ETV Bharat / bharat

ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ INS Vikrant ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

author img

By

Published : Mar 9, 2023, 9:29 PM IST

Updated : Mar 10, 2023, 6:29 AM IST

INS ବିକ୍ରାନ୍ତ ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ବୁଲିଲେ ବିକ୍ରାନ୍ତ । ନିମନ୍ତ୍ରଣ ପାଇଁ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ ଭାବେ INS Vikrant ବୁଲିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ

ମୁମ୍ବାଇ: ଭାରତୀୟ ନୋସେନାରେ ନିକଟରେ ସାମିଲ ହୋଇଥିବା ସ୍ବଦେଶୀ ନିର୍ମିତ ବିମାନ ବାହକ ଯୁଦ୍ଧପୋତ INS ବିକ୍ରାନ୍ତ ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ । ଆଜି ସେ ଅହମ୍ମଦାବାଦରୁ ମୁମ୍ବାଇ ଗସ୍ତ କରି ପଶ୍ଚିମ ନୌସେନା କମାଣରେ ଥିବା ଆଇଏନଏସ ବିକ୍ରାନ୍ତ ପରିଦର୍ଶନ କରିଛନ୍ତି । ନୌସେନା ମୁଖ୍ୟ ଆଡମିରାଲ ହରି କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ନୌସେନାଧିକାରୀ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ବିକ୍ରାନ୍ତରେ ଅତିଥି ପ୍ରଧାନମନ୍ତ୍ରୀଙ୍କୁ ନୌସେନା ପକ୍ଷରୁ ଅଭବାଦନ ମଧ୍ୟ ଜଣାଯାଇଥିଲା । ତେବେ ଅନ୍ୟ ସୂଚନା ଅନୁସାରେ ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ଆନ୍ଥୋନୀ ଆଲବାନିଜ ହେଉଛନ୍ତି ପରିଦର୍ଶନରେ ଆସିଥିବା ପ୍ରଥମ ରାଷ୍ଟ୍ରମୁଖ୍ୟ ।

ଭାରତୀୟ ନୌସେନାର ସର୍ବବୃହତ ଅଭ୍ୟାସ 'ଟ୍ରପେକ୍ସ' ଚାରି ମାସ ପରେ ଶେଷ ହୋଇଥିଲା ସେହି ଦିନ ଅତିଥି ପ୍ରଧାନମନ୍ତ୍ରୀ ଆଲବାନୋ ସ୍ୱଦେଶୀ ବିମାନ ପରିବହନକାରୀ ପରିଦର୍ଶନ କରିଥିଲେ । ଏହି ବୃହତ ନୌଭ୍ୟାସରେ ପ୍ରାୟ 70 ଟି ଜାହାଜ, ୬ଟିବୁଡ଼ାଜାହାଜ ଏବଂ 75 ରୁ ଅଧିକ ବିମାନ ଅଂଶଗ୍ରହଣ କରିଥିଲେ । ଏବଂ ଏହି ନୌଭ୍ୟାସ ଆରବ ସାଗର ଜଳରାଶିରେ ପ୍ରାୟ 21 ନିୟୁତ ବର୍ଗ ନଟିକାଲ ମାଇଲ ଅଞ୍ଚଳ ଅତିକ୍ରମ କରି ହୋଇଥିବା ନୌସେନା ପକ୍ଷରୁ ସୂଚନା ମିଳିଛି ।

ଆଇଏନଏସ ବିକ୍ରାନ୍ତ ହେଉଛି ଭାରତୀୟ ନୌସେନାରେ ନିୟୋଜିତ ଦ୍ବିତୀୟ ଓ ପ୍ରଥମ ସ୍ବଦେଶୀ ନିର୍ମିତ ବିମାନବାହକ ଯୁଦ୍ଧପୋତ । ଏହାକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । କେରଳର କୋଚିରେ ଥିବା ହିନ୍ଦୁସ୍ଥାନ ସିପୟାର୍ଡ ଲିମିଡେଟ ଏହାକୁ ଭାରତୀୟ ନୌସେନା ପାଇଁ ନିର୍ମାଣ କରିଛି । 2009ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗତବର୍ଷ ଶେଷ ହେବା ପରେ ଏକାଧିକ ପର୍ଯ୍ୟୟରେ ସି-ଟ୍ରାଏଲ ବା ସାମୁଦ୍ରିକ ପରୀକ୍ଷଣ କରାଯାଇଥିଲା । ପରେ ଏହାକୁ ହିନ୍ଦୁସ୍ଥାନ ସିପୟାର୍ଡ ଲିମିଟେଡ ନୌସେନାକୁ ହସ୍ତାନ୍ତର କରିଥିଲା । ଗତବର୍ଷ (୨୦୨୨) ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ନୌସେନାରେ ପ୍ରବେଶ କରାଇଥିଲେ ।

ଆଇଏନଏସ ବିକ୍ରାନ୍ତ ଏକ ବିଶାଳ ଅତ୍ୟାଧୁନିକ ଯୁଦ୍ଧପୋତ । ଏହାର ଲମ୍ବ ଦୀର୍ଘ 262 ମିଟର ହୋଇଥିବା ବେଳେ ପ୍ରସ୍ଥ 62ମିଟର ଓ ଉଚ୍ଚତା 59 ମିଟର ରହିଛି । ଏଥିରେ 2,300 କମ୍ପାଟମେଣ୍ଟ ରହିଛି । ଯେଉଁଥିରେ ପ୍ରାୟ 1700 ନୌସେନା କର୍ମଚାରୀ ଯାତ୍ରା କରିପାରିବେ । ଏହା ଏକକାଳୀନ ଦୀର୍ଘ 7,500 ନଟିକାଲ ମାଇଲସ୍‌ ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହା ଗଭୀର ସମୁଦ୍ରରେ ଏକ ଅତ୍ୟାଧୁନିକ ସାମରିକ ଏୟାରବେସ ସଦୃଶ ଯେକୌଣସି ଆହ୍ବାନପୂର୍ଣ୍ଣ ମିଶନକୁ ସଫଳତାର ସହ ରୂପ ଦେଇପାରିବାର କ୍ଷମତା ରଖିଛି । ବିକ୍ରାନ୍ତ ଭାରତୀୟ ନୌସେନାର ସାମିଲ ହେବା ପରେ ଏବେ ନୌସେନାରେ ବିମାନବାହୀ ଯୁଦ୍ଧ ଜାହାଜ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ପ୍ରଥମଟି ଋଷ ଠାରୁ ଆମଦାନୀ ହୋଇଥିବା ଆଇଏନଏସ ବିକ୍ରମାଦିତ୍ୟ ହୋଇଥିବା ବେଳେ ଦ୍ବିତୀୟଟି ହେଉଛି ସ୍ବଦେଶୀ ନିର୍ମିତ ସଦ୍ୟତମ ଆଇଏନଏସ ବିକ୍ରାନ୍ତ । ତେବେ ଏହା ଭାରତୀୟ ନୌସେନାରେ ସାମିଲ ହେବା ପରେ ଆଜି ପ୍ରଥମ ସ୍ବଦେଶୀ ଯୁଦ୍ଧ ବିମାନ ଏଥିରେ ସଫଳତାର ଅବତରଣ ଓ ଉଡାଣ ଭରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2023, 6:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.