓଡିଶାରୁ ଆସିଲା ପଥର

ଟ୍ରଷ୍ଟ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି ଯେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସର୍ବାଧିକ କାର୍ଯ୍ୟ ଶେଷ କରିବା ପାଇଁ ଟ୍ରଷ୍ଟ ବଡ ପଦକ୍ଷେପ ନେଇଛି । ଡିସେମ୍ବର ସୁଦ୍ଧା ଯଥା ସମ୍ଭବ କାର୍ଯ୍ୟ ଶେଷ ହୋଇଯିବ । ନିର୍ମାଣ କାର୍ଯ୍ୟର ତୀବ୍ରତାରେ ଶକ୍ତି ଦେବା ପାଇଁ ବର୍ତ୍ତମାନ ଶ୍ରମିକ ସଂଖ୍ୟା 550 ରୁ 1600 କୁ ବଢାଇ ଦିଆଯାଇଛି । ଯେଉଁ କାମ ପୂର୍ବରୁ 18 ଘଣ୍ଟା ହେଇଥିଲା ତାହା ଏବେ 24 ଘଣ୍ଟା ହେଉଛି । ବର୍ତ୍ତମାନ ମନ୍ଦିର ତଳ ମହଲା କାମର ଫ୍ଲୋରିଂ କାମ ହେବାକୁ ଥିବା ବେଳେ ଅବଶିଷ୍ଟ କାର୍ଯ୍ୟ ଶେଷ ହୋଇଛି । ମନ୍ଦିରର କାନ୍ଥରେ ଓଡିଶାରୁ ଆସିଥିବା ମୂର୍ତ୍ତୀ ଶିଳ୍ପକାର ମାନେ ମୂର୍ତ୍ତୀ ଖୋଦେଇକୁ ଯୋରଦାର କରୁଛନ୍ତି । ଓଡିଆ କଳାକାରଙ୍କ ଯାଦୁଗରୀରେ ରାମ ମନ୍ଦିର କାନ୍ଥରେ ଜୀବନ୍ତ ରୂପ ନେଉଛନ୍ତି ଦେବାଦେବୀ ପ୍ରତୀମୂର୍ତ୍ତୀ ।

ଏହାବି ପଢନ୍ତୁ- ଏହାବି ପଢନ୍ତୁ- ରାମଲାଲାଙ୍କ ମନ୍ଦିର ପାଇଁ ଭକ୍ତଙ୍କ ଅକୁଣ୍ଠ ସମର୍ପଣ; 44 ଦିନରେ 21 ଶହ କୋଟି ସଂଗ୍ରହ

ଅନ୍ୟପଟେ ଜଙ୍ଗଲ ବିଭାଗ ପକ୍ଷରୁ ଅଯୋଧ୍ୟାର ଶୋଭାବର୍ଦ୍ଧନ ପାଇଁ 22 କୋଟି ଖର୍ଚ୍ଚରେ ବିଭିନ୍ନ ବାସ୍ତୁ ବୃକ୍ଷ ସମେତ ଫଳ ଫୁଲ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଗଛ ଲଗାଯାଉଛି । ଯାହା ରାମ ମାର୍ଗ, ଭକ୍ତି ମାର୍ଗ, ଧର୍ମ ମାର୍ଗର ସୁନ୍ଦରତାକୁ ବଢାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.