ETV Bharat / bharat

ଜମ୍ମୁ କାଶ୍ମୀରରେ ହିମସ୍ଖଳନ, ଆଖି ବୁଜିଲେ ୨ ଶ୍ରମିକ

author img

By

Published : Jan 13, 2023, 2:07 PM IST

Updated : Jan 13, 2023, 2:20 PM IST

ଗାଣ୍ଡରବାଲ ଜିଲ୍ଲାର ସୋନମାର୍ଗରେ ହିମସ୍ଖଳନ । ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Snow Avalanche in Sonamarg
Snow Avalanche in Sonamarg
Snow Avalanche in Sonamarg

ଶ୍ରୀନଗର: ଜମ୍ମୁକାଶ୍ମୀରର ଗାଣ୍ଡରବାଲ ଜିଲ୍ଲାର ସୋନମାର୍ଗରେ ଖସିଲା ବରଫ ଅତଡା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେହି ଆହତ ହୋଇଥିବା ସୂଚନା । ନିଳଗ୍ରଥ ନିକଟରେ ଥିବା ଜୋଜିଲା ଟନେଲ ଉପରେ ବରଫ ଅତଡା ଖସି ହିମସ୍ଖଳନ ହୋଇଥିବା ଜଣାପଡିଛି । ଦୁଇ ମୃତ ଦୁଇ ମୃତକ ହେଉଛନ୍ତି ସନ୍ଦିପ ସିଂ ଓ ବାଲ କ୍ରିଷ୍ଣା । ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଜଣେ ଅଧିକାରୀ କହିଛନ୍ତି ଯେ,'' ଜୋଜିଲା ଟଲେନ ନିକଟରେ ଗତକାଲି ବରଫ ଅତଡା ଖସି ହିମସ୍ଖଳନ ହୋଇଥିଲା । ଫଳରେ ଟନେଲ ନିକଟରେ କାମ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ହିମସ୍ଖଳନ ହୋଇଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ସେନା, ବିକନ୍ ଏବଂ ଏମଇଆଏଲ ଟିମ୍ ନିୟୋଜିତ ହୋଇଛନ୍ତି, ବର୍ତ୍ତମାନ ସୁଦ୍ଧା କେହି ଆହତ ହୋଇଛନ୍ତି ନା ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି, ଉକ୍ତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ''

ତେବେ ଗତକାଲି (ଗୁରୁବାର) ଗାଣ୍ଡରବାଲରେ ହିସ୍ଖଳନ ହୋଇଥିଲା । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଜୋଜିଲା ଟଲେନ ଉପରେ ବରଫ ଅତଡା ଖସିପଡିଥିବା ଭିଡିଓଏରେ ଦେଖିବାକୁ ମିଳିଛି । ପ୍ରଥମେ କେହି ମୃତାହତ ହୋଇନଥିବା କୁହାଯାଉଥିବା ବେଳେ ପରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଖବର ପାଇଁ ଘଟଣା ସ୍ଥଳରେ ବିଆରଓ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ଜମ୍ମୁକାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଚଳିତ ମାସରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ପ୍ରବଳ ଥଣ୍ଡା ଯୋଗୁଁ ଏବେ ଜମ୍ମୁକାଶ୍ମୀରରେ ଜାରି ରହିଛି ଶୀତର ଲହରୀ ।

ଏହା ମଧ୍ୟ ପଢନ୍ତୁ-ଭୂତ ହୋଇ ଡରାଇଲା ପ୍ରେମିକା ! 8 ମାସ ତଳେ ହତ୍ୟା କରି ପୋତିଥିଲା ପ୍ରେମିକ

ଗତ ବର୍ଷ ଉତ୍ତରକାଶୀର ତୁଷାରପାତ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ୪୧ ଜଣିଆ ପର୍ବତାରୋହୀ ଟିମ୍‌ ଡାଣ୍ଡା-୨ରେ ହିମସ୍ଖଳନ ଯୋଗୁଁ ଫସି ରହିଥିଲେ । ସେମାନଙ୍କ ମଧ୍ୟରେ ୩୪ ଜଣ ଟ୍ରେନି ରହିଥିଲେ ଓ ୭ ଜଣ ପ୍ରଶିକ୍ଷକ ରହିଥିଲେ । କୌଣସି ମତେ ୮ ଜଣଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।

Last Updated : Jan 13, 2023, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.