ETV Bharat / bharat

ଭାରତରେ ନ୍ୟାୟ ବିଳମ୍ବିତ: ବିଭିନ୍ନ କୋର୍ଟରେ ପଡିଛି 5କୋଟି ମାମଲା, କେବଳ ସୁପ୍ରିମକୋର୍ଟରେ 70 ହଜାର - ସର୍ବୋଚ୍ଚ କୋର୍ଟ

ଦେଶରେ ନ୍ୟାୟ ପ୍ରଦାନ ବିଳମ୍ବ । ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପେଣ୍ଡିଂ ପଡିଛି ପ୍ରାୟ 5 କୋଟି ମାମଲା । କେବଳ ସୁପ୍ରିମକୋର୍ଟରେ 70 ହଜାର । ବିଭିନ୍ନ କାରଣ ପାଇଁ ଆଗେଇ ପାରୁନି ଶୁଣାଣି । ଅଧିକ ପଢନ୍ତୁ

ବିଭିନ୍ନ କୋର୍ଟରେ ପଡିଛି 5 କୋଟି ମାମଲା, କେବଳ ସୁପ୍ରିମକୋର୍ଟରେ 70 ଲକ୍ଷ

author img

By

Published : Feb 18, 2023, 10:50 PM IST

ନୂଆଦିଲ୍ଲୀ: ଦେଶରେ ଏବେ କୋଟି କୋଟି ମାମଲା ବିଭିନ୍ନ ଅଦାଲତରେ ପଡିରହିଛି । ଏବେ ସୁଦ୍ଧା ତଳସ୍ତରରୁ ସର୍ବୋଚ୍ଚ କୋର୍ଟ ପର୍ଯ୍ୟନ୍ତ ପ୍ରାୟ 5 କୋଟି ମାମଲା ପଡିରହିଛି । ବିଭିନ୍ନ କାରଣରୁ ଏହି ମାମଲାଗୁଡିକରେ ଶୁଣାଣି ଆଗେଇ ପାରୁନାହିଁ । ସେଗୁଡିକରୁ ସର୍ବୋଚ୍ଚ କୋର୍ଟରେ କେବଳ 70 ହଜାର ମାମଲାର ପଡିରହିଥିବା ଜଣାପଡିଛି । ଯାହା ଦେଶରେ ନ୍ୟାୟ ପ୍ରଦାନର ବିଳମ୍ବିତ ଚିତ୍ରକୁ ସ୍ପଷ୍ଟ ବୟାନ କରୁଛି । ଏକଥା କୌଣସି ଗଣମାଧ୍ୟମର ସର୍ଭେର ତଥ୍ୟ କହୁନାହିଁ, ବରଂ କୋର୍ଟ ପୋର୍ଟାଲରେ ଉପଲବ୍ଧ ହୋଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି ।

ସୁପ୍ରିମକୋର୍ଟର ଓ୍ବେବ ପୋର୍ଟାଲରେ ଅପଲୋଡ ହୋଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଜାନୁଆରୀ ପହିଲା ସୁଦ୍ଧା ମୋଟ 69,511 ମାମଲା ପଡିରହିଛି । ସେଥିମଧ୍ୟରୁ 50,275 ଶୁଣାଣି ପାଇଁ ଗ୍ରହଣଯୋଗ୍ୟ ମାମଲା ଅଛି । ସେଥିମଧ୍ୟରୁ 39,740 ମାମଲାରେ ସମସ୍ତ ପ୍ରାଥମିକ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି ଏବଂ ଏହୁ ସବୁ ମାମଲାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ସେହିପରି 10,535 ମାମଲା ଯାହାର ପ୍ରାଥମିକ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଅସମ୍ପୂର୍ଣ୍ଣ ରହିଛି । ତେଣୁ ଏହାକୁ ଶୁଣାଣି ପାଇଁ ସୂଚୀରେ ତାଲିକାଭୂକ୍ତ କରାଯାଇ ପାରୁନାହିଁ । ବିଭିନ୍ନ କାରଣ ପାଇଁ ଏହା ବିଳମ୍ବ ହେଉଥିବା ଜଣାପଡିଛି ।

