ETV Bharat / bharat

ବିହାରରେ ମାତିଲେ ଚୋରଗୋଷ୍ଠୀ, ସରକାରୀ କାର୍ଯ୍ୟାଳୟକୁ କଲେ ବିକ୍ରି - ବିହାରରେ ମାତିଲେ ଚୋରଗୋଷ୍ଠୀ

ବିହାର ମୁଜାଫରପୁରରେ ଚୋରଙ୍କ ଅଜବ କାଣ୍ଡ । ସରକାରଙ୍କ ବିନା ଅନୁମତିରେ ବିକ୍ରି କଲେ ପଞ୍ଚାୟତ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

ବିହାରରେ ମାତିଲେ ଚୋରଗୋଷ୍ଠୀ, ସରକାରୀ କାର୍ଯ୍ୟଳୟକୁ କଲେ ବିକ୍ରି

author img

By

Published : May 11, 2022, 6:42 AM IST

ପାଟନା: ବିହାରରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରଙ୍କ କାରନାମା । ଏହି ଚୋରଗୋଷ୍ଠୀ ଶେଷରେ ସରକାରୀ ଭବନ ସମେତ ଜିନିଷପତ୍ରକୁ ଚୋରି କରି ବିକ୍ରି କରୁଥିବା ନଜର ଆସିଛି । ଏଭଳି ସରକାରଙ୍କ ସମ୍ପତ୍ତି ବିକ୍ରି କରୁଥିବାବେଳେ ଆଉ ଏକ ଘଟଣା ସାମନାକୁ ଆସିଛି । ରାଜ୍ୟର ମୁଜାଫରପୁରର ପଞ୍ଚାୟତ ଭବନ(Panchayat Bhawan Sold in Muzaffarpur)କୁ ଚୋରମାନେ ବିକ୍ରି କରିଥିବା ଜଣାପଡ଼ିଛି ।

ବିହାରର ମୁଜାଫରପୁରର ଅରାଇ ବ୍ଲକ ଅନ୍ତର୍ଗତ ଅରାଇ ପଞ୍ଚାୟତ ଭବନକୁ କୌଣସି ସରକାରୀ ଆଦେଶ ବିନା ବିକ୍ରି କରାଯାଇଛି । ଅଭିଯୋଗ ମୁତାବକ ପଞ୍ଚାୟତ ସଚିବଙ୍କ ସହଯୋଗରେ ଏହି କାର୍ଯ୍ୟ ହୋଇଛି । ଚୋର ଓ ସରକାରୀ କର୍ମଚାରୀ ମିଳିତ ଭାବେ ଉଭୟେ ଜେସିବି ସହିତ କୋଠାଟି ଭାଙ୍ଗି ବିଲ୍ଡିଂର ପ୍ରତ୍ୟେକ ଇଟା ବିକ୍ରୟ କରିଛନ୍ତି । ସରକାରୀ ସମ୍ପତ୍ତି ନଷ୍ଟ, ଆର୍ଥିକ ଅନିୟମିତତା ଏବଂ ବରିଷ୍ଠ ଅଧିକାରୀଙ୍କଠାରୁ ତଥ୍ୟ ଲୁଚାଇବା ଅଭିଯୋଗରେ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଏଥିସହିତ, ଏହି ପ୍ରସଙ୍ଗରେ ବ୍ଲକ ପଞ୍ଚାୟତିରାଜ ଅଧିକାରୀ ଗିରିଜେଶ ନନ୍ଦନ ମୁଖିଆ ଏବଂ ପଞ୍ଚାୟତ ସଚିବଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ତେବେ ସୂଚନା ଥାଉ କି ଏହି ପଞ୍ଚାୟତ ଭବନ ୧୫ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ହେଲେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା । ନିର୍ମାଣରେ ଅନିୟମିତତା ଯୋଗୁଁ କର୍ମଚାରୀଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.