ଚଣ୍ଡିଗଡ: ନମାଜ ପାଠ ଚାଲିଥିଲା । ସମସ୍ତ ନମାଜ ପାଠରେ ବ୍ୟସ୍ତ ଥିଲେ । ଏହି ସମୟରେ ମସଜିଦ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା । ହାତରେ ମାରଣାସ୍ତ୍ର ଧରି ପ୍ରାୟ 15ରୁ 20 ଜଣ ଲୋକ ମସଜିଦରେ ପଶି ନମାଜ ପାଠ କରୁଥିବା ମୁସଲିମ ସମ୍ପ୍ରଦାୟଙ୍କ ଉପରକୁ ଆକ୍ରମଣ କରିଥିଲେ । ମସଜିଦରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ହରିୟାଣା ସୋନିପତ ସାନ୍ଦଲକରା ଗାଁର ଏକ ମସଜିଦରେ ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପୋଲିସ ଆଲର୍ଟ ରହିଛି । ସାନ୍ଦଲକରା ଗାଁରେ ପୋଲିସ ଛାଉଣି ଦିଆଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଆକ୍ରମଣ କରିଥିବା କିଛି ଯୁବକଙ୍କ ଫଟୋ ସାମ୍ନାକୁ ଆସିଛି । ଯିଏକି ହାତରେ ଲାଠି ଧରି ଗାଁରେ ପ୍ରବେଶ କରିଥିଲେ । ଗାଁର ଗଳି ଗଳିରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଏହାପରେ ସାନ୍ଦଲକରା ଗାଁର ଏକ ମସଜିଦରେ ନମାଜ ପାଠ ସମୟରେ ମୁସଲିମ ସମ୍ପ୍ରଦାୟଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଏହା ସହି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ସମସ୍ତଙ୍କୁ ସୋନିପତ ସିଭିସ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଆକ୍ରମଣ କରିଥିବା ଯୁବର ସାନ୍ଦଲକରା ଗାଁର ବୋଲି କୁହାଯାଉଛି । ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ ।
ଏହା ବି ପଢନ୍ତୁ...India Corona: ପୁଣି ୬ ହଜାର ମୁହାଁ ସଂକ୍ରମଣ, ୧୪ ମୃତ
ଏହି ବି ପଢନ୍ତୁ...ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ୪.୬ ତୀବ୍ରତା ରେକର୍ଡ
ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ମସଜିଦରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜୀବନ ବିକଳରେ ଯିଏ ଯେଉଁ ଆଡେ ପାରି ଥିଲେ ଦୌଡିଥିଲେ । ଆକ୍ରମଣର କାରଣ ଏ ଯାଏଁ ଜଣାପଡିନାହିଁ । ଆକ୍ରମଣକାରୀଙ୍କ ଚେହେରା ସିସିଟିଭରେ କଏଦ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ସୋନିପଥ ଥାନା ପୋଲିସ ତଦନ୍ତ ଜାରି ରଖିଛି । ଏହା ପୂର୍ବରୁ ସୋନିପତ ଖରଖୋଦାରେ ରାମ ନବମୀ ଦିନ ଗଣ୍ଡଗୋଳ ହୋଇଥିଲା । କିଛି ବଡ ଅଘଟଣ ପୂର୍ବରୁ ପୋଲିସ ମାମଲାକୁ ସମ୍ଭାଳି ନେଇଥିଲା । ଫଳରେ ଅଘଟଣ ଟଳି ଯାଇଥିଲା ।