ETV Bharat / bharat

ଅରୁଣାଞ୍ଚଳ ପ୍ରଦେଶରେ ୭ ଯବାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

author img

By

Published : Feb 7, 2022, 6:16 PM IST

ଅରୁଣାଞ୍ଚଳ ପ୍ରଦେଶରେ ୭ ଯବାନ ନିଖୋଜ । ହିମସ୍ଖଳନ ଯୋଗୁଁ ଉଚ୍ଚସ୍ଥାନରେ ଫସି ରହିଥିବା ସନ୍ଦେହ । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଅରୁଣାଞ୍ଚଳ ପ୍ରଦେଶରୁ ୭ ଭାରତୀୟ ଯବାନ ନିଖୋଜ
ଅରୁଣାଞ୍ଚଳ ପ୍ରଦେଶରୁ ୭ ଭାରତୀୟ ଯବାନ ନିଖୋଜ

ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶରେ ପାଟ୍ରୋଲିଂ ବେଳେ ଭାରତୀୟ ସେନାର ୭ ଜଣ ଯବାନ ନିଖୋଜ ରହିଥିବା ସୂଚନା ମିଳିଛି । କମେଙ୍ଗ ସେକ୍ଟରରେ ସେନାର ପାଟ୍ରୋଲିଂ ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ଗତକାଲି (ରବିବାର) ଠାରୁ ଯବାନମାନଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ପ୍ରତିକୂଳ ପାଗ ଯୋଗୁଁ ସେମାନେ ଉଚ୍ଚ ସ୍ଥାନରେ ଫସିରହିଥିବା ସନ୍ଦେହ କରାଯାଉଛି ।

ପଶ୍ଚିମ ଅରୁଣାଞ୍ଚଳ ପ୍ରଦେଶର ଉକ୍ତ ସ୍ଥାନରେ ବର୍ତ୍ତମାନ ଅତ୍ୟନ୍ତ ପ୍ରତିକୂଳ ପାଗ ଲାଗି ରହିଛି । ପ୍ରବଳ ତୁଷାରପାତ ଓ ହିମସ୍ଖଳନ ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ମଧ୍ୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭାରତୀୟ ସ୍ଥଳସେନାର ପୂର୍ବ କମାଣ୍ଡ (Indian Army Eastern Command) ଦ୍ବାରା 1,346 କିମି ବିଶିଷ୍ଟ ଆନ୍ତର୍ଜାତୀୟ ସୀମାର ତଥା ପ୍ରକୃତ ନିୟନ୍ତ୍ରଣ ରେଖା (LAC) ସୁରକ୍ଷା ଦାୟିତ୍ବ ରହିଛି । ଏହି ସୀମାର ପରିଧି ସିକିମ ଓ ଉତ୍ତରାଖଣ୍ଡ ଦୁଇ ରାଜ୍ୟରେ ରହିଛି । ଏହି କମାଣର ମୋଟ ୩ ସେକ୍ଟର ସିିକିମି, ଅରୁଣାଞ୍ଚଶ ପ୍ରଦେଶ ଓ କାମେଙ୍ଗ ସେକ୍ଟରରେ ନିୟୋଜିତ ହୋଇଛି ଭାରତୀୟ ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.