ETV Bharat / bharat

ବିଜେପିକୁ ବରୁଣଙ୍କ ଟାର୍ଗେଟ; ଲଖିମପୁରରେ ହିନ୍ଦୁ ବନାମ ଶିଖ ଲଢେଇ !

author img

By

Published : Oct 10, 2021, 6:48 PM IST

ଲଖିମପୁର ଖେରୀ ହିଂସାକୁ 'ହିନ୍ଦୁ ଶିଖ ଲଢେଇ'ରେ ପରିବର୍ତ୍ତିତ ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ କରିଛନ୍ତି ବରୁଣ ଗାନ୍ଧୀ । ନିକଟରେ ଘୋଷଣା ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବିଦା ହୋଇଛନ୍ତି ସାଂସଦ ବରୁଣ ଗାନ୍ଧୀ । ଅଧିକ ପଢନ୍ତୁ...

ବିଜେପିକୁ ବରୁଣଙ୍କ ଟାର୍ଗେଟ; ଲଖିମପୁରରେ ହିନ୍ଦୁ ବନାମ ଶିଖ ଲଢେଇ !
ବିଜେପିକୁ ବରୁଣଙ୍କ ଟାର୍ଗେଟ; ଲଖିମପୁରରେ ହିନ୍ଦୁ ବନାମ ଶିଖ ଲଢେଇ !

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ ଅଡୁଆରେ ଏବେ ବିଜେପି ସରକାର । ଏହାରି ମଧ୍ୟରେ ନିଜ ଦଳର ନେତୃତ୍ବାଧିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିଲିଭିତରୁ ଲୋକସଭା ସାଂସଦ ବରୁଣ ଗାନ୍ଧୀ । ଲଖିମପୁର ଖେରୀ ହିଂସାକୁ 'ହିନ୍ଦୁ ଶିଖ ଲଢେଇ'ରେ ପରିବର୍ତ୍ତିତ ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ କରିଛନ୍ତି ବରୁଣ ଗାନ୍ଧୀ ।

  • An attempt to turn #LakhimpurKheri into a Hindu vs Sikh battle is being made. Not only is this an immoral & false narrative, it is dangerous to create these fault-lines & reopen wounds that have taken a generation to heal.We must not put petty political gains above national unity

    — Varun Gandhi (@varungandhi80) October 10, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ବରୁଣ ଗାନ୍ଧୀ କହିଛନ୍ତି, ଲଖିମପୁର ଖେରୀ ହିଂସାକୁ 'ହିନ୍ଦୁ ଶିଖ ଲଢେଇ'ରେ ପରିବର୍ତ୍ତିତ ପାଇଁ ପ୍ରୟାସ କରାଯାଉଛି । ଏହା କେବଳ ଏକ ଅନୈତିକ ମିଥ୍ୟା ପ୍ରରୋଚିତ କାହାଣୀ ନୁହେଁ ବରଂ ସେହି ପୁରୁଣା ଦୋଷକୁ ଦୋହରାଇବାର କାର୍ଯ୍ୟ ଯାହାକୁ ଠିକ କରିବା ପାଇଁ ଗୋଟିଏ ପୀଢି ବିତିଛି । ଆମେ ଛୋଟ ରାଜନୈତିକ ଲାଭକୁ ରାଷ୍ଟ୍ରୀୟ ଏକତା ଠାରୁ ଊର୍ଦ୍ଧ୍ବରେ ରଖିବା ଉଚିତ ନୁହେଁ, ବୋଲି କହିଛନ୍ତି ବରୁଣ ।

ନିକଟରେ ଘୋଷଣା ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ସାଂସଦ ବରୁଣ ଗାନ୍ଧୀଙ୍କୁ ବାହାର କରିଦିଆଯାଇଛି । ଲଖିମପୁର ଖେରୀ ହିଂସା ଘଟଣାରେ ସରକାରଙ୍କ ବିରୋଧରେ ବୟାନ ଦେଇଥିଲେ ବରୁଣ । ଲଖିମପୁର ଖେରୀ ହିଂସାରେ ସାମ୍ନାକୁ ଆସିଥିବା ନୂଆ ଭିଡିଓ ଟ୍ବିଟରରେ ସେୟାର କରିଥିଲେ ବରୁଣ । ବିରୋଧ କରୁଥିବା ଲୋକଙ୍କୁ ହତ୍ୟା କରି ସେମାନଙ୍କୁ ଚୁପ୍‌ କରିଦିଆଯାଇ ପାରିବ ନାହିଁ । ନିର୍ଦ୍ଦୋଶ ଚାଷୀଙ୍କ ରକ୍ତ ଝରାଇଥିବା ଲୋକଙ୍କୁ ଜବାବ ମାଗିବା ଦରକାର । ଚାଷୀଙ୍କ ମନରେ ସରକାରଙ୍କ ପ୍ରତି ଅହଙ୍କାର ଓ କ୍ରୁରତାର ବାର୍ତ୍ତା ଯିବା ପୂର୍ବରୁ ନ୍ୟାୟ ହେବା ଉଚିତ ବୋଲି ଲେଖିଥିଲେ ବରୁଣ ।

ଲଖିମପୁର ଖେରୀ ହିଂସାରେ କ୍ରମାଗତ ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବରୁଣ ଗାନ୍ଧୀ । ଖୋଲାଖୋଲି ଭାବରେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ବରୁଣ । ସପେଟେ ବରୁଣଙ୍କ ମା' ମେନକା ଗାନ୍ଧୀଙ୍କୁ ମଧ୍ୟ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.