ସେହିପରି ବିଚାରାଧୀନ ତାଲିକାରେ 19,236 ଟି ନିୟମିତ ମାମଲା ରହିଛି । ଏହି ମାମଲାଗୁଡିକର ଶୁଣାଣି ମଧ୍ୟ ଆଗେଇ ପାରୁନାହିଁ । ଏଥିମଧ୍ୟରୁ 19,201 ଟି ମାମଲାର ପ୍ରାଥମିକ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିବ । 35 ଟି ମାମଲା ଯାହାର ପ୍ରାଥମିକ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ତେଣୁ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିବ ନାହିଁ । ପରିସଂଖ୍ୟାନ ଆହୁରି ଦର୍ଶାଏ ଯେ 15.21 ପ୍ରତିଶତ ମାମଲାର ଯାହାର ପ୍ରାଥମିକ ପ୍ରକ୍ରିୟା ଏବେ ମଧ୍ୟ ଅସମ୍ପୂର୍ଣ୍ଣ ରହିବା କାରଣରୁ ଆଗକୁ ବଢିପାରୁନାହିଁ ।

ବିଭିନ୍ନ ସାମ୍ବିଧାନିକ ଖଣ୍ଡପୀଠଗୁଡିକରେ ମୋଟ 479 ଟି ମାମଲା ବିଚାରାଧୀନ ଅଛି । 479 ମାମଲାର ମଧ୍ୟରୁ 329 ଟି ମାମଲା ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠରେ, 15 ଟି ସାତଜଣିଆ ସମ୍ବିଧାନ ଖଣ୍ଡପୀଠରେ ଏବଂ 135 ଜଣ ନଅ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ବିଚାରାଧୀନ ରହିଛି । ଏଭଳି ମାମଲାର ଚୂଡାନ୍ତ ଶୁଣାଣିକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ନିୟମିତ ସମ୍ବିଧାନ ବେଞ୍ଚ ଗଠନ କରିଛନ୍ତି । ତଥାପି ଏଗୁଡିକ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ।

ସେହିପରି ସର୍ବୋଚ୍ଚ କୋର୍ଟ ବ୍ୟତୀତ ବିଭିନ୍ନ ରାଜ୍ୟରେ ହାଇକୋର୍ଟରେ ମଧ୍ୟ ଏହିପରି ବିଚାରାଧୀନ ମାମଲାର ସଂଖ୍ୟା କିଛି କମ ନୁହେଁ । ସର୍ବୋଚ୍ଚ କୋର୍ଟ ଠାରୁ ଏମାନଙ୍କ ସ୍ଥିତି ଆହୁରି ଖରାପ ବୋଲି ତଥ୍ୟ କହୁଛି । ସାରା ଦେଶରେ ହାଇକୋର୍ଟରେ ମୋଟ 59,87,477 ମାମଲା ବିଚାରାଧୀନ ଅଛି । ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟା 10,30,185 ଟି ମାମଲା ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ରହିଛି, ତା’ପରେ 6,40,267 ଟି ବିଚାରାଧୀନ ମାମଲା ସହ ଦ୍ବିତୀୟ ସ୍ଥାନରେ ରହିଛି ରାଜସ୍ଥାନ ହାଇକୋର୍ଟ । ବମ୍ବେ ହାଇକୋର୍ଟରେ ମୋଟ 6,20,586 ଟି ମାମଲା ରହିଛି । ଫେବୃଆରୀ 1 ସୁଦ୍ଧା ସିକ୍କିମ୍ ହାଇକୋର୍ଟରେ ସର୍ବନିମ୍ନ ସଂଖ୍ୟକ ମାତ୍ର 171 ବିଚାରାଧୀନ ମାମଲା ରହିଥିଲା ।

ସର୍ବୋଚ୍ଚ କୋର୍ଟ ଓ ଉଚ୍ଚ ନ୍ୟାୟଳକୁ ଛାଡିଲେ ଜିଲ୍ଲା କୋର୍ଟଗୁଡିକରେ ମଧ୍ୟ ପେଣ୍ଡିଂ କେସ ସଂଖ୍ୟା ବେଶ ଚିନ୍ତାଜନକ । ଗତବର୍ଷ (2022) ଡିସେମ୍ବର 31 ସୁଦ୍ଧା ଜିଲ୍ଲା ତଥା ଅଧିନସ୍ଥ ଅଦାଲତରେ ମୋଟ 4.34 କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି । ଯାହାକି ଦେଶରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବାସ୍ତବିକ ବିଳମ୍ବିତ ଚିତ୍ରକୁ ବୟାନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.