ETV Bharat / bharat

କୋରୋନାର ସମାନ୍ୟ ଲକ୍ଷଣ ଥଲେ ସିଟି ସ୍କାନ ଅନାବଶ୍ୟକ: ଏମ୍ସ ନିର୍ଦ୍ଦେଶକ

author img

By

Published : May 4, 2021, 3:02 PM IST

କୋରୋନାର ସା ମାନ୍ୟ ଲକ୍ଷଣ ଥିଲେ ସିଟି ସ୍କାନ କରିବାର କିଛି ଆବଶ୍ୟକ ନାହିଁ ବୋଲି କହିଛନ୍ତି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଅଧିକ ପଢନ୍ତୁ...

ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ
ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: କୋରୋନାର ସମାନ୍ୟ ଲକ୍ଷଣ ଥିଲେ ସିଟି ସ୍କାନ କରିବାର କିଛି ଆବଶ୍ୟକ ନାହିଁ । ଯେତେ ସମ୍ଭବ(କମ୍ପ୍ୟୁଟରାଇଜଡ୍ ଟମୋଗ୍ରାଫି ସ୍କାନ) ସିଟି ସ୍କାନ କମ କରିବାକୁ ପରାମର୍ଶ ଦେଇଛନ୍ତି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ମାରାତ୍ମକ ରୋଗର ପ୍ରାରମ୍ଭିକ ସଂକ୍ରମଣରେ ଷ୍ଟେରଏଡ ବ୍ୟବହାର ନକରିବାକୁ ଚେତାବନୀ ଦେଇଛନ୍ତି ଡାକ୍ତର ଗୁଲେରିଆ ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଗୁଲେରିଆ କହିଛନ୍ତି ଗୋଟିଏ ସିଟି ସ୍କାନ 300-400 ଛାତି ଏକ୍ସ-ରେ ସହିତ ସମାନ । ଏବଂ ଏହା ବିଶେଷ କରି ଯୁବକଙ୍କଠାରେ କର୍କଟ ରୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି । ସିଟି ସ୍କାନ ଦ୍ବାରା କିଛି ଛିଦ୍ର ଦେଖାଯାଏ ଯାହା ବିନା ଚିକିତ୍ସାରେ ଭଲ ହୋଇଥାଏ । ସିଟି ସ୍କାନ୍ ଏବଂ ମାର୍କରଗୁଡିକର ଅପବ୍ୟବହାର କରାଯାଉଛି। ଅନେକ ଲୋକ ସିଟି ସ୍କାନ୍ କରୁଛନ୍ତି। କୋରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସିଟି ସ୍କାନର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।

ଯଦି ଦରକାର ପ୍ରଥମେ ଛାତି ଏକ୍ସ-ରେ କରିବାକୁ ପରାମର୍ଶ ଦେଇଛନ୍ତି ଏମ୍ସ ମୁଖ୍ୟ । ସିଟି ସ୍କାନର ଆବଶ୍ୟକତା ଅଛି କି ନାହିଁ ଡାକ୍ତର ଉପଯୁକ୍ତ ପରାମର୍ଶ ଦେବେ ବୋଲି ସେ କହିଛନ୍ତି । ଯଦି କେହି କୋରୋନାରେ ସଂକ୍ରମିତ ହୋଇଛନ୍ତି ତେବେ ତାଙ୍କର ରକ୍ତ ପରୀକ୍ଷା, ସିପିସି କିମ୍ବା ଏଲଡିଏଚ ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ । ଏହା କେବଳ ଆତଙ୍କିତ କରିଥାଏ ।

ବାୟୋମାର୍କର ଅଧିକ କ୍ଷତିକାରକ ହୋଇପାରେ ବୋଲି ଚେତାବନୀ ଦେବା ସହିତ ଦରକରା ଥିଲେ ସିଟି ସ୍କାନ କରିବାକୁ କହିଛନ୍ତି ଡାକ୍ତର ରଣଦୀପ ଗୁଲେରିଆ । କୋରୋନାର ସମାନ୍ୟ ସ୍ଥିତି ସାମାନ୍ୟ ମେଡିସନ ଖାଇଲେ ଭଲ ହୋଇଯିବ । ରକ୍ତ ପରୀକ୍ଷା ସବୁବେଳେ କୋଭିଡ ସଂକ୍ରମିତ ହୋଇଥିବାକୁ ପ୍ରମାଣ କରିପାରିବ ନାହିଁ । ଡାକ୍ତର ରଣଦୀର ଗୁଲେରିଆ ଜାତୀୟ ମହାମାରୀ ଟାକ୍ସ ଫୋର୍ସରେ ସଦ୍ୟସ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.