ETV Bharat / bharat

କୋରୋନା ରୋଗୀଙ୍କୁ ମାଗଣା ସେବା ଯୋଗାଉଛନ୍ତି ଅଟୋ ଡ୍ରାଇଭର - ମାଗଣା ସେବା ଯୋଗାଉଛନ୍ତି ଅଟୋ ଡ୍ରାଇଭର

ମହାମାରୀ ପରି ଏହି ବିପଦ ସମୟରେ କୋରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି କର୍ଣ୍ଣାଟକ କାଲାବୁରାଗିର ଆକାଶ ଡେଲିର ନାମକ ଜଣେ ଅଟୋ ଡ୍ରାଇଭର । କୋରେନା ରୋଗୀଙ୍କୁ ମାଗଣାରେ ଯୋଗାଉଛନ୍ତି ସେବା । ଅଧିକ ପଢନ୍ତୁ...

କୋରେନା ରୋଗୀଙ୍କୁ ମାଗଣା ସେବା ଯୋଗାଉଛନ୍ତି ଅଟୋ ଡ୍ରାଇଭର ଆକାଶ

author img

By

Published : May 16, 2021, 11:47 AM IST

ବେଙ୍ଗାଲୁରୁ: କୋରୋନାର ଦ୍ବିତୀୟ ଲହର ଏବେ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ନେଲାଣି ମହାମାରୀ । କେଉଁଠି ଚିକିତ୍ସା ଅଭାବରୁ ମୃତ୍ୟୁ ହେଲାଣିତ ଆଉ କେଉଁଠି ଆମ୍ବୁଲାନ୍ସର ବିଳମ୍ବ, ପୁଣି କେଉଁଠି ଅକ୍ସିଜେନର ଅଭାବ ହେତୁ ଅନେକ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଲେଣି । ତେବେ ମହାମାରୀ ପରି ଏହି ବିପଦ ସମୟରେ କୋରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି କର୍ଣ୍ଣାଟକ କାଲାବୁରାଗିର ଅଟୋ ଡ୍ରାଇଭର ଆକାଶ ଡେଲିର ।

କୋରୋନାର ଦୃତ ସଂକ୍ରମଣ ହେତୁ କର୍ଣ୍ଣାଟକରେ ଲକଡାଉନ ଲାଗୁ ରହିଥିବାରୁ କୋରୋନା ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ଯେଉଁ ମାନେ ଆମ୍ବୁଲାନ୍ସ ବୁକ୍ କରିବାରେ ଅସମର୍ଥ ହେଉଛନ୍ତି ସେମାନଙ୍କୁ ମାଗଣାରେ ନିଜ ଅଟୋରେ ସେବା ଯେଗାଉଛନ୍ତି ଏହି ଯୁବକ ଜଣଙ୍କ ।

ଏନେଇ ଅଟୋ ଚାଳକ ଆକାଶ କହିଛନ୍ତି କି ଲକଡାଉନ ହେତୁ ଆମ୍ବୁଲାନ୍ସ କିମ୍ବା ଅଟୋର ସୁବିଧା ଠିକ୍ ସମୟରେ ଲୋକେ ପାଇପାରୁନାହାନ୍ତି , ସେଥିପାଇଁ ମୁଁ ମାଗଣାରେ ସେବା ଯୋଗାଉଛି । 4 ବର୍ଷ ହେଲା ମୁଁ ଅଟୋ ଚଳାଉଛି । ମୋର ସେନାରେ ଯୋଗ ଦେବାର ସ୍ବପ୍ନଥିଲା କିନ୍ତୁ ତାହା ପୂରଣ ହେଲା ନାହିଁ, ତେଣୁ ଏହିପରି ଭାବେ ମୁଁ ଲୋକଙ୍କ ସେବା କରୁଛି । ଯେଉଁମାନେ ମୋତେ କଲ କରନ୍ତି ମୁଁ ସେମାନଙ୍କ ଘରେ ପହଞ୍ଚି ଡାକ୍ତରଖାନାକୁ ଛାଡିଦେଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.